Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»Auto

କାର୍ ମାର୍କେଟ୍‌ରେ ମାରୁତି ‘ମହାରାଜା’ : ଟାଟା-ହ୍ୟୁଣ୍ଡାଇକୁ ପଛରେ ପକାଇ ମହିନ୍ଦ୍ରା 2 ନମ୍ବର

Auto
odiapaper
Share
Facebook Twitter Email WhatsApp

ନୂଆଦିଲ୍ଲୀ: ରାସ୍ତା ଉପରେ ଚାରିଆଡ଼େ ନୂଆ ନୂଆ ଗାଡ଼ିର ଲମ୍ବା ଲାଇନ୍। ଶୋ-ରୁମ୍‌ରେ ଗ୍ରାହକଙ୍କ ଭିଡ଼। କାହାର ଏସ୍‌ୟୁଭି (SUV) ପସନ୍ଦ ତ କାହାର ଇଭି (EV)। 2025 ବର୍ଷଟା ଭାରତୀୟ ଅଟୋମୋବାଇଲ୍ ମାର୍କେଟ୍ ପାଇଁ ପୁରା ଦମ୍‌ଦାର୍ ରହିଛି। ହେଲେ ଏହି ‘ସେଲ୍‌ସ’ ରେସ୍‌ରେ ମାରୁତି ସୁଜୁକି ଏବେ ବି ନିଜର ଗଡ଼ ରକ୍ଷା କରିଥିବା ବେଳେ ମହିନ୍ଦ୍ରା ସମସ୍ତଙ୍କୁ ଚକିତ କରି ବଡ଼ ଜମ୍ପ୍ ମାରିଛି।

ମାରୁତିର ଏକଛତ୍ରବାଦ ଶାସନ

ଭାରତୀୟ ମଧ୍ୟବିତ୍ତ ପରିବାରର ପ୍ରଥମ ପସନ୍ଦ ଏବେ ବି ମାରୁତି ସୁଜୁକି। 2025 କ୍ୟାଲେଣ୍ଡର ବର୍ଷରେ କମ୍ପାନୀ ପ୍ରାୟ 17.86 ଲକ୍ଷ ୟୁନିଟ୍ ଗାଡ଼ି ବିକ୍ରି କରି ନମ୍ବର 1 ସ୍ଥାନରେ ରହିଛି। ପୁରା ମାର୍କେଟ୍‌ର ପ୍ରାୟ 40% ଶେୟାର ଏକାକୀ ମାରୁତି କବ୍‌ଜା କରି ରଖିଛି। ଅର୍ଥାତ୍ ରାସ୍ତାରେ ଚାଲୁଥିବା ପ୍ରତି 10ଟି କାର୍ ମଧ୍ୟରୁ 4ଟି କେବଳ ମାରୁତିର।

ମହିନ୍ଦ୍ରାର ଦମ୍, ଟାଟା-ହ୍ୟୁଣ୍ଡାଇ ଫେଲ୍

ଏଥର ମାର୍କେଟ୍‌ରେ ସବୁଠୁ ବଡ଼ ଖବର ହେଉଛି ମହିନ୍ଦ୍ରାର ଉତ୍ଥାନ। ସ୍କର୍ପିଓ (Scorpio), ଥାର୍ (Thar) ଏବଂ ନୂଆ ଇଲେକ୍ଟ୍ରିକ୍ ଗାଡ଼ିର କ୍ରେଜ୍ ଯୋଗୁଁ ମହିନ୍ଦ୍ରା ଏବେ ଦେଶର 2 ନମ୍ବର କାର୍ କମ୍ପାନୀ ବନିଯାଇଛି। 5.93 ଲକ୍ଷ ୟୁନିଟ୍ ଗାଡ଼ି ବିକି ମହିନ୍ଦ୍ରା ଏବେ ଟାଟା ଏବଂ ହ୍ୟୁଣ୍ଡାଇକୁ ପଛରେ ପକାଇ ଦେଇଛି। ସେହିପରି ଟାଟା ମୋଟର୍ସ 5.68 ଲକ୍ଷ ୟୁନିଟ୍ ସହ 3 ନମ୍ବର ସ୍ଥାନରେ ରହିଛି। ହ୍ୟୁଣ୍ଡାଇ କମ୍ପାନୀ ଏଥର 4 ନମ୍ବର ସ୍ଥାନକୁ ଖସି ଆସିଛି।

ଟପ୍ 10 କାର୍ କମ୍ପାନୀ (CY2025 ରିପୋର୍ଟ):

RankCarmakerCY2025 SalesMarket Share (%)
1Maruti Suzuki17,86,22639.91
2Mahindra5,92,77113.25
3Tata5,67,60712.68
4Hyundai5,59,55812.50
5Toyota3,20,7037.17
6Kia2,59,0435.79
7Skoda Volkswagen1,08,2772.42
8MG65,6141.47
9Honda62,5761.40
10Renault36,4200.81

ଇଭି (EV) ମାର୍କେଟ୍‌ରେ ବଢୁଛି ଜୋର୍

ମହିନ୍ଦ୍ରାର ଏହି ସଫଳତା ପଛରେ ଏସ୍‌ୟୁଭି ଗାଡ଼ି ଗୁଡ଼ିକର ବଡ଼ ହାତ ରହିଛି। ଏହା ସହିତ କମ୍ପାନୀର ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକ ବି ଭଲ କାମ କରିଛନ୍ତି। ଅନ୍ୟପଟେ ଟାଟା ମୋଟର୍ସ ମଧ୍ୟ ପଞ୍ଚ (Punch) ଏବଂ ନେକ୍ସନ୍ (Nexon) ସାହାଯ୍ୟରେ ମାର୍କେଟ୍‌ରେ ନିଜର ଦବଦବା ଜାରି ରଖିଛି। ତେବେ ହ୍ୟୁଣ୍ଡାଇ ପାଇଁ ନୂଆ ମଡେଲ୍ ଅଭାବରୁ ସେଲ୍‌ସ ଟିକେ ପ୍ରଭାବିତ ହୋଇଥିବା ଦେଖାଯାଇଛି।

Related posts

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

କିଆର ମାଷ୍ଟର ପ୍ଲାନ: ମାର୍କେଟ କବ୍‌ଜା ପାଇଁ ଆସୁଛି ନୂଆ ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ SUV

କିଆର ମାଷ୍ଟର ପ୍ଲାନ: ମାର୍କେଟ କବ୍‌ଜା ପାଇଁ ଆସୁଛି ନୂଆ ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ SUV

ଜାଗୁଆର-ଲ୍ୟାଣ୍ଡ ରୋଭର ରିକଲ୍: ମଝି ରାସ୍ତାରେ ଅଟକିବ ଚକ, 1.7 ଲକ୍ଷ ଗାଡ଼ିକୁ ଫେରାଇ ନେଉଛି କମ୍ପାନୀ

ଜାଗୁଆର-ଲ୍ୟାଣ୍ଡ ରୋଭର ରିକଲ୍: ମଝି ରାସ୍ତାରେ ଅଟକିବ ଚକ, 1.7 ଲକ୍ଷ ଗାଡ଼ିକୁ ଫେରାଇ ନେଉଛି କମ୍ପାନୀ

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.