ରିୟାଦ: ଗ୍ୟାଲେରୀରେ ଫ୍ୟାନ୍ସଙ୍କ ଚିତ୍କାର ଆଉ ମଇଦାନରେ ‘ସୁପରଷ୍ଟାର’ ରୋନାଲଡୋଙ୍କ ଜଲୱା। ଫୁଟବଲ ଦୁନିଆରେ ପୁଣିଥରେ କମ୍ପନ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ। ଏସିଆନ ଫୁଟବଲ କନଫେଡେରେସନ (AFC) ଚାମ୍ପିଅନ୍ସ ଲିଗ୍ 2 ର ଏକ ବଡ଼ ମୁକାବିଲାରେ ପରସ୍ପରକୁ ଟକ୍କର ଦେବାକୁ ଯାଉଛନ୍ତି ଦୁଇ ଦିଗ୍ଗଜ ଟିମ୍ ଅଲ୍ ନାସର ଓ ଅଲ୍ ୱାସଲ।
ଏହି ହାଇ-ପ୍ରୋଫାଇଲ୍ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଉପରେ ଏବେ ପୂରା ବିଶ୍ୱର ନଜର। ଖାସକରି କିଙ୍ଗ୍ ରୋନାଲଡୋଙ୍କୁ ଆକ୍ସନରେ ଦେଖିବା ପାଇଁ ଭାରତୀୟ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି। ଅଲ୍ ନାସର ଟିମ୍ ନିଜର ମୁଖ୍ୟ ଷ୍ଟ୍ରାଇକର ରୋନାଲଡୋଙ୍କ ନେତୃତ୍ୱରେ ସେମିଫାଇନାଲ ଟିକେଟ୍ ପାଇଁ ପଡ଼ିଆରେ ସବୁ ଶକ୍ତି ଲଗାଇବାକୁ ରଣନୀତି ପ୍ରସ୍ତୁତ କରିସାରିଛି। ଅନ୍ୟପଟେ ଅଲ୍ ୱାସଲ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେବାକୁ ପୂରା ଦମ୍ ଲଗାଇବ।
ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ହେଉଛି ଯେ, ସେମାନେ ଘରେ ବସି ଏହି ରୋମାଞ୍ଚକର ଫାଇଟ୍ର ମଜା ନେଇପାରିବେ। ଫ୍ୟାନକୋଡ୍ (FanCode) ଆପ୍ ଏବଂ ୱେବସାଇଟରେ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଙ୍ଗ୍ କରାଯିବ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଟିମ୍ର ସମ୍ଭାବ୍ୟ ଲାଇନ୍-ଅପ୍ କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ରୋନାଲଡୋ ଷ୍ଟାର୍ଟିଂ 11 ରେ ରହି ଟିମ୍କୁ ଆଗରୁ ଲିଡ୍ କରିବେ।
ସୂଚନାଯୋଗ୍ୟ ଯେ, ଗତ କିଛି ମ୍ୟାଚରେ ରୋନାଲଡୋଙ୍କ ଫର୍ମ ଦମଦାର ରହିଛି। ତେଣୁ ଆଜିର ମ୍ୟାଚରେ ସେ ପୁଣିଥରେ ଗୋଲ୍ ବର୍ଷା କରିବେ ବୋଲି ଆଶା କରାଯାଉଛି। କେବଳ ଷ୍ଟାଡିୟମ ନୁହେଁ, ବରଂ ସୋସିଆଲ ମିଡିଆରେ ମଧ୍ୟ ଏହି ମ୍ୟାଚ୍କୁ ନେଇ ଏବେଠାରୁ ଯୁଦ୍ଧ ଆରମ୍ଭ ହୋଇଗଲାଣି। କିଏ ଜିତିବ ଆଉ କିଏ ହାରିବ, ତାହା ଉପରେ ସମସ୍ତଙ୍କ ନଜର।




