ଇସଲାମାବାଦ: ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର କଳାବାଦଲ। ଇସ୍ରାଏଲ୍ ଆଉ ଇରାନ ଭିତରେ ‘ଟେନସନ’ ଚରମରେ ଥିବା ବେଳେ ଏବେ ହଠାତ୍ ପାକିସ୍ତାନ ପହଞ୍ଚିଛନ୍ତି ଇରାନର ବିଦେଶ ମନ୍ତ୍ରୀ ଆବାସ ଅରାଗଚି। ଇସଲାମାବାଦରେ ପହଞ୍ଚି ସେ ସିଧା ପାକିସ୍ତାନ Army Chief ଜେନେରାଲ ଆସିମ ମୁନିରଙ୍କୁ ଭେଟିଛନ୍ତି। ଦୁଇ ଦେଶ ଭିତରେ ସମ୍ପର୍କକୁ ନେଇ ଚାଲିଥିବା ତିକ୍ତତା ଭିତରେ ଏହି ‘ହାଇ ପ୍ରୋଫାଇଲ’ ମିଟିଂ ସାରା ଦୁନିଆର ନଜର ଟାଣିଛି।
ଏହି ସ୍ପେଶାଲ ମିଟିଂରେ ଖାଲି ସୀମା ସୁରକ୍ଷା ନୁହେଁ, ବରଂ ପୂରା ଅଞ୍ଚଳର Security କୁ ନେଇ ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଛି। ଗୋଟେ ପଟେ ଆତଙ୍କବାଦୀଙ୍କ ଉପଦ୍ରବ ଆଉ ଅନ୍ୟପଟେ ବଡ଼ ଯୁଦ୍ଧର ଭୟ, ଏସବୁ ଭିତରେ ଇରାନ ଆଉ ପାକିସ୍ତାନ ନିଜ ଭିତରେ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ବିଶେଷ କରି Border Management ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସୀମାରେ ଯେମିତି କୌଣସି ଅଘଟଣ ନଘଟେ, ସେଥିପାଇଁ ଉଭୟ ଦେଶ ମିଳିମିଶି କାମ କରିବେ ବୋଲି ଏହି ମିଟିଂରେ ନିଷ୍ପତ୍ତି ହୋଇଛି।
ରିପୋର୍ଟ ଅନୁସାରେ, ଇସ୍ରାଏଲ ଯେଉଁଭଳି ଭାବେ ଆଟାକ୍ କରୁଛି, ସେଥିରେ ଇରାନ ଏବେ ମୁସଲିମ ଦେଶମାନଙ୍କୁ ଏକଜୁଟ କରିବାକୁ ପ୍ଲାନ କରୁଛି। ପାକିସ୍ତାନ Army Chief ମଧ୍ୟ କହିଛନ୍ତି ଯେ, ଆଞ୍ଚଳିକ ଶାନ୍ତି ପାଇଁ ଦୁଇ ଦେଶ ଏକାଠି ରହିବା ଜରୁରୀ। ଏହା ସହ ଗାଜା ଏବଂ ଲେବାନନରେ ଚାଲିଥିବା ସଂଘର୍ଷକୁ ନେଇ ମଧ୍ୟ ଉଭୟ ନେତା ଚିନ୍ତା ପ୍ରକଟ କରିଛନ୍ତି।
ଏହି ଗସ୍ତ ପରେ ଏବେ ଇସ୍ରାଏଲ ଏବଂ ଆମେରିକାର ନଜର ପାକିସ୍ତାନ ଉପରେ। ପଶ୍ଚିମ ଏସିଆର ସ୍ଥିତି ଯେଉଁଭଳି ଭାବେ ବିଗିଡିବାରେ ଲାଗିଛି, ସେଥିରେ ଇରାନ ବିଦେଶ ମନ୍ତ୍ରୀଙ୍କ ଏହି ପାକିସ୍ତାନ ଗସ୍ତ ବହୁତ ‘କ୍ରୁସିଆଲ’ ବୋଲି କୁହାଯାଉଛି। ସୀମାରେ ଶାନ୍ତି ଫେରିବ ନା ପୁଣି କିଛି ନୂଆ ବିବାଦ ମୁଣ୍ଡ ଟେକିବ, ତାହା ଉପରେ ସମସ୍ତଙ୍କ ନଜର।




