Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ପଲିଟିକ୍ସ

ବିଧାୟକଙ୍କ ପୁଅର କାର୍‌ ମାଡ଼ : ପୁଲିସକୁ ଲାଲ୍‌ ଆଖି ଦେଖାଇଲେ ନେତା

ପଲିଟିକ୍ସ
ବିଧାୟକଙ୍କ ପୁଅର କାର୍‌ ମାଡ଼ : ପୁଲିସକୁ ଲାଲ୍‌ ଆଖି ଦେଖାଇଲେ ନେତା
Share
Facebook Twitter Email WhatsApp

ଭୋପାଳ: ରାତି ଅଧିଆ କାଳ ସାଜି ମାଡ଼ି ଆସିଲା ଦ୍ରୁତଗାମୀ ଏସୟୁଭି। ଗୋଟିଏ ଝଟକାରେ ସବୁ ଶେଷ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାଇକ୍ ଆରୋହୀ ରାସ୍ତା କଡ଼ରେ ପଡ଼ିଥିଲେ। କିନ୍ତୁ ଏଠି ଦୁଃଖ କି ଅନୁଶୋଚନା ନାହିଁ, ବରଂ ଅଛି କ୍ଷମତାର ଅହଙ୍କାର। ନିଜ ପୁଅର ଭୁଲ୍ ସୁଧାରିବା ବଦଳରେ ଓଲଟା ପୁଲିସକୁ ଧମକାଇଲେ ଖୋଦ୍ ଏମଏଲଏ। ମଧ୍ୟପ୍ରଦେଶର ବିଜେପି ବିଧାୟକ ପ୍ରହଲାଦ ଲୋଧିଙ୍କ ପୁଅର କାରନାମା ଏବେ ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାଟି ଘଟିଛି ମଧ୍ୟପ୍ରଦେଶରେ। ବିଧାୟକଙ୍କ ପୁଅର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ଭୟଙ୍କର ଆକ୍ସିଡେଣ୍ଟ ଘଟିଥିଲା। ପୁଲିସ୍ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା, ସେତେବେଳେ ବିଧାୟକ ମହୋଦୟ ନିଜର ଅସଲ ରୂପ ଦେଖାଇଥିଲେ। ପୁଲିସ୍ ଅଫିସରଙ୍କୁ ସିଧାସଳଖ ଫୋନ୍ କରି ମାଡ଼ ମାରିବାକୁ ଧମକ ଦେବା ସହ ବର୍ଦ୍ଦି ଓହ୍ଲାଇ ଦେବାର ଚେତାବନୀ ଦେଇଛନ୍ତି। ପୁଅର ଭୁଲ୍‌କୁ ଘୋଡ଼ାଇବା ପାଇଁ ସେ ପୁଲିସ୍ ଉପରେ ଯେଭଳି ଚାପ ପକାଇଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି।

ଏହି ଘଟଣା ପରେ ବିଧାୟକଙ୍କ ପୁରୁଣା ରେକର୍ଡ ଏବେ ପୁଣି ଫାଇଲ୍ ତଳୁ ବାହାରିଛି। ଏହି ନେତାଙ୍କର ପୂର୍ବରୁ ମଧ୍ୟ ଅନେକ ବିବାଦୀୟ କାମ ରହିଛି। ଜଣେ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ମାମଲାରେ ସେ ପୂର୍ବରୁ ଜେଲ୍ ଯାଇଥିଲେ ଏବଂ କୋର୍ଟ ତାଙ୍କୁ 2 ବର୍ଷର ଜେଲ୍ ଦଣ୍ଡ ମଧ୍ୟ ଶୁଣାଇଥିଲେ। ସେହି ସମୟରେ ତାଙ୍କର ବିଧାୟକ ପଦ ମଧ୍ୟ ବିପଦରେ ପଡ଼ିଥିଲା। ଏବେ ପୁଅର ଆକ୍ସିଡେଣ୍ଟ କେସ୍‌ରେ ପୁଣି ଥରେ ନିଜର ‘ଗୁଣ୍ଡାଗର୍ଦ୍ଦି’ ଦେଖାଇ ସେ ପ୍ରମାଣ କରିଛନ୍ତି ଯେ ତାଙ୍କ ପାଇଁ ଆଇନ୍‌ କିଛି ନୁହେଁ।

ସୂଚନା ଅନୁସାରେ, ଏହି ଆକ୍ସିଡେଣ୍ଟରେ ବାଇକ୍ ଆରୋହୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। କ୍ଷମତା ନିଶାରେ ଚୁର୍ ଏହି ନେତାଙ୍କ ବିରୋଧରେ ପୁଲିସ୍ କି ଆକ୍ସନ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର। ପୁଲିସ୍ ଉପରେ ପଲିଟିକାଲ ପ୍ରେସର ଥିଲେ ମଧ୍ୟ ସାଧାରଣ ଜନତା ନ୍ୟାୟ ଅପେକ୍ଷାରେ ଅଛନ୍ତି।

Related posts

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଗୁଜରାଟ ଇଲେକ୍ସନ୍ ରେଜଲ୍ଟ : ସବୁଠି ବିଜେପିର କ୍ଲିନ୍ ସୁଇପ୍, ସୁରଟରେ ଆପ୍ ର ଖେଳ ଖତମ୍

ଗୁଜରାଟ ଇଲେକ୍ସନ୍ ରେଜଲ୍ଟ : ସବୁଠି ବିଜେପିର କ୍ଲିନ୍ ସୁଇପ୍, ସୁରଟରେ ଆପ୍ ର ଖେଳ ଖତମ୍

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.