କୁଆଖାଇ, ୧୮/୦୪ (ଓଡ଼ିଆପେପର): ଆଇଫୋନ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ନୂଆ ମଡେଲ୍ ମାର୍କେଟକୁ ଆସିବା ପୂର୍ବରୁ ହିଁ ଏହାର ଲୁକ୍ ଏବଂ ଡିଜାଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଆଇଫୋନ୍ 18 ପ୍ରୋ (iPhone 18 Pro) କୁ ନେଇ ଟେକ୍ ମାର୍କେଟରେ ଯେଉଁ କ୍ରେଜ୍ ରହିଛି, ତାହା ଏବେ ଏକ ନୂଆ ମୋଡ଼ ନେଇଛି। ଯେଉଁମାନେ ଆଇଫୋନର ନୂଆ ‘ଅରେଞ୍ଜ’ ସେଡ୍କୁ ଅପେକ୍ଷା କରି ବସିଥିଲେ, ସେମାନଙ୍କ ପାଇଁ ଏବେ ଟିକେ ନିରାଶାଜନକ ଖବର।
ପୂର୍ବରୁ ଶୁଣାଯାଉଥିଲା ଯେ ଆପଲ୍ (Apple) ନିଜର ଆଗାମୀ ମଡେଲରେ ଏକ ଚମକଦାର ‘କସମିକ୍ ଅରେଞ୍ଜ’ କଲର୍ ଆଣିବ। କିନ୍ତୁ ଏବେ ଲାଟେଷ୍ଟ ଲିକ୍ସ (Leaks) ରୁ ଜଣାପଡ଼ିଛି ଯେ, କମ୍ପାନୀ ସେହି ପ୍ଲାନକୁ ଡ୍ରପ୍ କରିଦେଇଛି। ତା’ ବଦଳରେ ଏବେ ଏକ ଅତି ପ୍ରିମିୟମ୍ ‘ଡାର୍କ ଚେରି’ (Dark Cherry) କଲର୍ ଆଣିବାକୁ କମ୍ପାନୀ ପ୍ରସ୍ତୁତି ଚଳାଇଛି। ଅର୍ଥାତ୍ ଏଣିକି ଆଇଫୋନ୍ ୟୁଜର୍ସଙ୍କ ହାତରେ ଅରେଞ୍ଜ ନୁହେଁ, ବରଂ ଗଭୀର ନାଲି ବା ଚେରି ରଙ୍ଗର ଏକ ରୟାଲ ଲୁକ୍ ଦେଖିବାକୁ ମିଳିବ।
ଟେକ୍ ଏକ୍ସପର୍ଟଙ୍କ କହିବା ଅନୁସାରେ, ଆଇଫୋନ୍ 18 ପ୍ରୋ ପାଇଁ ଏହି ନୂଆ ରଙ୍ଗ ସମ୍ପୂର୍ଣ୍ଣ ସ୍ପେଶାଲ୍ ହେବ। ପ୍ରତିବର୍ଷ ଆପଲ୍ ନିଜର ‘ପ୍ରୋ’ ସିରିଜରେ ଏମିତି କିଛି ୟୁନିକ୍ କଲର୍ ଆଣିଥାଏ, ଯାହାକୁ ନେଇ ମାର୍କେଟରେ ବେଶ୍ ହଇଚଇ ସୃଷ୍ଟି ହୁଏ। ଏହି ‘ଡାର୍କ ଚେରି’ ସେଡ୍ ଫୋନକୁ ଏକ କ୍ଲାସି ଏବଂ ଲଗ୍ଜୁରି ଅନୁଭବ ଦେବ ବୋଲି କୁହାଯାଉଛି।
କେବଳ ରଙ୍ଗ ନୁହେଁ, ଫୋନର କ୍ୟାମେରା ଏବଂ ଚିପସେଟ୍କୁ ନେଇ ମଧ୍ୟ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ କମ୍ପାନୀ ପକ୍ଷରୁ ଏଯାଏଁ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ। କିନ୍ତୁ ସୋଶାଲ ମିଡିଆରେ ଏହି ନୂଆ ‘ଡାର୍କ ଚେରି’ ଲୁକ୍କୁ ନେଇ ଏବେଠାରୁ ହିଁ ଫ୍ୟାନ୍ସଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ବଢ଼ିବାରେ ଲାଗିଛି। ତେବେ ଦେଖିବାକୁ ବାକି ରହିଲା, ଲଞ୍ଚ ସମୟରେ ଆପଲ୍ ଆଉ କି ସର୍ପ୍ରାଇଜ୍ ଦେଉଛି।




