Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»Tech

Truecallerର ଖେଳ ଖତମ? ଆସିଲା ସରକାରୀ ‘ଦେଶୀ’ ଅସ୍ତ୍ର, ଫୋନ୍ ସ୍କ୍ରିନ୍‌ରେ ଦିଶିବ ଅସଲ ଚେହେରା

Tech
true vs cnap
Share
Facebook Twitter Email WhatsApp

ନୂଆଦିଲ୍ଲୀ: ଫୋନ୍ ରିଙ୍ଗ୍ ହେଉଛି… ସ୍କ୍ରିନ୍ ଉପରେ ଚମକୁଛି ଏକ ଅଜଣା ନମ୍ବର। ମନରେ ଛନକା, ଉଠାଇବି ନା କାଟିଦେବି? କାଳେ କେଉଁ ସ୍କାମର୍ ଥିବ! ଏମିତି ଦ୍ୱନ୍ଦ୍ୱରେ ଆପଣ ପ୍ରାୟ ପ୍ରତିଦିନ ପଡୁଥିବେ। ଏଥିପାଇଁ ହୁଏତ ଆପଣଙ୍କ ଫୋନ୍‌ରେ ‘Truecaller’ ଆପ୍ ଥିବ, କିନ୍ତୁ ଏବେ ସରକାର ଏମିତି ଏକ ନୂଆ ସିଷ୍ଟମ ଆଣିଛନ୍ତି ଯାହା ଆପଣଙ୍କ ଚିନ୍ତା ଦୂର କରିଦେବ। ମୋବାଇଲ୍ ଦୁନିଆରେ ଏବେ ଆସିଯାଇଛି ସରକାରଙ୍କ ନୂଆ ଅସ୍ତ୍ର ‘CNAP’ (Calling Name Presentation)।

କଥାଟା ଟିକେ ବୁଝିନିଅନ୍ତୁ। ଏବେ ଯାଏଁ ଆମେ Truecaller ଉପରେ ଭରସା କରୁଥିଲେ। କିନ୍ତୁ Truecaller କିପରି କାମ କରେ? ଯଦି କେହି ଆପଣଙ୍କ ନମ୍ବରକୁ “ପପୁ ଦୋକାନୀ” ବୋଲି ସେଭ୍ କରିଥାଏ, ତେବେ ଅନ୍ୟମାନଙ୍କୁ ବି ସେୟା ଦେଖାଏ। ମାନେ ଏହା ‘କ୍ରାଉଡ୍ ସୋର୍ସଡ୍’ ଡାଟା ଉପରେ ଚାଲେ, ଯାହା ସବୁବେଳେ ସତ ନୁହେଁ। କିନ୍ତୁ ସରକାରଙ୍କ ନୂଆ CNAP ସିଷ୍ଟମ ପୁରା ଅଲଗା।

TRAI (ଟ୍ରାଇ) ର ନୂଆ ନିୟମ ଅନୁସାରେ, ଏଣିକି କେହି କଲ୍ କଲେ ତାଙ୍କର ‘ଅସଲ ନାଁ’ ଆପଣଙ୍କ ସ୍କ୍ରିନ୍‌ରେ ଆସିବ। ଏହି ନାଁ ସେୟା ହେବ, ଯାହା ସେ ସିମ୍ କାର୍ଡ କିଣିବା ବେଳେ KYC ଡକ୍ୟୁମେଣ୍ଟରେ (ଯେମିତିକି ଆଧାର କାର୍ଡ) ଦେଇଥିବେ। ତେଣୁ କୌଣସି ଠକ ଆଉ ମିଛ ନାଁ କହି ଆପଣଙ୍କୁ ବୋକା ବନାଇ ପାରିବେ ନାହିଁ।

ଏହି ସେବା ପାଇଁ ଆପଣଙ୍କୁ କୌଣସି ଆପ୍ ଡାଉନଲୋଡ୍ କରିବାକୁ ପଡିବ ନାହିଁ କି ଇଣ୍ଟରନେଟ୍ ଦରକାର ନାହିଁ। Jio, Airtel ଏବଂ VI ଭଳି ଟେଲିକମ୍ କମ୍ପାନୀମାନେ ନିଜ ନେଟୱାର୍କ ଜରିଆରେ ଏହି ସୁବିଧା ଯୋଗାଇ ଦେବେ। ବର୍ତ୍ତମାନ ଏହା କିଛି ରାଜ୍ୟରେ ଟ୍ରାଏଲ୍ ବେସିସ୍‌ରେ ଚାଲିଛି ଏବଂ ଖୁବଶୀଘ୍ର ପୁରା ଭାରତରେ ଲାଗୁ ହେବ। ତେବେ ଟେକ୍ ଏକ୍ସପର୍ଟମାନଙ୍କ ମତରେ, ଏହା ଲାଗୁ ହେଲେ ଫ୍ରଡ୍ କଲ୍ ଏବଂ ସ୍ପାମ୍ ରୋକିବାରେ ବହୁତ ବଡ଼ ସାହାଯ୍ୟ ମିଳିବ।

Related posts

ଆଇଫୋନ୍ ୧୮ ପ୍ରୋ : ବଦଳିଲା ‘କଲର୍‌’ ପ୍ଲାନ; ଅରେଞ୍ଜ କ୍ୟାନ୍‌ସେଲ୍‌, ମାର୍କେଟକୁ ଆସିବ ‘ଡାର୍କ ଚେରି’

ଆଇଫୋନ୍ ୧୮ ପ୍ରୋ : ବଦଳିଲା ‘କଲର୍‌’ ପ୍ଲାନ; ଅରେଞ୍ଜ କ୍ୟାନ୍‌ସେଲ୍‌, ମାର୍କେଟକୁ ଆସିବ ‘ଡାର୍କ ଚେରି’

iphone

ମେକ୍ ଇନ୍ ଇଣ୍ଡିଆର ମହା ରେକର୍ଡ: ଗୋଟିଏ ମାସରେ 1 କୋଟି ଆଇଫୋନ୍ ତିଆରି କରି ଇତିହାସ ରଚିଲା ଭାରତ

samsung

ମୋବାଇଲ୍ ବଜାରରେ ହେବ ବଡ଼ ଧମାକା: ବଦଳିଗଲା Galaxy S26 Ultraର ଲୁକ୍, ଫିଚର୍ସ ଜାଣିଲେ ଉଡିଯିବ ହୋସ୍!

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.