ନୂଆଦିଲ୍ଲୀ: ଦିଲ୍ଲୀର ପାୱାର କରିଡରରେ ଏବେ ଶକ୍ତ ଭୂକମ୍ପ। ଯେଉଁ ‘ଝାଡୁ’କୁ ନେଇ ଦିନେ ଦେଶରେ ପରିବର୍ତ୍ତନର ସ୍ୱପ୍ନ ଦେଖାଯାଇଥିଲା, ଆଜି ସେହି ଦଳ ଭିତରେ ବଡ଼ ବିସ୍ଫୋରଣ ଘଟିଛି। ଗୋଟିଏ କି ଦୁଇଟି ନୁହେଁ, ବରଂ ଏକାସାଙ୍ଗରେ 7 ଜଣ ସାଂସଦ ଆମ୍ ଆଦମୀ ପାର୍ଟି (AAP) କୁ ବାଏ ବାଏ କରିଛନ୍ତି। କିନ୍ତୁ ସବୁଠୁ ବଡ଼ ସକ୍ ଲାଗିଛି ଯେତେବେଳେ ଦଳର ସବୁଠୁ ଚର୍ଚ୍ଚିତ ଚେହେରା ତଥା ଫାୟାରବ୍ରାଣ୍ଡ ନେତା ରାଘବ ଚଢ଼ା ହଠାତ୍ ବିଜେପି କ୍ୟାମ୍ପରେ ଜୟେନ କରିଛନ୍ତି।
ପଦ୍ମ ଧରିଲେ ରାଘବ ଦଳର ସଙ୍କଟ ସମୟରେ ଢାଲ ହୋଇ ଠିଆ ହେଉଥିବା ରାଘବ ଚଢ଼ାଙ୍କ ଏହି ନିଷ୍ପତ୍ତି ଆପ୍ ପାଇଁ ଏକ ବଡ଼ ଝଟକା। ଗତ କିଛି ଦିନ ଧରି ଦଳ ଭିତରେ ଅସନ୍ତୋଷ କୁହୁଳୁଥିବା ବେଳେ ଆଜି ସେ ବିଜେପିରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ରାଘବଙ୍କ ସହ ଅନ୍ୟ 7 ଜଣ ସାଂସଦ ମଧ୍ୟ ଦଳ ଛାଡ଼ିବା ପରେ ଆପ୍ର ହାଇକମାଣ୍ଡ ଏବେ ପୂରା କନଫ୍ୟୁଜ। ନେତାମାନଙ୍କ ମଧ୍ୟରେ ଚାଲିଥିବା ଇଗୋ ଲଢ଼େଇ ଯୋଗୁଁ ଆଜି ଏଭଳି ସ୍ଥିତି ଉପୁଜିଥିବା ପଲିଟିକାଲ ଏକ୍ସପର୍ଟମାନେ କହୁଛନ୍ତି।
ବର୍ଷିଲେ ଅନ୍ନା ହଜାରେ ଏହି ଡ୍ରାମା ଭିତରେ ଏବେ ଏଣ୍ଟ୍ରି କରିଛନ୍ତି ଦଳର ପ୍ରେରଣା ସାଜିଥିବା ଅନ୍ନା ହଜାରେ। ଦଳର ଏଭଳି ଦୁର୍ଦ୍ଦଶା ଦେଖି ଅନ୍ନା ସିଧାସଳଖ ଲିଡରସିପ୍ ଉପରେ ଆଙ୍ଗୁଠି ଉଠାଇଛନ୍ତି। ଅନ୍ନା କହିଛନ୍ତି ଯେ, ଏସବୁ ଦଳର ହାଇକମାଣ୍ଡଙ୍କ ‘ଫଲ୍ଟ’। ଅହଙ୍କାର ଏବଂ ଭୁଲ ନେତୃତ୍ୱ ପାଇଁ ଆଜି ଦଳ ଛିନ୍ନଛତ୍ର ହୋଇଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ଲକ୍ଷ୍ୟ ପଥରୁ ନେତାମାନେ ବିଚ୍ୟୁତ ହୁଅନ୍ତି, ସେତେବେଳେ ପରିଣାମ ଏମିତି ହିଁ ହୋଇଥାଏ।
ଆପ୍ ପାଇଁ ବଢ଼ିଲା ଟେନସନ ଏକାସାଙ୍ଗରେ 7 ଜଣ ସାଂସଦ ଦଳ ଛାଡ଼ିବା ଏବଂ ରାଘବଙ୍କ ଭଳି ଲିଡର ବିଜେପିକୁ ଯିବା ପରେ ଆପ୍ର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ବିଜେପି ନିଜର ଗେମ୍ ପ୍ଲାନରେ ସଫଳ ହେଉଥିବା ବେଳେ ଆରପଟେ ଆରବିନ୍ଦ କେଜ୍ରିୱାଲଙ୍କ ଟିମ୍ ଏବେ ଡ୍ୟାମେଜ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛି। ତେବେ ଏହି ଇସ୍ତଫା ପରେ ଦିଲ୍ଲୀ ପଲିଟିକ୍ସରେ ଆଗକୁ କ’ଣ ହେଉଛି, ତାହା ଦେଖିବାକୁ ବାକି ରହିଲା।




