ପ୍ୟାରିସ: ଲାଲ୍ ମାଟିର କୋର୍ଟ ରେଡି, କିନ୍ତୁ ସୁପରଷ୍ଟାର ଗାଏବ! ଫ୍ରେଞ୍ଚ ଓପନକୁ ନେଇ ଏବେ ସାରା ଦୁନିଆର ଟେନିସ୍ ପ୍ରେମୀଙ୍କ ନିଦ ହଜିଯାଇଛି। କାରଣ, କୋର୍ଟରେ ନିଜର ଜଲୱା ଦେଖାଉଥିବା କାର୍ଲୋସ ଅଲକାରାଜ୍ ଏବେ ଏକ ବଡ଼ ଦ୍ୱନ୍ଦ୍ୱରେ। ଜଲଦି କମବ୍ୟାକ୍ କରିବା ଅପେକ୍ଷା ସେ ନିଜ ଶରୀରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।
ସୂଚନା ଅନୁସାରେ, ଅଲକାରାଜ୍ଙ୍କ ଡାହାଣ ହାତର ‘ଫୋରଆର୍ମ’ ଇଞ୍ଜୁରି ଏବେ ତାଙ୍କ ପାଇଁ କାଳ ସାଜିଛି। ଏହି ଇଞ୍ଜୁରି ଯୋଗୁଁ ସେ ପୂର୍ବରୁ ମଣ୍ଟେ କାର୍ଲୋ ଆଉ ବାର୍ସିଲୋନା ଓପନରୁ ଓହରି ଯାଇଥିଲେ। ସମସ୍ତେ ଆଶା କରିଥିଲେ ଯେ ଫ୍ରେଞ୍ଚ ଓପନ ବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ, କିନ୍ତୁ ଏବେ ସିନେରିଓ କିଛି ଅଲଗା ଦିଶୁଛି।
ଅଲକାରାଜ୍ ସିଧା ସିଧା କହିଛନ୍ତି, “ମୁଁ ଜଲଦି ଜଲଦି କମବ୍ୟାକ୍ କରିବା ଚକ୍କରରେ ନିଜ ଇଞ୍ଜୁରିକୁ ଆହୁରି ଖରାପ କରିପାରିବିନି।” ଯଦି ସେ 100% ଫିଟ୍ ନହୁଅନ୍ତି, ତେବେ ଫ୍ରେଞ୍ଚ ଓପନ ଭଳି ବଡ଼ ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ସେ ସ୍କିପ୍ କରିବାକୁ ପଛାଇବେ ନାହିଁ। ତାଙ୍କ ପାଇଁ ଏବେ ଟ୍ରଫି ଜିତିବା ଅପେକ୍ଷା ନିଜ କ୍ୟାରିୟରକୁ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଏହି ସ୍ପାନିଶ୍ ଷ୍ଟାର୍ ଏବେ କେବଳ ନିଜ ରିକଭରି ଉପରେ ଫୋକସ କରୁଛନ୍ତି। କୋର୍ଟକୁ ଫେରିବା ପାଇଁ ସେ କୌଣସି ଡେଡ୍ଲାଇନ୍ ସେଟ୍ କରିନାହାନ୍ତି। ଯଦି ସେ ପ୍ୟାରିସରେ ନଖେଳନ୍ତି, ତେବେ ଏହା ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଝଟକା ହେବ। ଏବେ ସବୁ କିଛି ତାଙ୍କ ମେଡିକାଲ ରିପୋର୍ଟ ଉପରେ ନିର୍ଭର କରୁଛି। 20 ବର୍ଷର ଏହି ଯୁବ ଖେଳାଳିଙ୍କୁ ପୁଣି କୋର୍ଟରେ ଦେଖିବା ପାଇଁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି।




