Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»Auto

ଜାଗୁଆର-ଲ୍ୟାଣ୍ଡ ରୋଭର ରିକଲ୍: ମଝି ରାସ୍ତାରେ ଅଟକିବ ଚକ, 1.7 ଲକ୍ଷ ଗାଡ଼ିକୁ ଫେରାଇ ନେଉଛି କମ୍ପାନୀ

Auto
ଜାଗୁଆର-ଲ୍ୟାଣ୍ଡ ରୋଭର ରିକଲ୍: ମଝି ରାସ୍ତାରେ ଅଟକିବ ଚକ, 1.7 ଲକ୍ଷ ଗାଡ଼ିକୁ ଫେରାଇ ନେଉଛି କମ୍ପାନୀ
Share
Facebook Twitter Email WhatsApp

ଭାବନ୍ତୁ ତ, ଆପଣ ଆପଣଙ୍କର ଦାମୀ ଲକଜୁରି କାର୍ ଧରି ହାଇୱେରେ ଫୁଲ୍ ସ୍ପିଡ୍‌ରେ ଯାଉଛନ୍ତି ଆଉ ହଠାତ୍ ଗାଡ଼ିର ଇଞ୍ଜିନ ବନ୍ଦ ହୋଇଗଲା। କେତେ ଭୟଙ୍କର ହେବ ସେହି ସିଚୁଏସନ? ଏଭଳି ଏକ ସିରିୟସ ସମସ୍ୟାକୁ ନେଇ ଏବେ ଚିନ୍ତାରେ ଦୁନିଆର ପ୍ରସିଦ୍ଧ କାର୍ ମେକର ଜାଗୁଆର ଲ୍ୟାଣ୍ଡ ରୋଭର (JLR)।

ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କମ୍ପାନୀ ଏକାସାଙ୍ଗରେ ପ୍ରାୟ 1.7 ଲକ୍ଷ କାର୍‌କୁ ରିକଲ୍ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗାଡ଼ି ଚାଲୁଥିବା ସମୟରେ ହଠାତ୍ ‘ପାୱାର ଲସ୍’ (Power Loss) ହୋଇଯାଉଛି, ଯାହା ଫଳରେ ଗାଡ଼ି ଅଧା ରାସ୍ତାରେ ଠପ୍ ହୋଇଯିବାର ବିପଦ ରହିଛି। ବିଶେଷ କରି ହାଇୱେରେ ଗାଡ଼ି ଚଲାଉଥିବା ବେଳେ ଏହା ଏକ ବଡ଼ ଆକ୍ସିଡେଣ୍ଟର କାରଣ ସାଜିପାରେ।

ଏହି ସମସ୍ୟାର ମୂଳ କାରଣ ହେଉଛି ଗାଡ଼ିର ‘କ୍ରାଙ୍କସାଫ୍ଟ ପୋଜିସନ ସେନ୍ସର’ (Crankshaft Position Sensor)। ଏହି ସେନ୍ସରଟି ଖରାପ ଥିବାରୁ ଇଞ୍ଜିନକୁ ସଠିକ୍ ସିଗନାଲ ମିଳିପାରୁ ନାହିଁ, ଯାହା ଫଳରେ ଗାଡ଼ି କୌଣସି ୱାର୍ଣ୍ଣିଂ ନଥାଇ ହଠାତ୍ ବନ୍ଦ ହୋଇଯାଉଛି।

ଏହି ରିକଲ୍ ଲିଷ୍ଟରେ ଜାଗୁଆରର ପପୁଲାର ମଡେଲ XE, XF, ଏବଂ F-Pace ରହିଛି। ସେହିପରି ଲ୍ୟାଣ୍ଡ ରୋଭରର ଡିସ୍କଭରି ସ୍ପୋର୍ଟ (Discovery Sport) ଏବଂ ରେଞ୍ଜ ରୋଭର ଇଭୋକ (Range Rover Evoque) ଭଳି ମଡେଲ ମଧ୍ୟ ଏଥିରେ ସାମିଲ ଅଛି। 2018 ରୁ 2020 ମସିହା ମଧ୍ୟରେ ତିଆରି ହୋଇଥିବା ଏହି ଗାଡ଼ିଗୁଡ଼ିକରେ ଏହି ପ୍ରୋବଲେମ ଦେଖାଦେଇଛି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରୋବଲେମର କୌଣସି ସମାଧାନ ବା ‘ଫିକ୍ସ’ (Fix) ଏପର୍ଯ୍ୟନ୍ତ କମ୍ପାନୀ ପାଖରେ ନାହିଁ। ବର୍ତ୍ତମାନ ପାଇଁ କେବଳ ଗାଡ଼ି ମାଲିକମାନଙ୍କୁ ସାବଧାନ କରିବା ପାଇଁ ଏହି ରିକଲ୍ ପ୍ରୋସେସ୍ ଆରମ୍ଭ ହୋଇଛି। ଯେତେବେଳେ କମ୍ପାନୀ ପାଖରେ ଏହାର ଟେକ୍ନିକାଲ ସଲ୍ୟୁସନ ଆସିଯିବ, ସେତେବେଳେ ଗ୍ରାହକଙ୍କୁ ଖବର ଦିଆଯିବ ଏବଂ ଫ୍ରି-ଅଫ୍-କଷ୍ଟରେ ଗାଡ଼ି ସଜାଡ଼ି ଦିଆଯିବ ବୋଲି ଜଣାପଡ଼ିଛି। ଯଦି ଆପଣଙ୍କ ପାଖରେ ଏହି ମଡେଲର ଗାଡ଼ି ଅଛି, ତେବେ କମ୍ପାନୀର ଅଫିସିଆଲ ମେସେଜକୁ ଅପେକ୍ଷା କରନ୍ତୁ।

Related posts

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

କିଆର ମାଷ୍ଟର ପ୍ଲାନ: ମାର୍କେଟ କବ୍‌ଜା ପାଇଁ ଆସୁଛି ନୂଆ ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ SUV

କିଆର ମାଷ୍ଟର ପ୍ଲାନ: ମାର୍କେଟ କବ୍‌ଜା ପାଇଁ ଆସୁଛି ନୂଆ ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ SUV

ବ୍ଲାକ୍ ବିଷ୍ଟର ଜଲୱା: ଲମ୍ବୋର୍ଗିନି ଆଣିଲା ଲିମିଟେଡ୍ ଏଡିସନ ‘ଉରୁସ୍’, ଦୁନିଆରେ ମିଳିବ ମାତ୍ର 630ଟି ଗାଡ଼ି

ବ୍ଲାକ୍ ବିଷ୍ଟର ଜଲୱା: ଲମ୍ବୋର୍ଗିନି ଆଣିଲା ଲିମିଟେଡ୍ ଏଡିସନ ‘ଉରୁସ୍’, ଦୁନିଆରେ ମିଳିବ ମାତ୍ର 630ଟି ଗାଡ଼ି

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.