ମୁମ୍ବାଇ: ଶେୟାର ବଜାରରେ ଏବେ ହଲଚଲ। ଆଶା ଥିଲା Q4 ରେଜଲ୍ଟ ଆସିବା ପରେ ଆକ୍ସିସ୍ ବ୍ୟାଙ୍କ୍ର ଶେୟାର ରକେଟ୍ ଭଳି ଉପରକୁ ଯିବ। କିନ୍ତୁ ମାର୍କେଟ୍ର ମୁଡ୍ କିଛି ଅଲଗା ଥିଲା। ରେଜଲ୍ଟ ଘୋଷଣା ହେବା ପରେ ଆଜି ଟ୍ରେଡିଂ ଆରମ୍ଭରୁ ହିଁ ବ୍ୟାଙ୍କ୍ ଶେୟାରରେ ଏକ ବଡ଼ ଧରଣର କ୍ରାସ୍ ଦେଖିବାକୁ ମିଳିଛି। ଇନଭେଷ୍ଟରମାନେ ଆଖିବୁଜା ଶେୟାର ବିକ୍ରି କରିବା ଫଳରେ ଏହାର ଦାମ୍ ପ୍ରାୟ 5 ରୁ 6 ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସି ଯାଇଛି।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଦେଶର ବଡ଼ ବଡ଼ ବ୍ରୋକରେଜ୍ ହାଉସ୍ ଗୁଡ଼ିକ ଆକ୍ସିସ୍ ବ୍ୟାଙ୍କ୍କୁ ନେଇ ବେଶ୍ ପଜିଟିଭ୍ ଅଛନ୍ତି। ‘ଜେଫ୍ରିଜ୍’ ଏବଂ ‘ଗୋଲ୍ଡମ୍ୟାନ ସାକ୍ସ’ ଭଳି ବଡ଼ ସଂସ୍ଥା ଏହି ଷ୍ଟକ୍କୁ ‘Buy’ ରେଟିଂ ଦେଇଛନ୍ତି। ସେମାନଙ୍କ ମତରେ ବ୍ୟାଙ୍କ୍ର ଫ୍ୟୁଚର୍ ବହୁତ ଭଲ ଏବଂ ଆଗକୁ ଏହା ଭଲ ରିଟର୍ଣ୍ଣ ଦେବ। କିନ୍ତୁ ବ୍ରୋକରେଜ୍ ମାନଙ୍କର ଏହି ଭଲ ରିପୋର୍ଟ ମଧ୍ୟ ଇନଭେଷ୍ଟରଙ୍କ ମନରୁ ଭୟ ଦୂର କରିପାରି ନାହିଁ।
ମାର୍କେଟ୍ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ବ୍ୟାଙ୍କ୍ର ପ୍ରଫିଟ୍ ଭଲ ହୋଇଥିଲେ ମଧ୍ୟ କିଛି ଟେକ୍ନିକାଲ୍ କାରଣ ପାଇଁ ଶେୟାର ତଳକୁ ଖସୁଛି। ଡିପୋଜିଟ୍ ଗ୍ରୋଥ୍ ଏବଂ ନେଟ୍ ଇଣ୍ଟରେଷ୍ଟ ମାର୍ଜିନ୍କୁ ନେଇ କିଛି ଲୋକ ସନ୍ଦେହରେ ଅଛନ୍ତି। ସେଥିପାଇଁ ଭଲ ଖବର ପରେ ମଧ୍ୟ ବଜାରରେ ‘ପ୍ରଫିଟ୍ ବୁକିଂ’ ଦେଖିବାକୁ ମିଳିଛି। ଅର୍ଥାତ୍ ଲୋକେ ଶେୟାର ବିକ୍ରି କରି ନିଜ ପଇସା ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି।
ତେବେ ଏହି ଧସେଇ କେବଳ ସାମୟିକ ନା ଶେୟାର ଆହୁରି ତଳକୁ ଯିବ, ତାହା ଦେଖିବାକୁ ବାକି ରହିଲା। ବର୍ତ୍ତମାନ ପାଇଁ ଆକ୍ସିସ୍ ବ୍ୟାଙ୍କ୍ର ଶେୟାର ହୋଲ୍ଡରଙ୍କ ମଧ୍ୟରେ ଫ୍ରଷ୍ଟ୍ରେସନ ଦେଖିବାକୁ ମିଳିଛି। ଶେୟାର ବଜାର ଖୋଲିବା ମାତ୍ରେ ଯେଉଁ ସ୍ପିଡ୍ରେ ଦାମ୍ କମିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି।




