ଭିଏନତିଆନ: ଲାଓସର ରାଜଧାନୀରେ ଜମିଛି ବିଶ୍ୱ ନେତାଙ୍କ ମେଳି। ଏହି ହାଇ-ପ୍ରୋଫାଇଲ୍ ମିଟିଂ ଭିତରେ ସାରା ଦୁନିଆର ନଜର ଥିଲା ଦୁଇ ଜଣ ନେତାଙ୍କ ଉପରେ। ଜଣେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଜଣେ ନ୍ୟୁଜିଲାଣ୍ଡର ପିଏମ୍ କ୍ରିଷ୍ଟୋଫର ଲକ୍ସନ। ଦୁଇ ଦେଶର ମୁଖିଆ ହାତ ମିଳାଇବା ପରେ ଏବେ ଏକ ନୂଆ ଇତିହାସ ଲେଖା ହେବାକୁ ଯାଉଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ (FTA) କୁ ନେଇ ମୋଦୀ ବଡ଼ ବୟାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି FTA କେବଳ ଏକ ଚୁକ୍ତି ନୁହେଁ, ବରଂ ଦୁଇ ଦେଶର ପାର୍ଟନରସିପ୍ ପାଇଁ ଏହା ଏକ ‘ଲ୍ୟାଣ୍ଡମାର୍କ ମୋମେଣ୍ଟ’। ଆଗକୁ ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ବିଜିନେସ୍ କରିବା ଆହୁରି ସହଜ ହୋଇଯିବ। ବିଶେଷ କରି ଟ୍ରେଡ୍, ଟେକ୍ନୋଲୋଜି ଏବଂ ଏଜୁକେସନ କ୍ଷେତ୍ରରେ ଦୁଇ ଦେଶ ମିଶି କାମ କରିବେ। ମୋଦୀ ଓ ଲକ୍ସନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ପରେ ଆଗାମୀ ଦିନରେ ଦୁଇ ଦେଶର ଇକୋନୋମି ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି।
କେବଳ ବ୍ୟାପାର ନୁହେଁ, ଏଗ୍ରିକଲ୍ଚର ଏବଂ ଡିଜିଟାଲ କନେକ୍ଟିଭିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ନ୍ୟୁଜିଲାଣ୍ଡରେ ରହୁଥିବା ଭାରତୀୟମାନେ କେମିତି ଆହୁରି ସୁବିଧା ପାଇବେ ଏବଂ ଦୁଇ ଦେଶ ମଧ୍ୟରେ ଟୁରିଜିମ୍ କେମିତି ବଢ଼ିବ, ସେ ନେଇ ମଧ୍ୟ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଲକ୍ସନଙ୍କ ସହ ମିଟିଂ ପରେ ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ଆମ ସମ୍ପର୍କ ଏବେ ଏକ ନୂଆ ଉଚ୍ଚତାକୁ ଯିବାକୁ ପ୍ରସ୍ତୁତ।
ସୂଚନାଯୋଗ୍ୟ ଯେ, ଆସିଆନ୍-ଇଣ୍ଡିଆ ସମିଟ୍ରେ ଯୋଗ ଦେବାକୁ ମୋଦୀ ଲାଓସ ଗସ୍ତରେ ଅଛନ୍ତି। ଏହି ଅବସରରେ ବିଭିନ୍ନ ଦେଶର ନେତାଙ୍କ ସହ ତାଙ୍କର ୱାନ୍-ଟୁ-ୱାନ୍ ମିଟିଂ ଜାରି ରହିଛି। ଭାରତର ବଢ଼ୁଥିବା ଦବଦବା ଭିତରେ ନ୍ୟୁଜିଲାଣ୍ଡ ସହ ଏହି ଡିଲ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।




