Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଓଡିଶା

ପୋଲସରାରେ ବର୍ବରକାଣ୍ଡ: ପୂର୍ବ ଶତ୍ରୁତାରୁ ଯୁବକକୁ ହାଣି ହତ୍ୟା

ଓଡିଶା
ପୋଲସରାରେ ବର୍ବରକାଣ୍ଡ: ପୂର୍ବ ଶତ୍ରୁତାରୁ ଯୁବକକୁ ହାଣି ହତ୍ୟା
Share
Facebook Twitter Email WhatsApp

ପୋଲସରା: ପୋଲସରା ବାଇପାସ୍ ରୋଡ୍‌ରେ ରକ୍ତର ଛିଟା। ଚାରିଆଡ଼େ ଆତଙ୍କର ମାହୋଲ। ଦିନ ଦ୍ଵିପ୍ରହରରେ ଜଣେ 25 ବର୍ଷର ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଧାରୁଆ ଅସ୍ତ୍ରରେ ହାଣି ଦୁର୍ବୃତ୍ତମାନେ ଜଣେ ଯୁବକର ଜୀବନ ନେଇଯାଇଛନ୍ତି।

ମୃତ ଯୁବକଙ୍କ ନାଁ ଜିତେନ୍ଦ୍ର ବିଷୋୟୀ। ତାଙ୍କ ଘର ପୋଲସରା ଅଞ୍ଚଳରେ। ଖବର ମୁତାବକ, ଜିତେନ୍ଦ୍ର ଆଜି କୌଣସି କାମରେ ବାହାରକୁ ଯାଇଥିବା ବେଳେ ବାଇପାସ୍ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ଘେରି ଯାଇଥିଲେ। କିଛି ବୁଝିବା ଆଗରୁ ଆରମ୍ଭ ହୋଇଥିଲା ଆକ୍ରମଣ। ଧାରୁଆ ଅସ୍ତ୍ରରେ ତାଙ୍କୁ ଆଖିବୁଜା ହଣାଯାଇଥିଲା। ଲୋକେ ରୁଣ୍ଡ ହେବା ଆଗରୁ ଅଭିଯୁକ୍ତମାନେ ସ୍ପଟ୍‌ରୁ ଫେରାର୍ ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଜିତେନ୍ଦ୍ରଙ୍କ ପରିବାର ଲୋକେ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୂର୍ବ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଫେରାର୍ ହୋଇଯାଇଥିବା ହତ୍ୟାକାରୀମାନଙ୍କୁ ଧରିବା ପାଇଁ ପୁଲିସ୍ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଞ୍ଚଳରେ ଶାନ୍ତି ରକ୍ଷା ପାଇଁ ପୁଲିସ୍ ମୁତୟନ କରାଯାଇଛି।

Related posts

ରେଳବାଇର ନୂଆ ରୂପ : ଦେଶକୁ ମିଳିଲା ‘ଅମୃତ ଭାରତ’ର ଶକ୍ତି

ରେଳବାଇର ନୂଆ ରୂପ : ଦେଶକୁ ମିଳିଲା ‘ଅମୃତ ଭାରତ’ର ଶକ୍ତି

ପଞ୍ଜାବରେ ଗୁଳିକାଣ୍ଡ : ୨ ମୃତ, ରକ୍ତରଞ୍ଜିତ ହେଲା ବଟାଲା

ପଞ୍ଜାବରେ ଗୁଳିକାଣ୍ଡ : ୨ ମୃତ, ରକ୍ତରଞ୍ଜିତ ହେଲା ବଟାଲା

କାଦୁଅ ଫିଙ୍ଗିଲେ, ଜେଲ୍ ଗଲେ : ଇଞ୍ଜିନିୟରଙ୍କୁ ଅପମାନ ପଡ଼ିଲା ମହଙ୍ଗା, ବିଧାୟକ ନୀତେଶ ରାଣେଙ୍କୁ ୧ ମାସ ସଜା

କାଦୁଅ ଫିଙ୍ଗିଲେ, ଜେଲ୍ ଗଲେ : ଇଞ୍ଜିନିୟରଙ୍କୁ ଅପମାନ ପଡ଼ିଲା ମହଙ୍ଗା, ବିଧାୟକ ନୀତେଶ ରାଣେଙ୍କୁ ୧ ମାସ ସଜା

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.