ୱାଶିଂଟନ: ସମୁଦ୍ର ମଝିରେ ଚାଲିଥିବା ଛକାପଞ୍ଝା ଏବେ ଏକ ଭୟଙ୍କର ରୂପ ନେଇଛି। ହର୍ମୁଜ ପ୍ରଣାଳୀ (Strait of Hormuz) ପାଖରେ ଯେଉଁ ଇରାନୀ ଜାହାଜକୁ ଜବତ କରାଯାଇଛି, ତା’ ଭିତରୁ ଯେଉଁ ସତ ବାହାରିଛି ତାହା ପୁରା ଦୁନିଆକୁ ଚମକାଇ ଦେଇଛି। ଏହି ଶିପ୍ (Ship) ଭିତରୁ ମାରାତ୍ମକ କେମିକାଲ ସହ ମିସାଇଲ ତିଆରି ସରଞ୍ଜାମ ମିଳିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି। ଆଉ ଏହି ଘଟଣାରେ ସିଧାସଳଖ ଚୀନର ହାତ ଥିବା ନେଇ ବଡ଼ ଖୁଲାସା କରିଛନ୍ତି ଜାତିସଂଘର ପୂର୍ବତନ ଆମେରିକୀୟ ପ୍ରତିନିଧି ନିକ୍କି ହେଲି।
ନିକ୍କିଙ୍କ ଦାବି ଅନୁସାରେ, ଜବତ ହୋଇଥିବା ଇରାନର ଏହି ‘ଟସ୍କା’ (Touska) ଜାହାଜରେ ଚୀନରୁ ବିପଦଜନକ କେମିକାଲ ପଠାଯାଉଥିଲା। ଏହି ସବୁ ଜିନିଷ ମିସାଇଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ତିଆରିରେ ବ୍ୟବହାର ହୁଏ। ଆମେରିକାର ଏହି ବଡ଼ ନେତା ଜଣକ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ଚୀନ ପଛପଟେ ରହି ଇରାନକୁ ସାହାଯ୍ୟ କରୁଛି ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁକୁ ଆହୁରି ଜଳାଉଛି।
ଚୀନ-ଇରାନ ମଧୁଚନ୍ଦ୍ରିକା! ରିପୋର୍ଟ ଅନୁସାରେ, ଏହି ଜାହାଜକୁ ଚେକିଂ କରାଯିବା ସମୟରେ ସେଥିରୁ ଏମିତି କିଛି ଏଭିଡେନ୍ସ (Evidence) ମିଳିଛି ଯାହା ପ୍ରମାଣ କରୁଛି କି ବେଜିଂ ଏବଂ ତେହେରାନ ମଧ୍ୟରେ ଏକ ବଡ଼ ସିକ୍ରେଟ ଡିଲ୍ (Secret Deal) ଚାଲିଛି। ଦୁନିଆ ଆଖିରେ ଧୂଳି ଦେଇ ସମୁଦ୍ର ପଥରେ ଏହି ମାରାତ୍ମକ ସାମଗ୍ରୀ ସବୁ ସପ୍ଲାଏ କରାଯାଉଥିଲା। ନିକ୍କି ହେଲି କହିଛନ୍ତି, “ଚୀନ କେବଳ ମାଲ୍ ପଠାଉନି, ବରଂ ଇରାନର ଆତଙ୍କବାଦୀ ନେଟୱର୍କକୁ ଶକ୍ତିଶାଳୀ କରୁଛି।”
ଯୁଦ୍ଧ ଆଶଙ୍କାରେ ବିଶ୍ୱ ଏହି ଖବର ସାମ୍ନାକୁ ଆସିବା ପରେ ମଧ୍ୟପ୍ରାଚ୍ୟରେ ଟେନସନ ଡବଲ ହୋଇଯାଇଛି। ଗୋଟେ ପଟେ ଇସ୍ରାଏଲ-ଇରାନ ମଧ୍ୟରେ ସ୍ଥିତି ଖରାପ ଥିବା ବେଳେ, ଅନ୍ୟପଟେ ଚୀନର ଏହି ଏଣ୍ଟ୍ରି ଆମେରିକାର ଚିନ୍ତା ବଢ଼ାଇ ଦେଇଛି। ଯଦି ଏହି କେମିକାଲ ସବୁ ମିସାଇଲ ତିଆରି ପାଇଁ ବ୍ୟବହାର ହୁଏ, ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଆଟାକ (Attack) ହେବାର ଭୟ ରହିଛି। ପୁରା ଘଟଣା ଉପରେ ଏବେ ଆମେରିକା ଇଣ୍ଟେଲିଜେନ୍ସ ଟିମ୍ ନଜର ରଖିଛି। ସମୁଦ୍ର ମାର୍ଗରେ ଚାଲିଥିବା ଏହି ବେଆଇନ କାରବାରକୁ ରୋକିବା ପାଇଁ ଆଗକୁ କଡ଼ା ପଦକ୍ଷେପ ନିଆଯାଇପାରେ ବୋଲି ସଙ୍କେତ ମିଳିଛି।




