ୱାଶିଂଟନ: ଦୁନିଆର ସବୁଠୁ ପାୱାରଫୁଲ୍ ଚେୟାରରେ ବସିଥିବା ନେତାଙ୍କ ନିଦ ଏବେ ହଜିଗଲାଣି। କାହାକୁ କୋର୍ଟ କାଠଗଡ଼ାକୁ ଟାଣୁଛି ତ କାହା ପାଇଁ ଗିରଫ ପରୱାନା ବାହାରୁଛି। ଋଷିଆର ପୁଟିନ ଓ ଇସ୍ରାଏଲର ନେତାନ୍ୟାହୁଙ୍କ ପରେ ଏବେ ଚର୍ଚ୍ଚାର ସେଣ୍ଟର ପଏଣ୍ଟରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ସାରା ବିଶ୍ୱରେ ଏବେ ଗୋଟିଏ ପ୍ରଶ୍ନ- ପୁଟିନଙ୍କ ଭଳି ଟ୍ରମ୍ପଙ୍କ ନାଁରେ ବି କ’ଣ ଗିରଫ ପରୱାନା ଜାରି କରିବ ଆନ୍ତର୍ଜାତୀୟ କୋର୍ଟ (ICC)?
ଇଣ୍ଟରନ୍ୟାସନାଲ୍ କ୍ରିମିନାଲ୍ କୋର୍ଟ ବା ICC ଏବେ ଫୁଲ୍ ଆକ୍ସନ୍ ମୋଡ୍ରେ। ପୂର୍ବରୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରି ସାରା ବିଶ୍ୱକୁ ଚକିତ କରିଦେଇଥିଲା ଏହି କୋର୍ଟ। ଏବେ ସେଇ ସମାନ ବିପଦ ଟ୍ରମ୍ପଙ୍କ ଉପରେ ମାଡ଼ି ଆସୁଥିବା ନେଇ ଇଣ୍ଟରନ୍ୟାସନାଲ୍ ମିଡିଆରେ ଜୋରଦାର ଡିବେଟ୍ ଚାଲିଛି। ହେଲେ ଏହା କେତେ ସହଜ, ତାକୁ ନେଇ ସୃଷ୍ଟି ହୋଇଛି ସସପେନ୍ସ।
ଆମେରିକା ହେଉଛି ଏକ ସୁପର ପାୱାର। ଆଉ ଟ୍ରମ୍ପ ହେଉଛନ୍ତି ସେହି ଦେଶର ସବୁଠୁ ଚର୍ଚ୍ଚିତ ଚେହେରା। ICC ର ନିୟମ ଅନୁଯାୟୀ, ଯେଉଁ ଦେଶ ଏହି କୋର୍ଟର ସଦସ୍ୟ ନୁହଁନ୍ତି, ସେମାନଙ୍କ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଏତେ ଇଜି (Easy) ନୁହେଁ। ଆମେରିକା ICC ର ସଦସ୍ୟ ନୁହେଁ। ତେଣୁ ଟ୍ରମ୍ପଙ୍କୁ ଗିରଫ କରିବା ପାଇଁ ICC ପାଖରେ ସେମିତି କିଛି ବଡ଼ ପାୱାର ନାହିଁ। କିନ୍ତୁ ଯଦି କୌଣସି ୱାର କ୍ରାଇମ (War Crime) ବା ମାନବାଧିକାର ଉଲ୍ଲଂଘନର ସାଂଘାତିକ ଅଭିଯୋଗ ଆସେ, ତେବେ ପରିସ୍ଥିତି ଓଲଟି ଯାଇପାରେ।
ଏକ୍ସପର୍ଟଙ୍କ ମତରେ, ଟ୍ରମ୍ପଙ୍କୁ ଜେଲ ପଠାଇବା ଏକପ୍ରକାର ଅସମ୍ଭବ। କିନ୍ତୁ ଇଣ୍ଟରନ୍ୟାସନାଲ୍ ଲେଭଲରେ ତାଙ୍କ ଇମେଜ୍ (Image) ଖରାପ କରିବା ପାଇଁ ଏହା ଏକ ବଡ଼ ଚାଲ୍ ହୋଇପାରେ। ପୁଟିନ ଓ ନେତାନ୍ୟାହୁଙ୍କ କ୍ଷେତ୍ରରେ ଯେଉଁଭଳି ପଲିଟିକ୍ସ ଦେଖିବାକୁ ମିଳିଥିଲା, ଟ୍ରମ୍ପଙ୍କ କ୍ଷେତ୍ରରେ ମଧ୍ୟ ସେମିତି କିଛି ଗେମ୍ ପ୍ଲାନ୍ ହେଉଥିବା ସନ୍ଦେହ କରାଯାଉଛି।
ଏବେ ସମସ୍ତଙ୍କ ନଜର ଆଗାମୀ ଦିନ ଉପରେ। ଟ୍ରମ୍ପ କୋର୍ଟକୁ ଯିବେ ନା ହ୍ୱାଇଟ୍ ହାଉସ୍କୁ, ତାହା ସମୟ କହିବ। ହେଲେ ଗୋଟିଏ କଥା ସ୍ପଷ୍ଟ, ବିଶ୍ୱ ରାଜନୀତିରେ ଏବେ ‘କୋର୍ଟ-କଚେରୀ’ ଖେଳ ଖୁବ୍ ଜୋରଦାର ଚାଲିଛି।




