Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଆନ୍ତର୍ଜାତୀୟ

ବିକ୍ରି ହୋଇଗଲେ ସେନାପତି : ଗୋଟିଏ ବି ଗୁଳି ଫୁଟିଲାନି, ଆମେରିକା ଉଠାଇ ନେଲା ରାଷ୍ଟ୍ରପତିଙ୍କୁ

ଆନ୍ତର୍ଜାତୀୟ
odiapaper
Share
Facebook Twitter Email WhatsApp

କାରାକାସ୍: ପାଖରେ ଥିଲା ଋଷିଆର ଦମଦାର୍ ‘ସୁଖୋଇ’ ଫାଇଟର୍ ଜେଟ୍। ମୁତୟନ ଥିଲା ଦୁନିଆର ସବୁଠୁ ଶକ୍ତିଶାଳୀ S-300 ଓ S-400 ମିସାଇଲ୍ ଡିଫେନ୍ସ ସିଷ୍ଟମ୍। ଲକ୍ଷ ଲକ୍ଷ ସୈନ୍ୟ ବି ଥିଲେ। ହେଲେ ଗୋଟିଏ ବି ଗୁଳି ଫୁଟିଲାନି। ନା ମିସାଇଲ୍ ଗର୍ଜିଲା, ନା ତୋପ ଚାଲିଲା। ଆମେରିକା ସେନା ଆସିଲା, ଚୁଟକି ବଜାଇଲା ଭଳି ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ହାତକଡ଼ି ପିନ୍ଧାଇ ଉଠାଇ ନେଇଗଲା। କେମିତି ହେଲା ଏସବୁ ? ଏତେ ବଡ଼ ଦେଶ କେମିତି ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଲା ?

ଉତ୍ତରଟା ବହୁତ ସିମ୍ପଲ୍— ଯୁଦ୍ଧ ସୀମାରେ ନୁହେଁ, ବରଂ ଘର ଭିତରେ ହାରିଯାଇଛି ଭେନେଜୁଏଲା। ‘ଘର ଢିଙ୍କି କୁମ୍ଭୀର’ ନ୍ୟାୟରେ ଦେଶର ବଡ଼ ବଡ଼ ମୁଣ୍ଡ ବିକ୍ରି ହୋଇଯାଇଥିଲେ ଆମେରିକା ପାଖରେ।

2026ରେ ଇତିହାସର ପୁନରାବୃତ୍ତି : ମନେ ପଡିଲେ ସିରାଜୁଦ୍ଦୌଲା ଠିକ୍ 250 ବର୍ଷ ତଳେ ଭାରତରେ ଯାହା ଘଟିଥିଲା, 2026ରେ ଭେନେଜୁଏଲାରେ ସେୟା ହିଁ ହୋଇଛି। ପଲାସୀ ଯୁଦ୍ଧରେ ରବର୍ଟ କ୍ଲାଇଭ୍ ଯେମିତି ମିର ଜାଫରକୁ କିଣି ନେଇଥିଲେ, ଠିକ୍ ସେମିତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଗୁଇନ୍ଦା ଏଜେନ୍ସି CIA ଖେଳିଛନ୍ତି ଏକ ବଡ଼ ଗେମ୍। ଯୁଦ୍ଧରେ ସେନା ହାରିନି, ହାରିଛି ଈମାନ୍।

ଆମେରିକାର ‘ଅପରେସନ୍ ବାଇ’ (Operation Buy): 3ଟି ଷ୍ଟେପରେ ଖେଳ ଖତମ୍ ଆମେରିକା ଏହି ପୁରା ମିଶନ୍ ପାଇଁ ଗୁଳି ବଦଳରେ ‘ଡଲାର’ର ବ୍ୟବହାର କରିଥିଲା। ଏହି ଷଡ଼ଯନ୍ତ୍ର ମୁଖ୍ୟତଃ 3ଟି ଲେଭଲରେ ହୋଇଥିଲା:

1. ନେତାଙ୍କ ସୌଦା: ଯେଉଁ ନେତାମାନେ କାଲି ଯାଏ ଆମେରିକାକୁ ଗାଳି ଦେଉଥିଲେ, ଡଲାର ବିଡ଼ା ଦେଖି ସେମାନଙ୍କ ଦେଶଭକ୍ତି ବଦଳି ଗଲା। ରାତାରାତି ସେମାନେ ପକ୍ଷ ବଦଳାଇ ଦେଲେ।

2. ଜେନେରାଲ୍ ବନିଲେ ମିର ଜାଫର: ସବୁଠୁ ବଡ଼ ଧୋକା ଦେଲା ଆର୍ମି। ରିପୋର୍ଟ ଅନୁସାରେ, ଆମେରିକା ଭେନେଜୁଏଲାର ବଡ଼ ବଡ଼ ଆର୍ମି ଅଫିସରଙ୍କୁ ସିଧା ଅଫର ଦେଇଥିଲା— ‘‘ଯଦି ଲଢିବ ତ ହାରିବ ଏବଂ ‘ୱାର୍ କ୍ରିମିନାଲ୍’ ଘୋଷିତ ହେବ। କିନ୍ତୁ ଯଦି ଚୁପ୍ ରୁହ, ତେବେ ମିଳିବ ଲକ୍ଷ ଲକ୍ଷ ଡଲାର ଆଉ ଆମେରିକାରେ ଆଲିସାନ୍ ଘର।’’ ବାସ୍, ଏତିକିରେ ବିକ୍ରି ହୋଇଗଲା ବର୍ଦ୍ଦି ଓ ସମ୍ମାନ।

3. ସାଂସଦଙ୍କୁ ଲାଳସା: ଅନେକ ସାଂସଦଙ୍କୁ ନୂଆ ସରକାରରେ ବଡ଼ ପଦବୀର ଲୋଭ ଦେଖାଇ ନିଜ ଆଡ଼କୁ ଅଣାଯାଇଥିଲା।

ୱାଶିଂଟନ୍‌ରେ ଲେଖା ହୋଇଥିଲା ସ୍କ୍ରିପ୍ଟ ଫଳାଫଳ ଆମ ସାମ୍ନାରେ। ରାଷ୍ଟ୍ରପତି ମାଦୁରୋ ଏବେ ଜେଲରେ, ଯେମିତି ସିରାଜୁଦ୍ଦୌଲା ବନ୍ଦୀ ହୋଇଥିଲେ। ଆଉ ବିପକ୍ଷ ନେତା ଏବେ ମିର ଜାଫର ସାଜି ଗାଦିରେ ବସିବାକୁ ପ୍ରସ୍ତୁତ। ୱାଶିଂଟନ୍‌ରେ ଲେଖା ହୋଇଥିବା ସ୍କ୍ରିପ୍ଟରେ କେବଳ ଅଭିନୟ କଲେ ଭେନେଜୁଏଲାର ଗଦ୍ଦାରମାନେ।

Related posts

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

iran

ନେତନ୍ୟାହୁଙ୍କ ପଛରେ ଇରାନ : ବଞ୍ଚିବା ଅସମ୍ଭବ, ଘରେ ପଶି ମାରିବୁ!

china missile

ଇରାନ-ଇସ୍ରାଏଲ୍ ଯୁଦ୍ଧରେ ‘ଚାଇନା’ କନେକ୍ସନ୍: ଘାତକ ଅସ୍ତ୍ର ପଛର ଅସଲ କାହାଣୀ

Latest Posts
v6j vfyh

କରାଚିରେ ରଣବୀରଙ୍କ କମାଲ: ‘ଧୁରନ୍ଧର-୨’ କରୁଛି ବକ୍ସ ଅଫିସରେ ଧମାଲ!

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

ଶିରୋନାମା: ଟ୍ରମ୍ପଙ୍କ ଧମକ : ମଜା ପାଇଁ ଇରାନକୁ ପୁଣି ବୋମା ମାଡ଼ କରିବୁ!

iran

ନେତନ୍ୟାହୁଙ୍କ ପଛରେ ଇରାନ : ବଞ୍ଚିବା ଅସମ୍ଭବ, ଘରେ ପଶି ମାରିବୁ!

china missile

ଇରାନ-ଇସ୍ରାଏଲ୍ ଯୁଦ୍ଧରେ ‘ଚାଇନା’ କନେକ୍ସନ୍: ଘାତକ ଅସ୍ତ୍ର ପଛର ଅସଲ କାହାଣୀ

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.