କଲକାତା: ପଶ୍ଚିମବଙ୍ଗ ଇଲେକ୍ସନ୍ ମାନେ ହିଁ ହାଇ-ଭୋଲଟେଜ୍ ଡ୍ରାମା। ରାସ୍ତାରେ ନାରାବାଜି, ପୁଲିସ୍ଙ୍କ ଆଲର୍ଟ ଆଉ ବୁଥ୍ ବାହାରେ ଲମ୍ବା ଲାଇନ୍। ଏଥର କିନ୍ତୁ ଚର୍ଚ୍ଚାରେ ଅଛି ଏକ ଅଜବ ନମ୍ବର। କେଉଁଠି 90 % ତ କେଉଁଠି 92.8 % ଭୋଟିଂ! ଭାବନ୍ତୁ ତ, ଗୋଟେ ରାଜ୍ୟରେ ଏତେ ସଂଖ୍ୟାରେ ଲୋକ ଭୋଟ୍ ଦେବା କ’ଣ ସହଜ କଥା? କିନ୍ତୁ ଏହି ମ୍ୟାଜିକାଲ୍ ନମ୍ବର ପଛରେ ରହିଛି ଏକ ବଡ଼ ଗଣିତ।
ଇଲେକ୍ସନ୍ କମିଶନ୍ଙ୍କ ରିପୋର୍ଟ ଅନୁସାରେ, ଏଥର ଭୋଟର ଲିଷ୍ଟକୁ ପୁରା କ୍ଲିନ୍ କରିଦେଇଛନ୍ତି। ପାଖାପାଖି 90.8 ଲକ୍ଷ ଭୋଟରଙ୍କ ନାଁ ଲିଷ୍ଟରୁ କାଟି ଦିଆଯାଇଛି। ଯେଉଁମାନେ ମରିଗଲେଣି କିମ୍ବା ବହୁତ ଦିନରୁ ଜାଗା ଛାଡ଼ି ଅନ୍ୟ ପଳାଇଛନ୍ତି, ସେମାନଙ୍କୁ ଲିଷ୍ଟରୁ ‘ଆଉଟ୍’ କରାଯାଇଛି। ଆଉ ଏଇଥିପାଇଁ ଭୋଟିଂ ପର୍ସେଣ୍ଟେଜ୍ ଆକାଶଛୁଆଁ ହୋଇଛି।
ବେଙ୍ଗଲ୍ ଭୋଟର ଲିଷ୍ଟରେ ବହୁତ ‘ଘୋଷ୍ଟ ଭୋଟର’ ବା ନକଲି ନାଁ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ବିରୋଧୀ ଦଳମାନେ କହୁଥିଲେ ଯେ ମଲା ଲୋକଙ୍କ ନାଁରେ ବି ଏଠି ଭୋଟ୍ ପଡ଼ୁଛି। ଏହି ଅଭିଯୋଗ ପରେ କମିଶନ ପୁରା ଡାଟା ଚେକ୍ କରିଥିଲେ। 2011 ରୁ 2016 ଭିତରେ ଏହି ସଫେଇ ଅଭିଯାନ ଜୋରଦାର ଚାଲିଥିଲା।
ଏତେ ବଡ଼ ସଂଖ୍ୟାରେ ନାଁ କଟିବା ପରେ ହିଁ ଭୋଟିଂ ହାର ବଢିଛି। ଏକ୍ସପର୍ଟଙ୍କ କହିବା କଥା ହେଉଛି, ଯଦି ପୁରୁଣା ଲିଷ୍ଟ ଅନୁସାରେ ଭୋଟ୍ ହୋଇଥାନ୍ତା, ତେବେ ପର୍ସେଣ୍ଟେଜ୍ ଏତେ ଅଧିକ ଦେଖାଯାଇ ନଥାନ୍ତା। ଖାଲି ସେତିକି ନୁହେଁ, ବେଙ୍ଗଲ୍ର କିଛି ଜିଲ୍ଲାରେ ଭୋଟରଙ୍କ ସଂଖ୍ୟା କମିଥିବା ବେଳେ ଭୋଟିଂ ରେକର୍ଡ କିନ୍ତୁ ସବୁ ସୀମା ପାର୍ କରିଛି।
ଏବେ ପ୍ରଶ୍ନ ଉଠୁଛି, ଏହି 92.8 % ଭୋଟିଂ କ’ଣ ସତରେ ଲୋକଙ୍କ ଉତ୍ସାହ ନା 90 ଲକ୍ଷ ନାଁ କଟିବାର ଇଫେକ୍ଟ? ଏହି ନମ୍ବର ଗେମ୍କୁ ନେଇ ଏବେ ପଲିଟିକାଲ୍ କରିଡରରେ ଚର୍ଚ୍ଚା ଜୋର ଧରିଛି। ଇଲେକ୍ସନ୍ କମିଶନଙ୍କ ଏହି ପର୍ଜ (Purge) ବା ସଫେଇ ଅଭିଯାନ ଭବିଷ୍ୟତରେ ଭୋଟ୍ ରାଜନୀତିକୁ କେଉଁ ମୋଡ଼ ଦେଉଛି, ତାହା ଦେଖିବାକୁ ବାକି ରହିଲା।




