Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଜାତୀୟ

ଲାଲ୍ ସମୁଦ୍ରରେ ଆତଙ୍କ: ମିସାଇଲ୍ ମାଡ଼ରେ ଜଳିଲା ଭାରତୀୟ ଗ୍ୟାସ୍ ଜାହାଜ

ଜାତୀୟ
ଲାଲ୍ ସମୁଦ୍ରରେ ଆତଙ୍କ: ମିସାଇଲ୍ ମାଡ଼ରେ ଜଳିଲା ଭାରତୀୟ ଗ୍ୟାସ୍ ଜାହାଜ
Share
Facebook Twitter Email WhatsApp

ନୂଆଦିଲ୍ଲୀ: ସମୁଦ୍ର ମଝିରେ ହଠାତ୍ ଖେଳିଗଲା ଭୟର ଲହରି। ନୀଳ ଜଳରାଶି ଭିତରେ କୁହୁଳିଲା ନିଆଁ। ଗ୍ୟାସ୍‌ ନେଇ ଭାରତ ଅଭିମୁଖେ ଆସୁଥିବା ଏକ ବିଶାଳ ଜାହାଜ ଉପରକୁ ମିସାଇଲ୍‌ ମାଡ଼ ହେବା ପରେ ସୃଷ୍ଟି ହୋଇଛି ଯୁଦ୍ଧ ଭଳି ପରିସ୍ଥିତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜାହାଜରେ ଥିବା 25 ଜଣ କ୍ରୁ ମେମ୍ବର।

ଘଟଣାଟି ଘଟିଛି ରେଡ୍ ସି ବା ଲାଲ୍ ସମୁଦ୍ରରେ। ‘ଏମଭି ବିଡବ୍ଲୁ ମେସିୟର’ (MV BW Messier) ନାମକ ଏକ ଏଲପିଜି (LPG) ଟ୍ୟାଙ୍କର ଉପରକୁ ଆଟାକ୍ ହୋଇଛି। ଏହି ଜାହାଜଟି ଆମେରିକାରୁ ଗ୍ୟାସ୍ ଧରି ଗୁଜରାଟର ମୁନ୍ଦ୍ରା ପୋର୍ଟକୁ ଆସୁଥିଲା। କିନ୍ତୁ ଅଧା ବାଟରେ ହୁତି ବିଦ୍ରୋହୀଙ୍କ ଟାର୍ଗେଟରେ ପଡ଼ିଗଲା ଏହି ଭାରତୀୟ ଜାହାଜ। ଏହି ଆଟାକ୍ ଏତେ ଭୟଙ୍କର ଥିଲା ଯେ ଜାହାଜରେ ନିଆଁ ଲାଗିଯାଇଥିଲା।

ଖବର ଅନୁସାରେ, ଜାହାଜରେ ମୋଟ 25 ଜଣ କ୍ରୁ ମେମ୍ବର ଥିଲେ, ଯେଉଁଥିରେ ପ୍ରାୟ ସମସ୍ତେ ଭାରତୀୟ। ମିସାଇଲ୍ ବାଜିବା ପରେ ସ୍ପଟ୍‌ରେ ଚାରିଆଡ଼େ ଧୂଆଁ ବାହାରିଥିଲା। ତେବେ ସୌଭାଗ୍ୟବଶତଃ, ଏହି ଆକ୍ସିଡେଣ୍ଟରେ କାହାରି ଜୀବନ ଯାଇନାହିଁ। ସମସ୍ତ 25 ଜଣ ଭାରତୀୟ ସୁରକ୍ଷିତ ଥିବା ରିପୋର୍ଟ ମିଳିଛି। ଜାହାଜରେ ଲାଗିଥିବା ନିଆଁକୁ ତୁରନ୍ତ କଣ୍ଟ୍ରୋଲ କରାଯାଇଛି।

ଏହି ଘଟଣା ପରେ ଭାରତୀୟ ନେଭି (Navy) ପୂରା ଆଲର୍ଟ ମୋଡରେ ଅଛି। ସମୁଦ୍ରରେ ଯାଉଥିବା ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷା ପାଇଁ କଡ଼ା ନଜର ରଖାଯାଇଛି। କୁହାଯାଉଛି ଯେ, ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ହୁତି ବିଦ୍ରୋହୀମାନେ ଲଗାତାର ଏହି ରାସ୍ତାରେ ଯାଉଥିବା କମର୍ସିଆଲ ଜାହାଜଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି। ବର୍ତ୍ତମାନ ଏହି ଜାହାଜଟିକୁ ସୁରକ୍ଷିତ ଭାବେ ପୋର୍ଟରେ ପହଞ୍ଚାଇବା ପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଉଛି।

Related posts

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

କରଞ୍ଜିଆରେ କାଳ ସାଜିଲା ପିକଅପ୍: ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ

କରଞ୍ଜିଆରେ କାଳ ସାଜିଲା ପିକଅପ୍: ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ

ମ୍ପଙ୍କ ‘ଡୋନିଲ୍ୟାଣ୍ଡ’ : ଏବେ ଇଗୋରେ ଚାଲିବ ଦୁନିଆ, ବଦଳିବ ଗ୍ଲୋବାଲ ଗେମ୍!

ମ୍ପଙ୍କ ‘ଡୋନିଲ୍ୟାଣ୍ଡ’ : ଏବେ ଇଗୋରେ ଚାଲିବ ଦୁନିଆ, ବଦଳିବ ଗ୍ଲୋବାଲ ଗେମ୍!

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.