ନୂଆଦିଲ୍ଲୀ: ଆଖି ଖୋସି ହୋଇଯିବା ଭଳି ପିକ୍ଚର କ୍ୱାଲିଟି ଆଉ କାନ ଫଟା ସାଉଣ୍ଡ! ଘରେ ବସି ସିନେମା ହଲ୍ର ଅନୁଭୂତି ପାଇବାକୁ ଚାହୁଁଥିଲେ ପ୍ରସ୍ତୁତ ହୋଇଯାଆନ୍ତୁ। ଭାରତୀୟ ମାର୍କେଟରେ ଏବେ ହଇଚଇ ସୃଷ୍ଟି କରିବାକୁ ଆସିଯାଇଛି ତୋସିବାର ‘Z670SP’ MiniLED ଟିଭି ସିରିଜ୍। କମ୍ପାନି ଏଥର ଏମିତି କିଛି ଫିଚର ଆଣିଛି, ଯାହା ଗେମିଂ ଲଭରଙ୍କ ଠାରୁ ଆରମ୍ଭ କରି ମୁଭି ପ୍ରେମୀଙ୍କ ଯାଏଁ ସମସ୍ତଙ୍କୁ ପାଗଳ କରିଦେବ।
କ’ଣ ରହିଛି ସ୍ପେଶାଲ? ଏହି ଟିଭିର ସବୁଠୁ ବଡ଼ ପ୍ଲସ ପଏଣ୍ଟ ହେଉଛି ଏହାର MiniLED ଟେକ୍ନୋଲୋଜି। ଏଥିରେ REGZA ଇଞ୍ଜିନ ବ୍ୟବହାର କରାଯାଇଛି, ଯାହା ସ୍କ୍ରିନ ଉପରେ ପ୍ରତିଟି ରଙ୍ଗକୁ ଜୀବନ୍ତ କରିଦେବ। ଯେଉଁମାନେ ଭିଡିଓ ଗେମ ଖେଳିବାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏଥିରେ 144Hz ର ରିଫ୍ରେସ ରେଟ୍ ଦିଆଯାଇଛି। ମାନେ ଗେମିଂ ସମୟରେ ପିକ୍ଚର ଜମାରୁ ଅଟକିବ ନାହିଁ କି ଝାପ୍ସା ଦେଖାଯିବ ନାହିଁ।
ସାଉଣ୍ଡ ଏମିତି ଯେ ଥରିବ ଘର: ଖାଲି ଭଲ ପିକ୍ଚର ନୁହେଁ, ସାଉଣ୍ଡ ମାମଲାରେ ବି ଏହା ନମ୍ବର ୱାନ। ଏଥିରେ 2.1.2 ଚ୍ୟାନେଲର ସାଉଣ୍ଡ ସିଷ୍ଟମ ସହ ଇନ-ବିଲ୍ଟ ସବ୍-ୱୁଫର ଅଛି। Dolby Atmos ସପୋର୍ଟ ଯୋଗୁଁ ଆପଣଙ୍କୁ ଲାଗିବ ସତେ ଯେମିତି ଆପଣ ସିନେମା ହଲ୍ ଭିତରେ ବସିଛନ୍ତି।
କେତେ ଦାମ, କେଉଁଠି ମିଳିବ? ତୋସିବା ଏହି ସିରିଜକୁ ୫୫, ୬୫, ୭୫ ଏବଂ ୮୫ ଇଞ୍ଚ ସାଇଜରେ ଲଞ୍ଚ କରିଛି। ଏହାର ଷ୍ଟାର୍ଟିଂ ପ୍ରାଇସ ରହିଛି 64,990 ଟଙ୍କା। ଯଦି ଆପଣ ସବୁଠୁ ବଡ଼ ଅର୍ଥାତ ୮୫ ଇଞ୍ଚର ଟିଭି କିଣିବାକୁ ଚାହାନ୍ତି, ତେବେ ଏଥିପାଇଁ ପ୍ରାୟ 2.5 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆମାଜନ ଏବଂ ଫ୍ଲିପକାର୍ଟ ଭଳି ଅନଲାଇନ ସାଇଟ୍ରେ ଏହି ଟିଭି ସେଲ୍ ପାଇଁ ଉପଲବ୍ଧ ହେଉଛି।
ଏହି ସ୍ମାର୍ଟ ଟିଭିରେ Google TV ର ସପୋର୍ଟ ମିଳୁଥିବାରୁ ଆପଣ ନିଜ ପସନ୍ଦର ସବୁ ଆପ୍ ଏବଂ ଓଟିଟି ପ୍ଲାଟଫର୍ମକୁ ଆରାମରେ ବ୍ୟବହାର କରିପାରିବେ। ତେବେ ଡେରି ନକରି ନିଜ ଡ୍ରଇଙ୍ଗ ରୁମ୍କୁ ସିନେମା ହଲ୍ ବନାଇବାକୁ ପ୍ଲାନ କରନ୍ତୁ!



