ଚେନ୍ନାଇ: ତାମିଲନାଡୁରେ ଏବେ ଭୋଟ୍ ଫିଭର। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ବୁଥ୍ରେ ଲାଇନ ଲଗାଇଛନ୍ତି। ସାଉଥ୍ ସୁପରଷ୍ଟାର ତ୍ରିଶା କୃଷ୍ଣନ ବି ନିଜର ଭୋଟ୍ ଦେଇ ଘରକୁ ଫେରିଛନ୍ତି। ଆଙ୍ଗୁଠିରେ କାଳି ଚିହ୍ନ ଦେଖାଇ ଫ୍ୟାନ୍ସଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି। କିନ୍ତୁ ତ୍ରିଶାଙ୍କ ଏହି ସାଧାରଣ ଫଟୋଟି ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି। କାରଣ ଫଟୋର ବ୍ୟାକଗ୍ରାଉଣ୍ଡରେ ଏମିତି କିଛି ଦେଖାଯାଇଛି, ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା।
ତ୍ରିଶା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ସେଲ୍ଫି ଶେୟାର କରିଥିଲେ। ଫଟୋଟି ତାଙ୍କ ଘର ଭିତରର। ହେଲେ ଫ୍ୟାନ୍ସଙ୍କ ନଜର ତ୍ରିଶାଙ୍କ ଉପରେ ନୁହେଁ, ବରଂ ତାଙ୍କ ପଛରେ ଥିବା ଏକ ଫଟୋ ଫ୍ରେମ୍ ଉପରେ ଅଟକି ଯାଇଛି। ସେହି ଫ୍ରେମ୍ ଭିତରେ ଆଉ କେହି ନୁହେଁ, ବରଂ ‘ଥାଳପତି’ ବିଜୟ ଅଛନ୍ତି! ଏହି ଫଟୋଟି ସାମ୍ନାକୁ ଆସିବା ପରେ ୟୁଜର୍ସମାନେ ଏହାକୁ ଜୁମ୍ କରି ସ୍କ୍ରିନସଟ୍ ଭାଇରାଲ୍ କରିବାରେ ଲାଗିଛନ୍ତି।
ଅସଲ କଥା ହେଉଛି, ବିଜୟ ଏବଂ ତ୍ରିଶାଙ୍କ ରିଲେସନସିପ୍କୁ ନେଇ ଅନେକ ଦିନରୁ ଗସିପ୍ ଚାଲିଛି। ବ୍ଲକବଷ୍ଟର ମୁଭି ‘ଲିଓ’ ପରେ ଏହି ଚର୍ଚ୍ଚା ଆହୁରି ବଢ଼ିଥିଲା। ଏବେ ତ୍ରିଶାଙ୍କ ପର୍ସନାଲ ସ୍ପେସ୍ରେ ବିଜୟଙ୍କ ଫଟୋ କଣ କରୁଛି ବୋଲି ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି। କିଏ ଏହାକୁ ‘ସିକ୍ରେଟ୍ ଆଫେୟାର’ର ପ୍ରମାଣ କହୁଛି ତ କିଏ କହୁଛି ଏଇଟା କେବଳ ବନ୍ଧୁତା।
ନିକଟରେ ବିଜୟ ନିଜର ନୂଆ ପଲିଟିକାଲ ପାର୍ଟି ଘୋଷଣା କରିଛନ୍ତି। ଏହି ସମୟରେ ତ୍ରିଶାଙ୍କ ପୋଷ୍ଟରେ ବିଜୟଙ୍କ ଝଲକ ମିଳିବା ଏକ ବଡ଼ ସଙ୍କେତ ବୋଲି କୁହାଯାଉଛି। ତେବେ ଏହା କୌଣସି ପୁରୁଣା ମୁଭିର ଷ୍ଟିଲ୍ ଫଟୋ ନା ତ୍ରିଶାଙ୍କ ସ୍ପେଶାଲ ଫଟୋ, ସେ ନେଇ ସସପେନ୍ସ ଜାରି ରହିଛି। ସୋସିଆଲ ମିଡିଆରେ ଏବେ ଗୋଟିଏ କଥା ଘୁରି ବୁଲୁଛି – “କୁଛି ତୋ ଗଡ଼ବଡ଼ ହୈ!”




