କଲିକତା: ପଶ୍ଚିମବଙ୍ଗ ରାଜନୀତିର ପାରଦ ଏବେ ପୁରା ‘ହାଇ’। ଦିଲ୍ଲୀରୁ କଲିକତା—ସବୁଠି ଗୋଟିଏ ଚର୍ଚ୍ଚା, 2026ରେ ବେଙ୍ଗଲରେ କାହାର ହେବ ରାଜ୍? ଠିକ୍ ଏତିକି ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ‘ଷ୍ଟେଟମେଣ୍ଟ’ ଦେଇ ପୁରା ମାହୋଲକୁ ଗରମ କରିଦେଇଛନ୍ତି। ଶାହ ସିଧାସିଧା କହିଛନ୍ତି, “ମମତା ଦିଦିଙ୍କ ପ୍ୟାକଅପ୍ ସମୟ ଆସିଗଲାଣି, 2026ରେ ବିଜେପି ହିଁ ସରକାର ଗଢ଼ିବ।”
ବେଙ୍ଗଲରେ ବିଜେପିର ଏହି ‘କନଫିଡେନ୍ସ’ ପଛରେ ରହିଛି ଲୋକଙ୍କ ଆକ୍ରୋଶ। ଶାହଙ୍କ କହିବା କଥା, ବେଙ୍ଗଲବାସୀ ଏବେ ‘କରପସନ୍’ (Corruption) ଏବଂ ଭେଦଭାବ ରାଜନୀତିରେ ଅତିଷ୍ଠ ହୋଇଗଲେଣି। ସେଠାରେ ‘ଇନଫିଲଟ୍ରେସନ’ (Infiltration) ବା ଅନୁପ୍ରବେଶ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଶାହ ଟାର୍ଗେଟ କରି କହିଛନ୍ତି ଯେ, ଟିଏମସି ସରକାର କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସରେ ବ୍ୟସ୍ତ, କିନ୍ତୁ ବିଜେପି ଆସିଲେ ହିଁ ବେଙ୍ଗଲରେ ‘ଆସଲ ପରିବର୍ତ୍ତନ’ ଦେଖିବାକୁ ମିଳିବ।
ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ପାଇଁ ବେଙ୍ଗଲ କେବଳ ଏକ ରାଜ୍ୟ ନୁହେଁ, ବରଂ ଏହା ଏକ ବଡ଼ ‘ପ୍ରାଇରିଟି’। 2026 ଇଲେକ୍ସନ ପାଇଁ ପାର୍ଟି ଏବେଠାରୁ ‘ଫୁଲ୍ ରେଡି’। ଦିଦିଙ୍କ ଗଡ଼ରେ ପଦ୍ମ ଫୁଟାଇବା ପାଇଁ ବିଜେପି ‘କ୍ୟାଡର’ମାନେ ଗାଁ ଗାଁକୁ ଯାଇ ଲୋକଙ୍କ ସାଥୀରେ ଯୋଡ଼ି ହେଉଛନ୍ତି।
ବେଙ୍ଗଲର ବର୍ତ୍ତମାନର ‘ସିଚୁଏସନ’କୁ ଦେଖିଲେ ଲାଗୁଛି, ଆଗାମୀ ଇଲେକ୍ସନ ପୁରା ‘ହାଇ-ଭୋଲଟେଜ’ ହେବାକୁ ଯାଉଛି। ଶାହଙ୍କ ଏହି ଭବିଷ୍ୟବାଣୀ ପରେ ଟିଏମସି କ୍ୟାମ୍ପରେ ହଲଚଲ ବଢ଼ିଯାଇଛି। ତେବେ ସତରେ କ’ଣ ଦିଦିଙ୍କୁ ଗାଦିରୁ ହଟାଇବାରେ ବିଜେପି ସଫଳ ହେବ? ତାହା ତ 2026 ‘ରେଜଲ୍ଟ’ ହିଁ କହିବ।




