Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»Auto

ମଧ୍ୟବିତ୍ତଙ୍କ ସ୍ୱପ୍ନ ପୂରଣ: 10 ଲକ୍ଷ ତଳେ ଆସିଲା Sunroof ଥିବା SUV

Auto
odiapaper
Share
Facebook Twitter Email WhatsApp

ଭୁବନେଶ୍ୱର: ଗାଡ଼ି କିଣିବା ବେଳେ ସମସ୍ତଙ୍କର ଗୋଟିଏ ଡିମାଣ୍ଡ— “ଭାଇ, Sunroof ଅଛି ତ?” ହେଲେ ପକେଟ୍ ଅନୁମତି ଦିଏନି। କାରଣ Sunroof ଥିବା SUV କିଣିବାକୁ ହେଲେ 12 ରୁ 13 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। କିନ୍ତୁ ଏବେ ଚିନ୍ତା ନାହିଁ। Hyundai ଆପଣଙ୍କ ମନ କଥା ବୁଝିପାରିଛି। ବଜାରକୁ ଆସିଯାଇଛି Venue ର ଏମିତି ଏକ ଭାରିଆଣ୍ଟ, ଯାହା ଦାମ୍‌ରେ ଶସ୍ତା କିନ୍ତୁ ଫିଚରରେ ‘ବାପ୍’।

ଜାନୁଆରୀ 2, 2026 ଶୁକ୍ରବାର ଦିନ Hyundai Motor India ତରଫରୁ Venue ର ଏକ ନୂଆ ଭାରିଆଣ୍ଟ ‘HX5’ ଲଞ୍ଚ କରାଯାଇଛି। ସବୁଠୁ ବଡ଼ କଥା ହେଲା, ଏହାର ଦାମ୍ ମାତ୍ର 9.99 ଲକ୍ଷ (Ex-showroom) ରଖାଯାଇଛି। ଅର୍ଥାତ୍ 10 ଲକ୍ଷ ଭିତରେ ଆପଣ ଏବେ ଗୋଟିଏ ଫୁଲ୍ ଲୋଡେଡ୍ SUV ଘରକୁ ନେଇପାରିବେ। କମ୍ପାନୀ ଏହି ନୂଆ ମଡେଲକୁ ‘Value for Money’ ପ୍ୟାକେଜ୍ ଭାବରେ ତିଆରି କରିଛି।

ଏହି ନୂଆ HX5 ଭାରିଆଣ୍ଟରେ କମ୍ପାନୀ ସେହି ସବୁ ଫିଚର ଦେଇଛି, ଯାହା ପାଇଁ ଗ୍ରାହକମାନେ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ। ଏଥିରେ ରହିଛି ଇଲେକ୍ଟ୍ରିକ୍ ସନରୁଫ୍ (Electric Sunroof), ଯାହା ଏହି ଦାମ୍‌ରେ ମିଳିବା କଷ୍ଟକର ଥିଲା। ଏହା ସହିତ 8 ଇଞ୍ଚର ଟଚ୍‌ସ୍କ୍ରିନ୍ ଇନଫୋଟେନ୍‌ମେଣ୍ଟ ସିଷ୍ଟମ, LED DRLs ଏବଂ ଆଲୟ ହ୍ୱିଲ୍‌ସ (Alloy Wheels) ଗାଡ଼ିର ଲୁକ୍‌କୁ ପୂରା ବଦଳାଇ ଦେଇଛି।

ଇଞ୍ଜିନ୍ କଥା କହିବାକୁ ଗଲେ, ଏଥିରେ 1.2 ଲିଟର ପେଟ୍ରୋଲ ଇଞ୍ଜିନ୍ ଦିଆଯାଇଛି, ଯାହା ମାନୁଆଲ ଟ୍ରାନ୍ସମିସନ୍ ସହ ଆସୁଛି। ସୁରକ୍ଷା ପାଇଁ ଏଥିରେ 6 ଟି ଏୟାରବ୍ୟାଗ୍ (Airbags) ଷ୍ଟାଣ୍ଡାର୍ଡ ଭାବରେ ମିଳିବ। ଯେଉଁମାନେ S(O) ଏବଂ SX ଭାରିଆଣ୍ଟ ମଧ୍ୟରେ କନ୍‌ଫ୍ୟୁଜ୍ ହେଉଥିଲେ, ସେମାନଙ୍କ ପାଇଁ ଏହି HX5 ଏକ ବେଷ୍ଟ ଅପ୍ସନ୍ ସାଜିବ। ମାର୍କେଟରେ ଏବେ Nexon ଏବଂ Brezza କୁ ଏହା କଡ଼ା ଟକ୍କର ଦେବ ବୋଲି ଅଟୋ ଏକ୍ସପର୍ଟମାନେ ମତ ଦେଇଛନ୍ତି।

Related posts

odiapaper

କାର୍ ମାର୍କେଟ୍‌ରେ ମାରୁତି ‘ମହାରାଜା’ : ଟାଟା-ହ୍ୟୁଣ୍ଡାଇକୁ ପଛରେ ପକାଇ ମହିନ୍ଦ୍ରା 2 ନମ୍ବର

ବଜାରରେ ଧମାକା : ଟାଟା ନେକ୍ସନକୁ ଟକ୍କର ଦେବାକୁ ଆସିଲା ମହିନ୍ଦ୍ରା XUV 3XO EV

ବଜାରରେ ଧମାକା : ଟାଟା ନେକ୍ସନକୁ ଟକ୍କର ଦେବାକୁ ଆସିଲା ମହିନ୍ଦ୍ରା XUV 3XO EV

odiapaper

ଥରେ ଚାର୍ଜ କଲେ 265 କି.ମି. : ବଜାରକୁ ଆସିଲା ‘ସିମ୍ପଲ୍ ୱାନ୍ ଜେନ୍ 2’

Latest Posts
v6j vfyh

କରାଚିରେ ରଣବୀରଙ୍କ କମାଲ: ‘ଧୁରନ୍ଧର-୨’ କରୁଛି ବକ୍ସ ଅଫିସରେ ଧମାଲ!

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

iran

ନେତନ୍ୟାହୁଙ୍କ ପଛରେ ଇରାନ : ବଞ୍ଚିବା ଅସମ୍ଭବ, ଘରେ ପଶି ମାରିବୁ!

china missile

ଇରାନ-ଇସ୍ରାଏଲ୍ ଯୁଦ୍ଧରେ ‘ଚାଇନା’ କନେକ୍ସନ୍: ଘାତକ ଅସ୍ତ୍ର ପଛର ଅସଲ କାହାଣୀ

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.