କଲକାତା: ୨୦୨୬ ପଶ୍ଚିମବଙ୍ଗ ଇଲେକ୍ସନ ପାଇଁ ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। ବେଙ୍ଗଲ୍ ରାଜନୀତିର ପାରଦ ଏବେ ପୁରା ଗରମ। ଗୋଟିଏ ପଟେ ଦିଦିଙ୍କ ଜିଦ୍, ଅନ୍ୟପଟେ ବିଜେପିର ମାଷ୍ଟର ପ୍ଲାନ। କିନ୍ତୁ ଏଥର ଲଢେଇ କେବଳ ରାସ୍ତାରେ ନୁହେଁ, କୋର୍ଟରେ ବି ଜାରି ରହିଛି। ଗୃହମନ୍ତ୍ରୀ ଅମିତ ଶାହ ଆଜି ମମତା ବାନାର୍ଜୀଙ୍କୁ ଏମିତି ଏକ ତଥ୍ୟ ଦେଇ ଟାର୍ଗେଟ୍ କରିଛନ୍ତି, ଯାହାକୁ ଶୁଣିଲେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।
ଅମିତ ଶାହ ସିଧାସିଧା କହିଛନ୍ତି ଯେ, ମମତା ସରକାର ଗୋଟିଏ କି ଦୁଇଟି ନୁହେଁ, ବରଂ ପୁରା ୮୨ଟି କେସ୍ କୋର୍ଟରେ ଲଢିଥିଲେ। କିନ୍ତୁ ରେକର୍ଡ କହୁଛି, ସବୁଥିରେ ମମତାଙ୍କୁ ଲଜ୍ଜାଜନକ ଭାବେ ହାରିବାକୁ ପଡିଛି। ୮୨-୦ ସ୍କୋରରେ ବିଜେପି ଓ କେନ୍ଦ୍ର ସରକାରଙ୍କ ବିଜୟ ହୋଇଛି। ମମତା ସବୁବେଳେ କୋର୍ଟଙ୍କୁ ଡରେଇବାକୁ କିମ୍ବା ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ହେଲେ ନ୍ୟାୟପାଳିକା ଆଗରେ ତାଙ୍କର କୌଣସି ଚାଲାକି ଚାଲୁନି ବୋଲି ଶାହ କହିଛନ୍ତି।
ବେଙ୍ଗଲରେ ବିଜେପି କର୍ମୀଙ୍କ ଉପରେ ହେଉଥିବା ଆଟାକ୍ ଏବଂ ବିଭିନ୍ନ ସ୍କାମ୍କୁ ନେଇ କୋର୍ଟରେ ଏହି ସବୁ ମାମଲା ଚାଲିଥିଲା। ଶାହଙ୍କ କହିବା କଥା ହେଲା, ମମତା ଜାଣିଶୁଣି କୋର୍ଟଙ୍କୁ ଧମକ ଦେଉଛନ୍ତି କାରଣ ସେଠାରେ ତାଙ୍କର ସତ ଧରାପଡି ଯାଉଛି। ୨୦୨୬ ଇଲେକ୍ସନ ପୂର୍ବରୁ ଦିଦି ଏବେ ପୁରା ନର୍ଭସ ହୋଇଗଲେଣି। ଯେତେ ଚେଷ୍ଟା କଲେ ବି ପଶ୍ଚିମବଙ୍ଗରେ ପରିବର୍ତ୍ତନକୁ ରୋକିହେବ ନାହିଁ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଶାହଙ୍କ ଏହି ବୟାନ ପରେ ତୃଣମୂଳ କଂଗ୍ରେସ କ୍ୟାମ୍ପରେ ଛନକା ପଶିଛି। କୋର୍ଟ ରୁଲିଂକୁ ନେଇ ଶାହ ଯେଉଁ ହିସାବ ଦେଇଛନ୍ତି, ତାହା ଦିଦିଙ୍କ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ଏବେ ଦେଖିବାକୁ ବାକି ରହିଲା, ୨୦୨୬ ମଇଦାନରେ ଜନତା କାହା ସପକ୍ଷରେ ରାୟ ଶୁଣାଉଛନ୍ତି।




