ୱାଶିଂଟନ୍: ଦୁନିଆରେ ଏବେ ‘ଟ୍ରମ୍ପ ରାଜ୍’। ହ୍ୱାଇଟ୍ ହାଉସ୍ରୁ ଗୋଟିଏ ପରେ ଗୋଟିଏ ଏମିତି ନିଷ୍ପତ୍ତି ଆସୁଛି, ଯାହା ପୁରା ବିଶ୍ୱ ବଜାରକୁ ଥରାଇ ଦେଉଛି। ବିଦେଶୀ ନୀତି ହେଉ କି ବାଣିଜ୍ୟ, ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଚାଲ୍ରେ ସବୁ ଓଲଟପାଲଟ ହୋଇଯାଉଛି। ଏଥର ଟ୍ରମ୍ପଙ୍କ ଟାର୍ଗେଟରେ ସିଧାସଳଖ ଭାରତର ‘ତେଲ’ କାରବାର। ଋଷିଆଠାରୁ ତେଲ କିଣୁଥିବା ଦେଶମାନଙ୍କୁ ସାବାଡ଼ କରିବା ପାଇଁ ସେ ଏକ ବିପଦଜନକ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି।
ସାଙ୍କସନ୍ ବିଲ୍କୁ ଟ୍ରମ୍ପଙ୍କ ଗ୍ରୀନ୍ ସିଗନାଲ୍ ଋଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ଭାରତ ଲଗାତାର ଭାବେ ଋଷିଆରୁ ଶସ୍ତାରେ ତେଲ ଆମଦାନୀ କରି ଆସୁଛି। କିନ୍ତୁ ଆମେରିକାକୁ ଏହି ବ୍ୟାପାର ଆଦୌ ପସନ୍ଦ ଆସୁନି। ଟ୍ରମ୍ପ ଏବେ ଏକ ନୂଆ ‘ସାଙ୍କସନ୍ ବିଲ୍’ (Sanctions Bill) କୁ ସପୋର୍ଟ କରିଛନ୍ତି। ଏହି ବିଲ୍ ଅନୁସାରେ, ଯେଉଁ ଦେଶମାନେ ଆମେରିକାର ନିୟମକୁ ବାଏପାସ୍ କରି ଋଷିଆଠାରୁ ଅଏଲ୍ କିଣିବା ଜାରି ରଖିବେ, ସେମାନଙ୍କ ଉପରେ 500% ଟାରିଫ୍ (Tariff) ଲଗାଯିବ। ଅର୍ଥାତ୍ ସେହି ଦେଶରୁ ଆମେରିକା ଯାଉଥିବା ସବୁ ଜିନିଷ ଉପରେ 5 ଗୁଣା ଅଧିକ ଟ୍ୟାକ୍ସ ଲାଗିବ।
ଡଲାର ବଞ୍ଚାଇବାକୁ ଟ୍ରମ୍ପଙ୍କ ଜିଦ୍ ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ପଛରେ ରହିଛି ‘ଆମେରିକା ଫାଷ୍ଟ’ ପଲିସି। ସେ ଚାହୁଁଛନ୍ତି ଦୁନିଆରେ ଆମେରିକୀୟ ଡଲାରର ଦବଦବା ବଜାୟ ରହୁ। ଯଦି କୌଣସି ଦେଶ ଋଷିଆରୁ ତେଲ କିଣିବା ପାଇଁ ଡଲାର ବଦଳରେ ଅନ୍ୟ କରେନ୍ସି ବ୍ୟବହାର କରେ କିମ୍ବା ଆମେରିକା କଥା ନଶୁଣେ, ତେବେ ତାଙ୍କୁ କଡ଼ା ପରିଣାମ ଭୋଗିବାକୁ ପଡ଼ିବ। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ବି ପରିସ୍ଥିତିରେ ଋଷିଆର ପକେଟ୍ ଗରମ ହେବାକୁ ଦେବେନି।
ଭାରତ ପାଇଁ ବଢିଲା ଟେନସନ୍ ଏହି ଖବର ଆସିବା ପରେ ନୂଆଦିଲ୍ଲୀରେ ଚିନ୍ତା ବଢିଯାଇଛି। ଭାରତ ପାଇଁ ଋଷିଆ ହେଉଛି ତେଲ ଯୋଗାଣର ଏକ ବଡ଼ ମାଧ୍ୟମ। ଯଦି ଟ୍ରମ୍ପ ଏହି 500% ଟାରିଫ୍ ଧମକକୁ କାର୍ଯ୍ୟକାରୀ କରନ୍ତି, ତେବେ ଭାରତରୁ ଆମେରିକା ରପ୍ତାନି ହେଉଥିବା ଆଇଟି ସେକ୍ଟର, ଟେକ୍ସଟାଇଲ୍ ଏବଂ ଫାର୍ମା ଜିନିଷ ଉପରେ ବଡ଼ ମାଡ଼ ହେବ। ଗୋଟିଏ ପଟେ ଶସ୍ତା ତେଲ ଆଉ ଅନ୍ୟପଟେ ଆମେରିକା ସହ ବାଣିଜ୍ୟିକ ସମ୍ପର୍କ— ଏବେ କାହାକୁ ବାଛିବ ଭାରତ, ତାହା ଉପରେ ସମସ୍ତଙ୍କ ନଜର।




