ସୋଲ୍: ଚାରିଆଡ଼େ ଧଳା ବାଦଲର ପାହାଡ଼। ଆଖି ପଲକ ପକାଇବା ଆଗରୁ ଶହ ଶହ କିଲୋମିଟର ପଥ ଅତିକ୍ରମ କରିଯାଉଛି ଫାଇଟର ଜେଟ୍। ଏହି ରୋମାଞ୍ଚକର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବା ପାଇଁ ପାଇଲଟ୍ ଯେଉଁ ଭୁଲ୍ କଲେ, ତାହା ଶେଷରେ କାଳ ହେଲା। ଷ୍ଟଣ୍ଟ୍ ଦେଖାଇବା ଆଉ ସେଲଫି ନେବା ଚକ୍କରରେ ଜୀବନ ହାରିଲେ 4 ଜଣ ପାଇଲଟ୍। ଦକ୍ଷିଣ କୋରିଆରୁ ଆସିଥିବା ଏହି ଖବର ଏବେ ପୂରା ଦୁନିଆକୁ ଚକିତ କରିଦେଇଛି।
ରିପୋର୍ଟ ଅନୁସାରେ, ଦକ୍ଷିଣ କୋରିଆ ଏୟାରଫୋର୍ସର ଦୁଇଟି KT-1 ଟ୍ରେନର୍ ଏୟାରକ୍ରାଫ୍ଟ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଥିଲା। ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସେତେବେଳେ ବିମାନର ସ୍ପିଡ୍ ଥିଲା ଘଣ୍ଟାକୁ ୫୭୮ କିଲୋମିଟର। ଏତେ ସ୍ପିଡ୍ରେ ଥାଇ ମଧ୍ୟ ପାଇଲଟ୍ ଜଣକ ନିଜ ମୋବାଇଲ୍ ବାହାର କରି ସେଲଫି ଉଠାଇବାରେ ବ୍ୟସ୍ତ ଥିଲେ। ସେ ସ୍ମାର୍ଟଫୋନରେ ଫଟୋ ଉଠାଉଥିବା ବେଳେ ହଠାତ୍ କଣ୍ଟ୍ରୋଲ୍ ହରାଇଥିଲେ ଆଉ ଅନ୍ୟ ଏକ ବିମାନ ସହ ପିଟି ହୋଇଯାଇଥିଲେ।
ଏହି ଭୟଙ୍କର ଆକ୍ସିଡେଣ୍ଟରେ 2ଟି ଯାକ ବିମାନ ନିଆଁର ପିଣ୍ଡୁଳା ପାଲଟି ଯାଇଥିଲା। ବିମାନରେ ଥିବା 4 ଜଣ ପାଇଲଟ୍ଙ୍କର ସ୍ପଟ୍ରେ ହିଁ ମୃତ୍ୟୁ ହୋଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ପାଇଲଟ୍ ଜଣକ ଉଡ଼ାଣ ସମୟରେ ନିୟମ ଭାଙ୍ଗି ସେଲଫି ନେଉଥିଲେ। ମୋବାଇଲ୍ ବ୍ୟବହାର ଯୋଗୁଁ ତାଙ୍କର ଧ୍ୟାନ ଭଟକି ଯାଇଥିଲା, ଯାହାଫଳରେ ଏହି ବଡ଼ ଟ୍ରାଜେଡି ଘଟିଗଲା।
ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ପାଇଲଟ୍ଙ୍କର ଏହି କ୍ରେଜ୍ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପରେ ଏୟାରଫୋର୍ସ ପକ୍ଷରୁ ସୁରକ୍ଷା ନିୟମକୁ ଆହୁରି କଡ଼ାକଡ଼ି କରାଯାଇଛି। ପୁଲିସ୍ ଏବଂ ଏକ୍ସପର୍ଟ ଟିମ୍ ଘଟଣାର ଅଧିକ ଯାଞ୍ଚ କରୁଛନ୍ତି।



