ଇସଲାମାବାଦ: ସେହି ଆଲୋଚନା ଟେବୁଲ୍ରେ ଏବେ ପ୍ରବଳ ଟେନସନ। କ’ଣ ହେବ, କିଏ କେଉଁ ସର୍ତ୍ତ ରଖିବ, ତାକୁ ନେଇ ଚାଲିଛି ଭୟଙ୍କର କସରତ। ପୂରା ଦୁନିଆର ନଜର ଏବେ ଇସଲାମାବାଦ ଉପରେ। ଏହି ହାଇ-ଡ୍ରାମା ଭିତରେ ହଠାତ୍ ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ‘ଷ୍ଟେପ୍’ ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଇରାନ ସହ ଚାଲିଥିବା ‘ସିଜ୍ଫାୟାର’ ବା ଯୁଦ୍ଧବିରତିର ଅବଧିକୁ ଟ୍ରମ୍ପ ବଢ଼ାଇ ଦେଇଛନ୍ତି।
ସୂଚନା ଅନୁସାରେ, ଇରାନ ସହିତ ସମ୍ପର୍କ କେଉଁ ମୋଡ଼ ନେବ, ତାକୁ ନେଇ କିଛି ଦିନ ହେବ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିଲା। ସମସ୍ତେ ଭାବୁଥିଲେ ହୁଏତ ସ୍ଥିତି ବିଗିଡ଼ି ଯିବ ଏବଂ ପୁଣି ଥରେ ଯୁଦ୍ଧର ନିଆଁ ଜଳିବ। କିନ୍ତୁ ଟ୍ରମ୍ପଙ୍କ ଏହି ଗୋଟିଏ ‘ଡିସିଜନ’ ସବୁ ଅଙ୍କ ବଦଳାଇ ଦେଇଛି। ସିଜ୍ଫାୟାରର ସମୟ ସୀମା ବଢ଼ିବା ପରେ କିଛିଟା ଆଶ୍ୱସ୍ତି ମିଳିଥିଲେ ବି ‘ରିସ୍କ’ ଏବେ ବି କମିନାହିଁ।
ଅନ୍ୟପଟେ ଇସଲାମାବାଦରେ ଚାଲିଥିବା ‘ଟକ୍ସ’ ବା ଆଲୋଚନାକୁ ନେଇ ଏବେ ବି ଧୂଆଁବାଣ ଲାଗି ରହିଛି। ସେଠାରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନାହିଁ। ଆଲୋଚନା କେତେବେଳେ ‘ଫେଲ୍’ ହୋଇଯିବ, ସେହି ଡର ସମସ୍ତଙ୍କୁ ଘାରିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଉଦାରତା ଏବଂ ଅନ୍ୟପଟେ ଆଲୋଚନାରେ ଅନିଶ୍ଚିତତା – ଏହି ଦୁଇଟି ଘଟଣା ଏବେ ପୂରା ‘ଇଣ୍ଟରନ୍ୟାସନାଲ୍ ପଲିଟିକ୍ସ’କୁ ଗରମ କରିଦେଇଛି।
ଆଗକୁ କ’ଣ ହେବ, ତାକୁ ନେଇ ଏବେ ବିଶ୍ୱ ସମୁଦାୟ ‘ୱେଟିଂ ମୋଡ୍’ରେ ରହିଛି। ଇସଲାମାବାଦରୁ କିଛି ପଜିଟିଭ୍ ଖବର ଆସୁଛି ନା ପୁଣି ସ୍ଥିତି ଖରାପ ହେଉଛି, ତାହା ଦେଖିବାକୁ ବାକି ରହିଲା। କିନ୍ତୁ ଏତିକି କୁହାଯାଇପାରେ ଯେ, ଟ୍ରମ୍ପଙ୍କ ଏହି ଚାଲ୍ ପଛରେ କିଛି ବଡ଼ ‘ପ୍ଲାନିଂ’ ନିଶ୍ଚୟ ରହିଛି।




