ୱାଶିଂଟନ: ଆମେରିକାର ପୂର୍ବତନ ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ଏବେ ବିପଦରେ। ଗୋଟିଏ ପରେ ଗୋଟିଏ ଆଟାକ୍ ପ୍ଲାନ୍ ସାମ୍ନାକୁ ଆସୁଛି। ଏଥର କିନ୍ତୁ ଜଣେ ୨୦ ବର୍ଷର ପିଲା ଯେଉଁ କାଣ୍ଡ କରିବାକୁ ବାହାରିଥିଲା, ତାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ପୁଲିସ୍ ହାତରେ ଲାଗିଛି ଏମିତି ଏକ ‘ମାନିଫେଷ୍ଟୋ’, ଯେଉଁଥିରେ ଲେଖା ହୋଇଛି ମୃତ୍ୟୁର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ।
ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୁକ୍ତ କୋଲ୍ ଥୋମାସ୍ ଏଲେନ୍ (Cole Thomas Allen) ର ଏହି ୧୨ ପୃଷ୍ଠାର ଚିଠି ଏବେ ପୂରା ଦୁନିଆରେ ହଇଚଇ ସୃଷ୍ଟି କରିଛି। CBS ର ’60 Minutes’ ପ୍ରୋଗ୍ରାମରେ ଏହି ସାଂଘାତିକ ଖୁଲାସା ହୋଇଛି। ଏହି ଚିଠିରେ ସେ ନିଜକୁ କୌଣସି ଗୁଣ୍ଡା ବା ଅପରାଧୀ ନୁହେଁ ବରଂ ଜଣେ ‘ସଂସ୍କାରୀ’ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛି।
“ମୁଁ ରେପିଷ୍ଟ ନୁହେଁ”: ମାନିଫେଷ୍ଟୋରେ କୋଲ୍ ଏମିତି କିଛି ଲେଖିଛି ଯାହାକୁ ପଢ଼ିଲେ FBI ବି ଆଶ୍ଚର୍ଯ୍ୟ ହୋଇଯାଇଛି। ସେ ଲେଖିଛି, “ମୁଁ କୌଣସି ରେପିଷ୍ଟ (Rapist) କିମ୍ବା ପେଡୋଫାଇଲ୍ (Paedophile) ନୁହେଁ।” କିନ୍ତୁ ସେ ଟ୍ରମ୍ପଙ୍କ ଉପରେ ଗୁରୁତର ଆରୋପ ଲଗାଇ ତାଙ୍କୁ ଦୁନିଆରୁ ହଟାଇବାକୁ ଚାହୁଁଥିଲା। ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ସେ ଏହି ବିଚିତ୍ର ଯୁକ୍ତି ବାଢ଼ିଛି। ତା’ ମତରେ ଟ୍ରମ୍ପ ଦେଶ ପାଇଁ ଠିକ୍ ନୁହନ୍ତି, ସେଥିପାଇଁ ସେ ଏହି ଖତରନାକ୍ ରାସ୍ତା ବାଛିଥିଲା।
ଆକ୍ସନ ମୋଡ୍ରେ ପୁଲିସ୍: ନୋରା ଓଡୋନେଲଙ୍କ ରିପୋର୍ଟ ଅନୁସାରେ, ଏହି ସୁଟର ଜଣକ ବହୁ ଦିନରୁ ଟ୍ରମ୍ପଙ୍କ ଗତିବିଧି ଉପରେ ନଜର ରଖିଥିଲା। ସିକ୍ରେଟ୍ ସର୍ଭିସ୍ (Secret Service) ଏବଂ FBI ର ଟିମ୍ ଏହି ମାମଲାର ଗଭୀର ତଦନ୍ତ କରୁଛନ୍ତି। ଆମେରିକା ଇଲେକ୍ସନ (Election) ପୂର୍ବରୁ ଏହିଭଳି ଘଟଣା ପୁଣି ଥରେ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଏହି ମାନିଫେଷ୍ଟୋରେ ସେ ନିଜର ପୂରା ପ୍ଲାନିଂ ବିଷୟରେ ଲେଖିଥିଲା। କେଉଁ ସ୍ପଟ୍ରେ ଟ୍ରମ୍ପଙ୍କୁ ଟାର୍ଗେଟ୍ କରାଯିବ ଏବଂ କେମିତି ଖସି ପଳାଇବ, ସବୁ କିଛି ଡ୍ରାଫ୍ଟ କରିଥିଲା ଏହି ୨୦ ବର୍ଷର ଯୁବକ। ଏବେ ଏହି ମାମଲା ସାମ୍ନାକୁ ଆସିବା ପରେ ଟ୍ରମ୍ପଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି।




