ନୂଆଦିଲ୍ଲୀ: ସମୁଦ୍ର ଆରପାରିର ବନ୍ଧୁତା ଏବେ ଏକ ବଡ଼ ‘ବିଜନେସ ଡିଲ୍’ରେ ବଦଳିବାକୁ ଯାଉଛି। କ୍ରିକେଟ୍ ପଡ଼ିଆରେ କଡ଼ା ଟକ୍କର ହେଉ କିମ୍ବା ଟୁରିଜମ୍ରେ କ୍ରେଜ୍, ଭାରତ ଓ ନ୍ୟୁଜିଲାଣ୍ଡ ସମ୍ପର୍କ ସବୁବେଳେ ଖାସ୍ ରହିଛି। କିନ୍ତୁ ଏବେ ଏହି ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆଜି ଅର୍ଥାତ୍ April 27 ତାରିଖରେ ଦୁଇ ଦେଶ ମଧ୍ୟରେ ବହୁ ପ୍ରତିକ୍ଷିତ ‘ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ’ (FTA) ସ୍ଵାକ୍ଷର ହେବାକୁ ଯାଉଛି। ଏହା କେବଳ ଏକ ସରକାରୀ ଚୁକ୍ତି ନୁହେଁ, ବରଂ ବେପାର ଦୁନିଆରେ ଏକ ବଡ଼ ଧରଣର ଗ୍ରୀନ୍ ସିଗନାଲ।
ବଦଳିବ ବେପାରର ଷ୍ଟାଇଲ ଏହି FTA ସ୍ଵାକ୍ଷର ହେବା ପରେ ଭାରତୀୟ ମାର୍କେଟରେ ନ୍ୟୁଜିଲାଣ୍ଡର ଅନେକ ଜିନିଷ ସହଜରେ ମିଳିବ। ବିଶେଷ କରି ନ୍ୟୁଜିଲାଣ୍ଡର ଡାଏରୀ ପ୍ରଡକ୍ଟ, ୱାଇନ୍ ଏବଂ କିଛି ଫଳର ଦାମ୍ କମିପାରେ। ସେହିପରି ଭାରତରୁ ବହୁ ପରିମାଣରେ ଟେକ୍ସଟାଇଲ, ଫାର୍ମା ଏବଂ IT ସର୍ଭିସ ଏବେ ନ୍ୟୁଜିଲାଣ୍ଡ ମାର୍କେଟକୁ ଦଖଲ କରିବା ପାଇଁ ବାଟ ଫିଟିଯିବ। ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ବାଧା ଏବେ ଦୂର ହେବାକୁ ଯାଉଛି।
କମିବ ଡ୍ୟୁଟି, ବଢ଼ିବ ପ୍ରଫିଟ୍ ସବୁଠାରୁ ବଡ଼ କଥା ହେଉଛି ‘ଇମ୍ପୋର୍ଟ ଡ୍ୟୁଟି’। FTA ଅଧୀନରେ ଅନେକ ଆଇଟମ ଉପରୁ ଟ୍ୟାକ୍ସ ବା କଷ୍ଟମ ଡ୍ୟୁଟି କମାଇ ଦିଆଯିବ। ଏହାଦ୍ୱାରା ଏକ୍ସପୋର୍ଟ କରୁଥିବା ବ୍ୟବସାୟୀମାନେ ଅଧିକ ଲାଭ ପାଇବେ। ଦୁଇ ଦେଶ ମଧ୍ୟରେ ବେପାରକୁ double କରିବା ପାଇଁ ଏହି ଟାର୍ଗେଟ ରଖାଯାଇଛି।
ୟୁଥ୍ ପାଇଁ ନୂଆ ସୁଯୋଗ ଖାଲି ବେପାର ନୁହେଁ, ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମଧ୍ୟ ଏହା ଏକ ବଡ଼ ସୁଯୋଗ ଆଣିବ। ଭାରତୀୟ ଛାତ୍ରଛାତ୍ରୀ ଏବଂ ପ୍ରଫେସନାଲମାନଙ୍କ ପାଇଁ ନ୍ୟୁଜିଲାଣ୍ଡରେ ସୁଯୋଗ ବଢ଼ିବ। ଆଜିର ଏହି ସାଇନିଂ ସେରିମୋନି ପରେ ଦୁଇ ଦେଶ ମଧ୍ୟରେ ଏକ ନୂଆ ଆର୍ଥିକ ଯୁଗ ଆରମ୍ଭ ହେବ ବୋଲି ଏକ୍ସପର୍ଟମାନେ କହୁଛନ୍ତି। ମୋଟାମୋଟି ଭାବେ କହିଲେ, ଏହି ‘ଡିଲ୍’ ଭାରତ ପାଇଁ ଏକ ବଡ଼ ବିଜୟ।




