Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»Auto

କିଆର ମାଷ୍ଟର ପ୍ଲାନ: ମାର୍କେଟ କବ୍‌ଜା ପାଇଁ ଆସୁଛି ନୂଆ ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ SUV

Auto
କିଆର ମାଷ୍ଟର ପ୍ଲାନ: ମାର୍କେଟ କବ୍‌ଜା ପାଇଁ ଆସୁଛି ନୂଆ ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ SUV
Share
Facebook Twitter Email WhatsApp

ନୂଆଦିଲ୍ଲୀ: ଭାରତୀୟ ଗାଡ଼ି ବଜାରରେ ଏବେ ‘କିଆ’ (Kia) କ୍ରେଜ୍। କେବଳ ଲୁକ୍ ନୁହେଁ, ବରଂ ଟେକ୍ନୋଲୋଜିରେ ବି ସମସ୍ତଙ୍କୁ ପଛରେ ପକାଇବାକୁ ରେଡି ହେଉଛି ଏହି କମ୍ପାନୀ। ଯଦି ଆପଣ ନୂଆ ଗାଡ଼ି କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଟିକେ ଅପେକ୍ଷା କରନ୍ତୁ। କାରଣ କିଆ ଏମିତି କିଛି ‘ଧମାକା’ ଗାଡ଼ି ଆଣୁଛି, ଯାହା ମାର୍କେଟରେ ହଇଚଇ ସୃଷ୍ଟି କରିବ।

ସୂଚନା ଅନୁସାରେ, କିଆ ଇଣ୍ଡିଆ ଖୁବଶୀଘ୍ର ନୂଆ ଜେନେରେସନର ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ SUV ଲଞ୍ଚ କରିବାକୁ ଯାଉଛି। ଏଥିମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ‘ସିରୋସ୍’ (Syros) କୁ ନେଇ। ଏହା ଏକ କମ୍ପାକ୍ଟ SUV, ଯାହା କମ୍ପାନୀର ପପୁଲାର ଗାଡ଼ି ସୋନେଟ୍ ଏବଂ ସେଲଟୋସ୍ ମଝିରେ ଏକ ପରଫେକ୍ଟ ଗ୍ୟାପ୍ ପୂରଣ କରିବ। ଏଥିରେ ସ୍ପେସ୍‌ ସହିତ ଲ୍ୟାଟେଷ୍ଟ ଫିଚର୍ସ ମିଳିବ, ଯାହା ଫ୍ୟାମିଲି ପାଇଁ ଏକ ବେଷ୍ଟ ଅପସନ ହେବ।

ତେଲ ଚିନ୍ତା ହେବ ଦୂର: ଆସୁଛି ସୋରେଣ୍ଟୋ ହାଇବ୍ରିଡ୍ ତେଲ ଦର ବଢ଼ୁଥିବା ବେଳେ ଲୋକଙ୍କ ଫୋକସ ଏବେ ମାଇଲେଜ୍ ଉପରେ। ଏହାକୁ ନଜରରେ ରଖି କିଆ ଏବେ ‘ହାଇବ୍ରିଡ୍’ (Hybrid) ସେଗମେଣ୍ଟରେ ବଡ଼ ବାଜି ଖେଳିବାକୁ ଯାଉଛି। ରିପୋର୍ଟ ଅନୁସାରେ, କିଆର ଦମଦାର୍ SUV ‘ସୋରେଣ୍ଟୋ’ (Sorento) ହାଇବ୍ରିଡ୍ ଭର୍ସନରେ ଭାରତୀୟ ରୋଡ୍‌ରେ ଦୌଡ଼ିବ। ଏଥିରେ ଉଭୟ ପେଟ୍ରୋଲ ଇଞ୍ଜିନ ଓ ଇଲେକ୍ଟ୍ରିକ୍ ମୋଟର ଥିବାରୁ ଏହା ଜବରଦସ୍ତ ମାଇଲେଜ୍ ଦେବ। ଏହା ସିଧାସଳଖ ଟୟୋଟା ଫର୍ଚୁନର ଭଳି ବଡ଼ ଗାଡ଼ିକୁ ଟକ୍କର ଦେବ ବୋଲି କୁହାଯାଉଛି।

ଇଲେକ୍ଟ୍ରିକ୍ ଦୁନିଆରେ ନୂଆ ଚମକ: EV9 ଓ ସିରୋସ୍ EV କେବଳ ହାଇବ୍ରିଡ୍ ନୁହେଁ, ଇଲେକ୍ଟ୍ରିକ୍ କାର୍ ମାର୍କେଟରେ ବି କିଆ ନିଜର ଦବଦବା ଦେଖାଇବାକୁ ପ୍ରସ୍ତୁତ। କମ୍ପାନୀର ଫ୍ଲାଗସିପ୍ ଇଲେକ୍ଟ୍ରିକ୍ SUV ‘EV9’ ଖୁବଶୀଘ୍ର ଶୋ’ରୁମ୍‌କୁ ଆସିବ। ଏହି ଗାଡ଼ିରେ ଏମିତି ଫ୍ୟୁଚରିଷ୍ଟିକ୍ ଡିଜାଇନ ଓ ହାଇ-ଟେକ୍ ଫିଚର୍ସ ଅଛି, ଯାହାକୁ ଦେଖିଲେ ଲାଗିବ ଯେମିତି ଆପଣ କୌଣସି ସାଇ-ଫାଇ ସିନେମାର କାର୍ ଦେଖୁଛନ୍ତି। ଏହା ସହିତ ସିରୋସ୍‌ର ଏକ ଇଲେକ୍ଟ୍ରିକ୍ ଭର୍ସନ ମଧ୍ୟ ଲଞ୍ଚ ହେବାର ପ୍ଲାନ ରହିଛି।

ମୋଟାମୋଟି କହିବାକୁ ଗଲେ, 2025 ସୁଦ୍ଧା କିଆ ଭାରତୀୟ ଅଟୋ ମାର୍କେଟରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଷ୍ଟାଇଲ୍, ସୁରକ୍ଷା ଏବଂ ନୂଆ ଟେକ୍ନୋଲୋଜିର ମିଶ୍ରଣରେ କିଆ ପୁଣିଥରେ ଗ୍ରାହକଙ୍କ ମନ ଜିଣିବାକୁ ପୂରା ରେଡି।

Related posts

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଜାଗୁଆର-ଲ୍ୟାଣ୍ଡ ରୋଭର ରିକଲ୍: ମଝି ରାସ୍ତାରେ ଅଟକିବ ଚକ, 1.7 ଲକ୍ଷ ଗାଡ଼ିକୁ ଫେରାଇ ନେଉଛି କମ୍ପାନୀ

ଜାଗୁଆର-ଲ୍ୟାଣ୍ଡ ରୋଭର ରିକଲ୍: ମଝି ରାସ୍ତାରେ ଅଟକିବ ଚକ, 1.7 ଲକ୍ଷ ଗାଡ଼ିକୁ ଫେରାଇ ନେଉଛି କମ୍ପାନୀ

ବ୍ଲାକ୍ ବିଷ୍ଟର ଜଲୱା: ଲମ୍ବୋର୍ଗିନି ଆଣିଲା ଲିମିଟେଡ୍ ଏଡିସନ ‘ଉରୁସ୍’, ଦୁନିଆରେ ମିଳିବ ମାତ୍ର 630ଟି ଗାଡ଼ି

ବ୍ଲାକ୍ ବିଷ୍ଟର ଜଲୱା: ଲମ୍ବୋର୍ଗିନି ଆଣିଲା ଲିମିଟେଡ୍ ଏଡିସନ ‘ଉରୁସ୍’, ଦୁନିଆରେ ମିଳିବ ମାତ୍ର 630ଟି ଗାଡ଼ି

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.