ନୂଆଦିଲ୍ଲୀ: ଚାରିଆଡ଼େ ଅଗ୍ନି ବର୍ଷା। ବାହାରକୁ ଗଲେ ତାତିରେ ମୁଣ୍ଡ ଫାଟିଯାଉଛି। ସୂର୍ଯ୍ୟ ଦେବତା ଏମିତି ରାଗିଛନ୍ତି ଯେ ଲୋକେ ଏବେ ଛାଇ ଖୋଜୁଛନ୍ତି। ଏହି ପ୍ରଳୟଙ୍କରୀ ଗରମରୁ ବଞ୍ଚିବା ପାଇଁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଏକ ଜବରଦସ୍ତ ‘Trick’ କହିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ମଧ୍ୟପ୍ରଦେଶର ଗୁନା ‘Election Campaign’ ସମୟରେ ସିନ୍ଧିଆ ଲୋକଙ୍କୁ ଏକ ଖାସ୍ ‘Advice’ ଦେଇଛନ୍ତି। ସେ କହିଛନ୍ତି, ଖରାରୁ ବଞ୍ଚିବାକୁ ହେଲେ ପକେଟରେ ଗୋଟିଏ ପିଆଜ ରଖିବା ଜରୁରୀ। ଏହା ହେଉଛି ସେହି ପୁରୁଣା ଦେଶୀ ‘Formula’ ଯାହା ‘Heatstroke’ କିମ୍ବା ଲୁ’ରୁ ରକ୍ଷା କରିଥାଏ।
ମନ୍ତ୍ରୀ କେବଳ ଲୋକଙ୍କୁ କହିନାହାନ୍ତି, ବରଂ ନିଜେ ମଧ୍ୟ ପକେଟରେ ପିଆଜ ଧରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, “ମୁଁ ନିଜେ ପକେଟରେ ପିଆଜ ରଖିଛି, ଆପଣମାନେ ବି ରଖନ୍ତୁ”। ସିନ୍ଧିଆଙ୍କ ଏହି ‘Onion Style’ ଭିଡିଓ ଏବେ ସୋସିଆଲ ମିଡିଆରେ ‘Superhit’ ହେବାରେ ଲାଗିଛି।
ସାରା ଦେଶରେ ତାପମାତ୍ରା 45 ଡିଗ୍ରୀ ଟପିଥିବା ବେଳେ ଲୋକେ ଏବେ AC ଏବଂ Cooler ଛାଡ଼ି ମନ୍ତ୍ରୀଙ୍କ ପିଆଜ ଥିଓରିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀଙ୍କ ଏହି ଗାଉଁଲି ଉପାୟକୁ କିଏ ମଜାକରେ ଉଡ଼ାଇ ଦେଉଛି ତ କିଏ ଏହାକୁ ପାରମ୍ପରିକ ଜ୍ଞାନ କହି ପ୍ରଶଂସା କରୁଛି।



