ଥିଏଟର ଭିତରେ ପ୍ରବଳ ଗହଳି। ହୁଇସିଲ୍ ଆଉ ତାଳି ମାଡ଼ରେ ଫାଟି ପଡୁଛି ହଲ୍। ସ୍କ୍ରିନକୁ ଏଣ୍ଟ୍ରି ମାରୁଛନ୍ତି ରଣବୀର ସିଂ। ସେ ପୁଣି ସିଧା ପାକିସ୍ତାନର କରାଚି ସହରରେ! ବଲିଉଡର ଏହି ଏନର୍ଜେଟିକ ଷ୍ଟାର ଏବେ ‘ଧୁରନ୍ଧର-୨’ (Dhurandhar 2) ଜରିଆରେ ଫ୍ୟାନଙ୍କୁ ଏକ ବଡ଼ ଗିଫ୍ଟ ଦେଇଛନ୍ତି। ଫିଲ୍ମଟି ରିଲିଜ୍ ହେବା ମାତ୍ରେ ହିଁ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଫିଲ୍ମର କାହାଣୀ ଏଥର ବହୁତ ଇଣ୍ଟରେଷ୍ଟିଙ୍ଗ ଅଛି। ରଣବୀର ସିଂ ଜଣେ ସ୍ପାଏ (Spy) ଭାବେ କରାଚି ଯାଉଛନ୍ତି। ସେଠାରେ ଦୁନିଆ ଆଖିରେ ଧୂଳି ଦେଇ ସେ କେମିତି ନିଜ ମିଶନ ପୂରା କରୁଛନ୍ତି, ତାହା ଦେଖିବାକୁ ଲୋକେ ଭିଡ଼ ଜମାଉଛନ୍ତି। ଫିଲ୍ମର ପ୍ରତିଟି ସିନ୍ରେ ଆକ୍ସନ (Action) ଆଉ ରୋମାଞ୍ଚ ଭରି ରହିଛି।
ରିଭ୍ୟୁ (Review) କଥା କହିଲେ, ଏହି ଫିଲ୍ମକୁ 3 Stars ମିଳିଛି। କିନ୍ତୁ ବକ୍ସ ଅଫିସରେ ଏହା ଗୋଟିଏ ବ୍ଲକବଷ୍ଟର (Blockbuster) ହେବାର ସବୁ ସଙ୍କେତ ଦେଖାଉଛି। ରଣବୀରଙ୍କ ପରଫୋରମାନ୍ସ (Performance) ଏଥର ପୁରା ନେକ୍ସଟ ଲେଭଲର ଅଛି। ତାଙ୍କର ସ୍ୱାଗ୍ ଆଉ କ୍ୟାରେକ୍ଟର ଫ୍ୟାନଙ୍କୁ ପୁରା ପାଗଳ କରିଦେଇଛି।
ନିର୍ଦ୍ଦେଶକ ଏହି ସିକ୍ୱେଲକୁ ଏତେ ବଡ଼ ସ୍କେଲରେ ପ୍ରସ୍ତୁତ କରିଛନ୍ତି ଯେ ଦର୍ଶକଙ୍କୁ ଗୋଟିଏ ସେକେଣ୍ଡ ପାଇଁ ବି ବୋର୍ ଲାଗୁନି। ପାକିସ୍ତାନ ମାଟିରେ ଇଣ୍ଡିଆର ଜୟଗାନ ଆଉ ଦେଶଭକ୍ତିର ମସଲା ଫିଲ୍ମକୁ ଆହୁରି ହିଟ୍ କରୁଛି। ଯଦି ଆପଣ ରଣବୀରଙ୍କ ଫ୍ୟାନ୍, ତେବେ ଏହି ଧମାକାଦାର ଫିଲ୍ମକୁ ମିସ୍ କରନ୍ତୁ ନାହିଁ।




