ଭୁବନେଶ୍ୱର: ଋତୁ ବଦଳୁଛି। ଘରେ ଘରେ ଏବେ ଜ୍ୱର। କାହାକୁ ଥଣ୍ଡା ତ କାହାକୁ କାଶ। କିନ୍ତୁ ସବୁ ଜ୍ୱର ସମାନ ନୁହେଁ। ଆପଣଙ୍କୁ ହୋଇଥିବା ଜ୍ୱରଟି ସାଧାରଣ ଫ୍ଲୁ ନା ମ୍ୟାଲେରିଆ? ଅନେକ ସମୟରେ ଆମେ ସାଧାରଣ ଜ୍ୱର ଭାବି ମ୍ୟାଲେରିଆକୁ ହାଲୁକା ଭାବେ ନେଇଥାଉ, ଯାହା ପରେ କ୍ରିଟିକାଲ (Critical) ହୋଇଯାଏ। ଆଜି ‘ୱାର୍ଲ୍ଡ ମ୍ୟାଲେରିଆ ଡେ’ ଅବସରରେ ଜାଣନ୍ତୁ କେମିତି ଚିହ୍ନିବେ ଅସଲି ବିପଦକୁ।
କେମିତି ଚିହ୍ନିବେ ମ୍ୟାଲେରିଆ? ମ୍ୟାଲେରିଆ ଜ୍ୱରର ଷ୍ଟାଇଲ୍ ପୁରା ଅଲଗା। ଏଥିରେ ରୋଗୀକୁ ପ୍ରଥମେ ଜୋରରେ ଶୀତ କରିବ ଏବଂ ଦେହ କମ୍ପିବ (Chills)। ଏହାପରେ ପୁରା ହାଇ ଟେମ୍ପରେଚର (High Temperature) ଜ୍ୱର ଆସିବ। ସବୁଠୁ ବଡ଼ ସିମ୍ପଟମ (Symptom) ହେଉଛି, ଜ୍ୱର ଛାଡ଼ିଲା ବେଳକୁ ଦେହ ପୁରା ଝାଳରେ ଭିଜିଯିବ (Sweating)। ଏହି ସାଇକେଲ (Cycle) ପ୍ରତି 48 ରୁ 72 ଘଣ୍ଟା ଭିତରେ ବାରମ୍ବାର ହୋଇଥାଏ। ଏହା ସହିତ ଭୀଷଣ ମୁଣ୍ଡ ବିନ୍ଧା, ବାନ୍ତି ଏବଂ ମସଲ ପେନ୍ (Muscle Pain) ମଧ୍ୟ ହୋଇପାରେ।
ସାଧାରଣ ଜ୍ୱର କେମିତି ଅଲଗା? ଅନ୍ୟପଟେ ସାଧାରଣ ଜ୍ୱର ବା ଫ୍ଲୁ (Flu) ହେଲେ ଲକ୍ଷଣ ଅଲଗା ଥାଏ। ଏଥିରେ ଜ୍ୱର ସହିତ ପ୍ରାୟତଃ କାଶ, ଛିଙ୍କ ଏବଂ ନାକରୁ ପାଣି ବୋହିବା ଭଳି ପ୍ରୋବ୍ଲେମ (Problem) ଦେଖାଯାଏ। ମ୍ୟାଲେରିଆ ଭଳି ଏଥିରେ ଦେହ ଏତେ ଜୋରରେ କମ୍ପେ ନାହିଁ କି ବାରମ୍ବାର ଝାଳ ଦେଇ ଜ୍ୱର ଛାଡ଼େ ନାହିଁ।
ଡକ୍ଟରଙ୍କ ଆଡଭାଇସ: ଜ୍ୱର ହେଲେ ନିଜେ ନିଜେ ଡାକ୍ତର ହୁଅନ୍ତୁନି। ଯଦି 2 ଦିନରୁ ଅଧିକ ସମୟ ଜ୍ୱର ରହୁଛି, ତେବେ ତୁରନ୍ତ ହସ୍ପିଟାଲ ଯାଇ ବ୍ଲଡ଼ ଟେଷ୍ଟ (Blood Test) କରନ୍ତୁ। ମ୍ୟାଲେରିଆ ଧରାପଡ଼ିଲେ ମେଡିସିନର ଫୁଲ କୋର୍ସ (Full Course) ଶେଷ କରିବା ଜରୁରୀ। ଅଧାରୁ ମେଡିସିନ ଛାଡ଼ିଲେ ଏହା ପୁଣି ଫେରିବାର ଚାନ୍ସ ଥାଏ। ମନେରଖନ୍ତୁ, ସଜାଗ ରହିଲେ ହିଁ ମ୍ୟାଲେରିଆକୁ ହରାଇ ହେବ।




