କୋଲକାତା: ପଶ୍ଚିମବଙ୍ଗ ଇଲେକ୍ସନ ଯେତିକି ପାଖଉଛି, ପଲିଟିକାଲ ମାହୋଲ ସେତିକି ଗରମ ହେବାରେ ଲାଗିଛି। ନେତାଙ୍କ ଭାଷଣବାଜି ଆଉ ଆରୋପ-ପ୍ରତ୍ୟାରୋପ ଭିତରେ ଏବେ ସାମ୍ନାକୁ ଆସିଛି ଏକ ବଡ଼ ଖବର। କୋଲକାତାର କୋଲିନ ଲେନ୍ ଏରିଆରେ ମିଟିଂ କରିବା ପାଇଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ମିଳିନି ପରମିସନ। ଏହାକୁ ନେଇ ଏବେ ଦିଦି ପୁରା ଖପ୍ପା।
ଇଲେକ୍ସନ କମିଶନଙ୍କ ଏହି ନିଷ୍ପତ୍ତି ପରେ ମମତା ସିଧାସଳଖ ଆଟାକିଂ ମୋଡକୁ ଚାଲି ଆସିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଇଲେକ୍ସନ କମିଶନ ସ୍ଵାଧୀନ ଭାବେ କାମ ନକରି ବିଜେପିର ଇସାରାରେ ଚାଲୁଛନ୍ତି। ତାଙ୍କୁ ପ୍ରଚାର କରିବାରୁ ଅଟକାଇବା ପାଇଁ ଏହା ଏକ ପ୍ଲାନ୍ ବୋଲି ସେ କହିଛନ୍ତି। ମମତାଙ୍କ ଅନୁସାରେ, ସେ ବହୁତ ଆଗରୁ ଏହି ରାଲି ପାଇଁ ଅପ୍ଲାଏ କରିଥିଲେ, ହେଲେ ଲାଷ୍ଟ ମିନିଟ୍ରେ ତାଙ୍କୁ ମନା କରିଦିଆଗଲା।
ଏହି ଘଟଣାକୁ ନେଇ ମମତା କହିଛନ୍ତି, “ଇଲେକ୍ସନ କମିଶନ ସମସ୍ତଙ୍କ ପାଇଁ ସମାନ ହେବା କଥା, କିନ୍ତୁ ଏଠି ସବୁକିଛି ଓଲଟା ଚାଲିଛି।” କୋଲିନ ଲେନ୍ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଏରିଆରେ ସେ ଜନତାଙ୍କୁ ସମ୍ବୋଧିତ କରିବାକୁ ଚାହୁଁଥିଲେ, କିନ୍ତୁ କମିଶନଙ୍କ ‘ନା’ ପରେ ଏବେ ରାଜନୀତି ଜୋର ଧରିଛି। ବିଜେପି କୁଆଡେ ଇଲେକ୍ସନ କମିଶନଙ୍କୁ କଣ୍ଟ୍ରୋଲ କରୁଛି ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ, ଏହି ଏରିଆରେ ମିଟିଂ ପାଇଁ ସିକ୍ୟୁରିଟି କାରଣ ଦର୍ଶାଇ ପରମିସନ ଦିଆଯାଇ ନାହିଁ। କିନ୍ତୁ ମମତା ଏହାକୁ ସହଜରେ ଗ୍ରହଣ କରିବା ମୁଡ୍ରେ ନାହାନ୍ତି। ଇଲେକ୍ସନ ମଇଦାନରେ ଏହି ‘ପରମିସନ ରାଜନୀତି’ ଏବେ ଭୋଟରଙ୍କ ମନକୁ କେତେ ପ୍ରଭାବିତ କରୁଛି, ତାହା ଦେଖିବାକୁ ବାକି ରହିଲା।




