ଗୁଆହାଟୀ: ଭୋଟ୍ ସରିଛି, ହେଲେ ଟେନସନ କମିନି। ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ଏବେ ହାଇଡ୍ରାମା। ଆସାମରେ 2026 ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଏବେ ସିକ୍ୟୁରିଟିକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ସୁରକ୍ଷାରେ ବଡ଼ ଧରଣର ଲ୍ୟାପ୍ସ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।
ସୂଚନା ଅନୁସାରେ, ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ଯେମିତି କଡ଼ା ପହରା ରହିବା କଥା, ସେଥିରେ ଅବହେଳା କରାଯାଉଥିବା ନେଇ ସରଗରମ ହୋଇଛି ରାଜନୀତି। ବିରୋଧୀ ନେତାଙ୍କ କହିବା କଥା ହେଲା, କେତେକ ଜାଗାରେ ସିସିଟିଭି କ୍ୟାମେରା ଠିକ୍ ସେ କାମ କରୁନି ତ ଆଉ କେଉଁଠି ସୁରକ୍ଷା କର୍ମୀଙ୍କ ଗତିବିଧି ସନ୍ଦେହଜନକ ରହିଛି। ଇଭିଏମ୍ ସହିତ ଟାମ୍ପରିଂ କରାଯିବାର ଚାନ୍ସ ଅଛି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ଘଟଣାକୁ ନେଇ ବିରୋଧୀ ଦଳ ପକ୍ଷରୁ ସିଧାସଳଖ ଇଲେକସନ କମିଶନଙ୍କ ପାଖରେ ଫେରାଦ ହୋଇଛି। ସ୍ପଟ୍ରେ ପୁଲିସ୍ ଓ ସିକ୍ୟୁରିଟି ଫୋର୍ସ ମୁତୟନ ଥିଲେ ବି ନେତାମାନେ ଏଥିରେ ସନ୍ତୁଷ୍ଟ ନାହାନ୍ତି। ଷ୍ଟ୍ରଙ୍ଗ୍ ରୁମ୍ ପାଖରେ କିଛି ଅଜଣା ଗାଡ଼ିର ମୁଭମେଣ୍ଟ ଦେଖିବାକୁ ମିଳିଥିବା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅନ୍ୟପଟେ ପ୍ରଶାସନ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ସବୁଠି ଟାଇଟ୍ ସିକ୍ୟୁରିଟି ଅଛି ବୋଲି କୁହାଯାଉଛି। ହେଲେ ଫଳାଫଳ ଆସିବା ପୂର୍ବରୁ ଏହି ‘ସୁରକ୍ଷା ଲ୍ୟାପ୍ସ’ ଖବର ଏବେ ପୁରା ଆସାମରେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ଦଳର କର୍ମୀମାନେ ଏବେ ନିଜେ ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ଡେରା ପକାଇ ଜଗି ରହିବାକୁ ପ୍ଲାନ କରୁଥିବା ଜଣାପଡ଼ିଛି।




