ଦୁନିଆରେ ଯୁଦ୍ଧର ବାଦଲ। ଗୋଟେ ପଟେ ଆମେରିକା ଆଉ ଅନ୍ୟପଟେ ଇରାନ। ଏଇ ଟେନସନ ଭିତରେ ଏବେ ସୁନା ମାର୍କେଟ୍ ପୁରା ସସପେନ୍ସରେ ଅଛି। ଆଜି ଏପ୍ରିଲ 21 ତାରିଖରେ ମାର୍କେଟ୍ ଖୋଲିବା ବେଳକୁ ସୁନା ଦର ପ୍ରାୟ ‘ଫ୍ଲାଟ୍’ ବା ସମାନ ରହିଛି। କିନ୍ତୁ ଏଇଟା ହେଉଛି ଝଡ଼ ପୂର୍ବର ନୀରବତା ବୋଲି ଏକ୍ସପର୍ଟମାନେ ଆଶଙ୍କା କରୁଛନ୍ତି।
ଆଜି ସକାଳୁ MCX (ଏମସିଏକ୍ସ)ରେ ସୁନା ରେଟ୍ରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିନି। ଗତକାଲି ଯେଉଁ ରେଟ୍ରେ ମାର୍କେଟ୍ ବନ୍ଦ ହୋଇଥିଲା, ଆଜି ସେଇ ଆଖପାଖରେ କାରବାର ଆରମ୍ଭ ହୋଇଛି। ଯୁଦ୍ଧ ପାଇଁ ମାର୍କେଟ୍ରେ ଏବେ ଏକ ଅନିଶ୍ଚିତତା ଲାଗି ରହିଛି। ଯେଉଁଥିପାଇଁ ଗୋଲ୍ଡ ପ୍ରାଇସ୍ କେତେବେଳେ କୁଆଡ଼େ ଯିବ, ସେ ନେଇ କେହି ଗ୍ୟାରେଣ୍ଟି ଦେଇପାରୁ ନାହାନ୍ତି।
ଇନଭେଷ୍ଟରମାନେ ଏବେ ବହୁତ ସାବଧାନ ହୋଇ ପଇସା ଲଗାଉଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ସିଚୁଏସନ ଖରାପ ହେଲେ ସୁନା ଦର ଆକାଶଛୁଆଁ ହୋଇପାରେ। କାରଣ ମାର୍କେଟ୍ ଖରାପ ଥିବା ବେଳେ ଲୋକେ ସୁନାକୁ ସବୁଠୁ ‘ସେଫ୍’ ବୋଲି ଭାବନ୍ତି। ଆଗକୁ ୱାର୍ କୁ ନେଇ କି ଅପଡେଟ୍ ଆସୁଛି, ତା’ ଉପରେ ଏବେ ସାରା ବିଶ୍ୱର ନଜର।
ବର୍ତ୍ତମାନର ପରିସ୍ଥିତି ଦେଖିଲେ ମାର୍କେଟ୍ କେବଳ ଗ୍ଲୋବାଲ ନ୍ୟୁଜ୍ ଉପରେ ଚାଲିଛି। ଯଦି ଆଜି ଦିନ ଭିତରେ କିଛି ବଡ଼ ଖବର ଆସେ, ତେବେ ସୁନା ରେଟ୍ରେ ବଡ଼ ଝଟକା ଲାଗିପାରେ। ତେଣୁ ସୁନା କିଣିବା ପୂର୍ବରୁ କିମ୍ବା ଇନଭେଷ୍ଟ କରିବା ପୂର୍ବରୁ ଆଜି ମାର୍କେଟ୍ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।




