ୱାଶିଂଟନ୍/ବାମାକୋ: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା । ଯାହାର ଗୋଟିଏ ଇସାରାରେ ଦୁନିଆ ହଲୁଥିଲା, ଆଜି ସେହି ଆମେରିକାକୁ ଦେଖାଇ ଦିଆଯାଇଛି ନାଲି ଆଖି । ‘ଆମ ଦେଶକୁ ତୁମର ମନା, ତେବେ ତୁମକୁ ବି ଆମର ମନା’ । ଠିକ୍ ଏମିତି ଢଙ୍ଗରେ 2ଟି ଛୋଟ ପଶ୍ଚିମ ଆଫ୍ରିକୀୟ ଦେଶ ମହାଶକ୍ତି ଆମେରିକାକୁ ଦେଇଛନ୍ତି କଡ଼ା ଜବାବ । ‘ସୁପରପାୱାର’ର (Superpower) ଦମ୍ଭ ଏବେ ମାଟିରେ ମିଶିବାକୁ ବସିଛି ।
‘ଟିଟ୍ ଫର୍ ଟ୍ୟାଟ୍’ (Tit-for-Tat) ଆମେରିକା ନାଗରିକଙ୍କ ପାଇଁ ଦ୍ୱାର ବନ୍ଦ କରିଛନ୍ତି ମାଲି (Mali) ଏବଂ ବୁର୍କିନା ଫାସୋ (Burkina Faso) । December 30 ଓ 31 ରେ ଏହି ଦୁଇ ଦେଶର ସରକାର ଘୋଷଣା କରିଛନ୍ତି ଯେ, ସେମାନେ ଆଉ ଆମେରିକା ଲୋକଙ୍କୁ ‘ଭିସା’ (Visa) ଦେବେ ନାହିଁ । କାରଣ ଅତି ସ୍ପଷ୍ଟ- ଯେହେତୁ ଆମେରିକା ଆମ ନାଗରିକଙ୍କୁ ବ୍ୟାନ୍ (Ban) କରିଛି, ଆମେ ବି ଚୁପ୍ ବସିବୁନି । ଏହି ନିୟମ ତୁରନ୍ତ ଲାଗୁ ହୋଇଛି । ମାଲିର ବୈଦେଶିକ ମନ୍ତ୍ରାଳୟ ସିଧାସଳଖ କହିଛି ଯେ ଆମେରିକାର ଏହି ଏକତରଫା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଟ୍ରମ୍ପଙ୍କ ନିଷ୍ପତ୍ତି ପଡ଼ିଲା ଭାରି ଘଟଣାର ମୂଳ ହେଉଛନ୍ତି ଆମେରିକା ‘ପ୍ରେସିଡେଣ୍ଟ’ (President) ଡୋନାଲ୍ଡ ଟ୍ରମ୍ପ । ଗତ December 16 ତାରିଖରେ ଟ୍ରମ୍ପ ପ୍ରଶାସନ ସୁରକ୍ଷା କାରଣ ଦର୍ଶାଇ ଏକ ନୂଆ ତାଲିକା ଜାରି କରିଥିଲା । ଏଥିରେ ମାଲି, ବୁର୍କିନା ଫାସୋ, ନାଇଜର, ସିଏରା ଲିଓନ୍, ଦକ୍ଷିଣ ସୁଦାନ ଏବଂ ସିରିଆ ଭଳି 7ଟି ଦେଶକୁ ‘ବ୍ଲାକ୍ ଲିଷ୍ଟ’ (Blacklist) କରାଯାଇଥିଲା । January 1, 2026ରୁ ଏହି ଦେଶର ଲୋକେ ଆମେରିକା ଯାଇପାରିବେ ନାହିଁ ବୋଲି ନିୟମ ହୋଇଥିଲା । ହେଲେ ଟ୍ରମ୍ପ ଭାବିନଥିଲେ ଯେ ଏହି ଗରିବ ଦେଶଗୁଡ଼ିକ ଏମିତି ଓଲଟା ଜବାବ ଦେବେ ।
ବଢୁଛି ବିବାଦ ଖାଲି ଏହି 2 ଦେଶ ନୁହେଁ, ପୂର୍ବରୁ ନାଇଜର (Niger) ଏବଂ ଚାଡ୍ (Chad) ମଧ୍ୟ ସମାନ ପଦକ୍ଷେପ ନେଇ ଆମେରିକାକୁ ଝଟ୍କା ଦେଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆମେରିକା ମୋଟ 39ଟି ଦେଶ ଉପରେ କଟକଣା ଲଗାଇଛି, ଯେଉଁଥିରେ 25ଟି ହେଉଛି କେବଳ ଆଫ୍ରିକୀୟ ଦେଶ ।
‘ୱାର୍ଲଡ କପ୍’ (World Cup) ଚିନ୍ତା ସବୁଠୁ ବଡ଼ କଥା ହେଲା, 2026 ରେ ଆମେରିକାରେ ‘ଫିଫା ୱାର୍ଲଡ କପ୍’ ଅନୁଷ୍ଠିତ ହେବାର ଅଛି । ଯଦିଓ ଟ୍ରମ୍ପ ପ୍ରଶାସନ କହିଛି ଯେ ଖେଳାଳିମାନଙ୍କୁ ଆସିବାକୁ ଅନୁମତି ମିଳିବ, କିନ୍ତୁ ଫୁଟବଲ୍ ‘ଫ୍ୟାନ୍’ (Fan) ମାନଙ୍କ ପାଇଁ ରାସ୍ତା ବନ୍ଦ । କୁଟନୈତିକ ସ୍ତରରେ ଏହି ବିବାଦ ଏବେ ଉଗ୍ର ରୂପ ନେଉଛି, ଯାହା ଆଗାମୀ ଦିନରେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରେ ।




