ୱାଶିଂଟନ: ଆମେରିକା ଇଲେକ୍ସନ ମଇଦାନ ଏବେ ପୁରା ଗରମ। ଭୋଟ ପାଇଁ ପଲିଟିସିଆନ୍ଙ୍କ ଭିତରେ ଚାଲିଛି ଜୋରଦାର ଫାଇଟ୍। କିନ୍ତୁ ଏହି ଲଢ଼େଇ ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ‘କମେଣ୍ଟ’ ଏବେ ନିଆଁ ଲଗାଇ ଦେଇଛି। ନିଜ ଦେଶ ଆମେରିକାକୁ ଟ୍ରମ୍ପ ‘ନର୍କ’ (Hellhole) ସହ ତୁଳନା କରିବା ପରେ ଏହାକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି।
ଟ୍ରମ୍ପଙ୍କ ଏହି ବୟାନକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭାରତୀୟ ବଂଶୋଦ୍ଭବ ସାଂସଦ ଅମି ବେରା। ସେ ଟ୍ରମ୍ପଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି, “ଆମେରିକା କେବେ ବି ନର୍କ ନୁହେଁ, ଏହା ହେଉଛି ସେହି ସ୍ଥାନ ଯେଉଁଠି ସାଧାରଣ ଲୋକଙ୍କ ସ୍ୱପ୍ନ ସତ ହୁଏ।”
ବେରା ନିଜ ପରିବାରର ଉଦାହରଣ ଦେଇ ଟ୍ରମ୍ପଙ୍କୁ ଚୁପ୍ କରିଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ବାପା ମାତ୍ର 10 ଡଲାର ଧରି ଭାରତରୁ ଆମେରିକା ଆସିଥିଲେ। ସେତେବେଳେ ତାଙ୍କ ପାଖରେ କିଛି ନଥିଲା, କିନ୍ତୁ ଏହି ଦେଶ ତାଙ୍କୁ ସୁଯୋଗ ଦେଲା। ଆଜି ସେ ନିଜେ ଜଣେ ସାଂସଦ ଭାବେ ଦେଶର ସେବା କରୁଛନ୍ତି। ଏହା ହିଁ ହେଉଛି ଅସଲ ‘ଆମେରିକାନ ଡ୍ରିମ୍’। ଟ୍ରମ୍ପ ଯେଉଁଭଳି ଭାବେ ଦେଶକୁ ବଦନାମ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ ବୋଲି ବେରା କହିଛନ୍ତି।
ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଦେଶର କଣ୍ଡିସନକୁ ନେଇ ପ୍ରବଳ ନେଗେଟିଭ୍ କଥା କହିଥିଲେ। ହେଲେ ବେରା କହିଛନ୍ତି, ଟ୍ରମ୍ପଙ୍କ ଭଳି ଲୋକଙ୍କ ନେଗେଟିଭିଟି ଦେଶର ଇମେଜ୍ ଖରାପ କରିପାରିବ ନାହିଁ। ଆମେରିକା ସବୁବେଳେ ଏକ ‘ଲ୍ୟାଣ୍ଡ ଅଫ୍ ଅପର୍ଚୁନିଟି’ ହୋଇ ରହିବ। ଇଲେକ୍ସନ ପୂର୍ବରୁ ବେରାଙ୍କ ଏହି ପାଲଟା ଜବାବ ଏବେ ୟୁଏସ୍ ପଲିଟିକ୍ସରେ ନୂଆ ଟ୍ୱିଷ୍ଟ ଆଣିଛି।




