ବେଜିଂ: ବିଶ୍ୱର ଦୁଇ ସୁପର ପାୱାରଙ୍କ ମଧ୍ୟରେ ପୁଣି ଥରେ ‘ଟ୍ରେଡ୍ ୱାର’ର ବାତାବରଣ। ଇରାନ ଇସ୍ୟୁକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଟେନସନ ଏବେ ପିକ୍ରେ ପହଞ୍ଚିଛି। ଆମେରିକା ଲଗାଉଥିବା ସବୁ ଅଭିଯୋଗକୁ ଫୁ କରି ଉଡାଇ ଦେଇଛି ଚୀନ୍। କେବଳ ସେତିକି ନୁହେଁ, ଯଦି ଆମେରିକା ଜବରଦସ୍ତି ଟାରିଫ୍ ଲଗାଏ, ତେବେ ଚୀନ୍ ଚୁପ୍ ବସିବ ନାହିଁ ବୋଲି ସିଧା ସଳଖ ଚେତାବନୀ ଦେଇଛି।
ଆମେରିକା ଦାବି କରିଥିଲା ଯେ ଚୀନ୍ ଇରାନକୁ ମିଲିଟାରୀ ସାହାଯ୍ୟ କରୁଛି। ଏହି କଥାକୁ ନେଇ ଚୀନ୍ ଉପରେ କିଛି କଟକଣା ବା ଟାରିଫ୍ ଲଗାଇବାକୁ ହ୍ୱାଇଟ୍ ହାଉସ ପ୍ଲାନ କରୁଛି। ହେଲେ ଚୀନର କମର୍ସ ମିନିଷ୍ଟ୍ରି ଏହାକୁ ସମ୍ପୂର୍ଣ୍ଣ ‘ଫ୍ୟାବ୍ରିକେଟେଡ୍’ ବା ମିଛ ବୋଲି କହିଛି। ଚୀନ୍ କହିଛି ଯେ, ଆମେରିକା କେବଳ ନିଜର ପତିଆରା ଦେଖାଇବା ପାଇଁ ଏମିତି ବେସଲେସ୍ କଥା କହୁଛି।
ଚୀନ୍ ମୁଖପାତ୍ରଙ୍କ କହିବା କଥା ହେଲା, ଆମେରିକାର ଏହି ପଦକ୍ଷେପ ଇଣ୍ଟରନ୍ୟାସନାଲ ଟ୍ରେଡ୍ ରୁଲ୍ସର ଖୋଲାଖୋଲି ଉଲ୍ଲଂଘନ। ଯଦି ଆମେରିକା ଏହି ଫ୍ୟାବ୍ରିକେଟେଡ୍ କ୍ଲେମ ଆଧାରରେ ଟାରିଫ୍ ଲଗାଏ, ତେବେ ଡ୍ରାଗନ୍ ମଧ୍ୟ ପଛକୁ ହଟିବ ନାହିଁ। ନିଜର କମ୍ପାନୀ ଏବଂ ସ୍ୱାର୍ଥ ରକ୍ଷା ପାଇଁ ଚୀନ୍ ‘କାଉଣ୍ଟରମେଜର’ ବା ପାଲଟା ଆକ୍ରମଣ କରିବ।
ଏହି ଘଟଣା ପରେ ଏବେ ଗ୍ଲୋବାଲ ମାର୍କେଟରେ ହଲଚଲ ଦେଖାଦେଇଛି। ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଭିତରେ ଚୀନର ଏହି ଆଗ୍ରେସିଭ୍ ମୁଡ୍ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଦୁଇ ଦେଶ ମଧ୍ୟରେ ଯଦି ଏହି ତିକ୍ତତା ବଢେ, ତେବେ ଏହାର ପ୍ରଭାବ ପୁରା ବିଶ୍ୱର ଅର୍ଥନୀତି ଉପରେ ପଡିବା ଫିକ୍ସ ବୋଲି ଏକ୍ସପର୍ଟମାନେ କହୁଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଚୀନର ଏହି ଧମକ ପରେ ଆମେରିକା ନିଜ ନିଷ୍ପତ୍ତି ବଦଳାଉଛି ନା ଲଢେଇ ଆହୁରି ଆଗକୁ ବଢୁଛି।




