ଭେନେଜୁଏଲା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ‘ଗ୍ରୀନଲ୍ୟାଣ୍ଡ’ (Greenland) ଉପରେ। ହେଲେ ଏଥର ରାସ୍ତା ଏତେ ସହଜ ନୁହେଁ। ଟ୍ରମ୍ପଙ୍କ ଏହି ଦଖଲ କରିବା ଧମକ ପରେ ପୁରା ୟୁରୋପ ଏବେ ‘ରେଡ୍ ଆଲର୍ଟ’ରେ। ବନ୍ଧୁ ଦେଶମାନଙ୍କ ଭିତରେ ଏମିତି ହାଇ-ଟେନସନ୍ ପୂର୍ବରୁ କେବେ ଦେଖାଯାଇ ନଥିଲା। ଲାଗୁଛି ଯେମିତି ଆମେରିକା ଓ ୟୁରୋପ ଭିତରେ ଥିବା ବର୍ଷ ବର୍ଷର ସମ୍ପର୍କ ଏବେ ଗୋଟିଏ ଜିଦ୍ ପାଇଁ ଶେଷ ହୋଇଯିବ।
ୟୁରୋପର ଏକାଠି ଗର୍ଜନ: ‘ଗ୍ରୀନଲ୍ୟାଣ୍ଡ ବିକ୍ରି ପାଇଁ ନୁହେଁ’ ଜାନୁଆରୀ 6, 2026ରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ୍, ପୋଲାଣ୍ଡ ଏବଂ ବ୍ରିଟେନ ଭଳି ବଡ଼ ବଡ଼ ଦେଶ ଏକାଠି ହୋଇ ଟ୍ରମ୍ପଙ୍କୁ ସିଧାସଳଖ ଜବାବ ଦେଇଛନ୍ତି। ଏକ ‘ଜଏଣ୍ଟ ଷ୍ଟେଟମେଣ୍ଟ’ (Joint Statement) ଜାରି କରି ସେମାନେ କହିଛନ୍ତି ଯେ, ‘‘ଗ୍ରୀନଲ୍ୟାଣ୍ଡ ସେଠାକାର ଲୋକଙ୍କର।’’ କେବଳ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ହିଁ ସେମାନଙ୍କର ଭବିଷ୍ୟତ ଡିସାଇଡ୍ କରିବେ। ଆମେରିକା ଏକ ଜରୁରୀ ‘ପାର୍ଟନର’ (Partner) ହୋଇପାରେ, କିନ୍ତୁ ଏମିତି ଜବରଦସ୍ତି ଦଖଲକୁ କେହି ବରଦାସ୍ତ କରିବେ ନାହିଁ।
‘ସବୁ କିଛି ବନ୍ଦ ହୋଇଯିବ’ : ଡେନମାର୍କର ବଡ଼ ଧମକ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସନ ଏଥର ପୁରା ଆକ୍ରମଣାତ୍ମକ ମୁଡ୍ରେ ଅଛନ୍ତି। ସେ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ସେନା ଗ୍ରୀନଲ୍ୟାଣ୍ଡ ଉପରେ କୌଣସି ବି ‘ମିଲିଟାରୀ ଆକ୍ସନ୍’ (Military Action) ନିଏ, ତେବେ NATO ଆଲାଇନ୍ସ ସେଇଠି ଖତମ୍ ହୋଇଯିବ। ଅନ୍ୟପଟେ, ଗ୍ରୀନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେନ୍ସ-ଫ୍ରେଡେରିକ ନିଲସନ ଟ୍ରମ୍ପଙ୍କୁ ଏହି ‘ଫ୍ୟାଣ୍ଟାସି’ (Fantasy) ବା କଳ୍ପନା ଜଗତରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି।
ଟ୍ରମ୍ପଙ୍କ ଜିଦ୍ : ‘ଆମକୁ ଏବେ ହିଁ ଦରକାର’ ଏତେ ସବୁ ବିରୋଧ ସତ୍ତ୍ୱେ ଟ୍ରମ୍ପ କିନ୍ତୁ ନିଜ ଜିଦ୍ରେ ଅଟଳ। ତାଙ୍କ କହିବା କଥା ହେଲା, ଆର୍କଟିକ ଅଞ୍ଚଳରେ ଋଷିଆ ଏବଂ ଚାଇନାର ପ୍ରଭାବ ବଢୁଛି, ତେଣୁ ଆମେରିକାକୁ ନିଜ ସୁରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ‘ରାଇଟ୍ ନାଓ’ (Right now) ଦରକାର। ହ୍ୱାଇଟ୍ ହାଉସ୍ ତରଫରୁ ଏମିତି ବି ସଙ୍କେତ ମିଳିଛି ଯେ, ଗ୍ରୀନଲ୍ୟାଣ୍ଡ ହାସଲ କରିବା ପାଇଁ ‘ମିଲିଟାରୀ’ ହେଉଛି ଏକ ବିକଳ୍ପ।
ଭେନେଜୁଏଲାରେ ସଫଳ ଅପରେସନ୍ ପରେ ଟ୍ରମ୍ପଙ୍କ ଆତ୍ମବିଶ୍ୱାସ ବଢିଯାଇଛି। କିନ୍ତୁ ଏଥର ସାମ୍ନାରେ କୌଣସି ଶତ୍ରୁ ନୁହେଁ, ବରଂ ନିଜର ବନ୍ଧୁ ଦେଶମାନେ ଅଛନ୍ତି। ଯଦି ଆମେରିକା ପଛକୁ ନଫେରେ, ତେବେ ବିଶ୍ୱ ରାଜନୀତିରେ ଏକ ବଡ଼ ‘ଆକ୍ସିଡେଣ୍ଟ’ (Accident) ହେବା ନିଶ୍ଚିତ।




