Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଆନ୍ତର୍ଜାତୀୟ

ତାମିଲନାଡୁ ମହାଲଢ଼େଇ : ଚେନ୍ନାଇ ଚଉକି ପାଇଁ ‘ହାଇ-ଭୋଲଟେଜ୍’ ଫାଇଟ୍‌

Updated:April 15, 2026 ଆନ୍ତର୍ଜାତୀୟ
ତାମିଲନାଡୁ ମହାଲଢ଼େଇ : ଚେନ୍ନାଇ ଚଉକି ପାଇଁ ‘ହାଇ-ଭୋଲଟେଜ୍’ ଫାଇଟ୍‌
Share
Facebook Twitter Email WhatsApp

ଚେନ୍ନାଇ: ସୂର୍ଯ୍ୟଙ୍କ ତାତି ସାଙ୍ଗକୁ ଏବେ ତାମିଲନାଡୁରେ ରାଜନୈତିକ ପାରଦ ବି ପୂରା ଉପରେ। ଚେନ୍ନାଇର ଗଳି କନ୍ଦିରେ ଏବେ ଖାଲି ପୋଷ୍ଟର, ବ୍ୟାନର ଆଉ ଲାଉଡସ୍ପିକରର ଗର୍ଜନ। 2026 ବିଧାନସଭା ଇଲେକ୍ସନ ପାଇଁ ପୂରା ରାଜ୍ୟ ଏବେ ଉଠୁଛି ପଡ଼ୁଛି। ବିଶେଷ କରି ରାଜଧାନୀ ଚେନ୍ନାଇ ଏବେ ଅସଲି ‘ବ୍ୟାଟେଲଗ୍ରାଉଣ୍ଡ’ ସାଜିଛି। କାହା ହାତକୁ ଯିବ କ୍ଷମତା, ସେଥିପାଇଁ ଚାଲିଛି ଜୋରଦାର କସରତ।

ଏଥର ଲଢ଼େଇ କେବଳ ଭୋଟ୍ ପାଇଁ ନୁହେଁ, ବରଂ ଦୁଇଟି ବଡ଼ ଜିଦ୍‌କୁ ନେଇ। ଗୋଟେ ପଟେ ସରକାରଙ୍କ ‘ୱେଲଫେୟାର’ ସ୍କିମ୍ (ଜନକଲ୍ୟାଣ ଯୋଜନା) ଆଉ ଅନ୍ୟପଟେ ସହରର ‘ଇନଫ୍ରାଷ୍ଟ୍ରକ୍ଚର’ (ଭିତ୍ତିଭୂମି)। ଚେନ୍ନାଇର ହାଇ-ପ୍ରୋଫାଇଲ ସିଟ୍‌ ଗୁଡ଼ିକରେ କିଏ ମାରିବ ବାଜି, ତାକୁ ନେଇ ଗାଁଠୁ ସହର ସବୁଠି ଏବେ ଚା’ ଖଟିରେ ଚର୍ଚ୍ଚା।

ସହରର ଟ୍ରାଫିକ ଜାମ୍ ଆଉ ମେଟ୍ରୋ କାମ ଯୋଗୁଁ ଲୋକେ ନାକେଦମ ହେଉଛନ୍ତି। ଏହାକୁ ନେଇ ସାଧାରଣ ଲୋକଙ୍କ ଭିତରେ କିଛିଟା ଅସନ୍ତୋଷ ଥିଲେ ବି, ମହିଳାମାନଙ୍କ ପାଇଁ ଥିବା ମାସିକ ସହାୟତା ରାଶି ଏକ ବଡ଼ ‘ଫ୍ୟାକ୍ଟର’ ସାଜିଛି। ପାଣି ସମସ୍ୟା ଆଉ ଡ୍ରେନେଜ ବ୍ୟବସ୍ଥାକୁ ଅସ୍ତ୍ର କରି ବିରୋଧୀ ଦଳମାନେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି।

ଷ୍ଟାଲିନଙ୍କ ଡିଏମକେ (DMK) ପାଇଁ ଏହି ଇଲେକ୍ସନ ଏକ ଅଗ୍ନି ପରୀକ୍ଷା। ସେପଟେ ଏଆଇଏଡିଏମକେ (AIADMK) ସହ ସୁପରଷ୍ଟାର ବିଜୟଙ୍କ ନୂଆ ପାର୍ଟି ‘ଟିଭିକେ’ (TVK) ମଇଦାନକୁ ଆହୁରି ରୋମାଞ୍ଚକର କରିଦେଇଛି। ଚେନ୍ନାଇ ଭୋଟରଙ୍କ ମନ ଜିତିବା ପାଇଁ ସବୁ ନେତା ଏବେ ‘ଫୁଲ୍ ଦମ’ ଲଗାଇ ଦେଇଛନ୍ତି।

ଲୋକେ ଚେନ୍ନାଇର ଚେହେରା ବଦଳାଉଥିବା ନେତାଙ୍କୁ ବାଛିବେ ନା ପକେଟକୁ ସିଧା ଟଙ୍କା ପଠାଉଥିବା ସରକାରଙ୍କୁ ସପୋର୍ଟ କରିବେ, ତାହା ହିଁ ଏବେ ସବୁଠୁ ବଡ଼ ପ୍ରଶ୍ନ। ଚେନ୍ନାଇର ଏହି ‘ହାଇ-ପ୍ରୋଫାଇଲ’ କଣ୍ଟେଷ୍ଟ ଉପରେ ଏବେ ପୂରା ଦେଶର ନଜର। ତାମିଲନାଡୁର ଏହି ପଲିଟିକାଲ ଡ୍ରାମାରେ ଶେଷ ସିନ୍ କ’ଣ ହେବ, ତାକୁ ହିଁ ସମସ୍ତଙ୍କ ଅପେକ୍ଷା।

Related posts

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

ମ୍ପଙ୍କ ‘ଡୋନିଲ୍ୟାଣ୍ଡ’ : ଏବେ ଇଗୋରେ ଚାଲିବ ଦୁନିଆ, ବଦଳିବ ଗ୍ଲୋବାଲ ଗେମ୍!

ମ୍ପଙ୍କ ‘ଡୋନିଲ୍ୟାଣ୍ଡ’ : ଏବେ ଇଗୋରେ ଚାଲିବ ଦୁନିଆ, ବଦଳିବ ଗ୍ଲୋବାଲ ଗେମ୍!

ସରି ସରି ଆସୁଛି ଗୋଲାବାରୁଦ: ଆଉ ଏକ ଯୁଦ୍ଧ ପାଇଁ ଆମେରିକା ପାଖରେ ନାହିଁ ହତିଆର!

ସରି ସରି ଆସୁଛି ଗୋଲାବାରୁଦ: ଆଉ ଏକ ଯୁଦ୍ଧ ପାଇଁ ଆମେରିକା ପାଖରେ ନାହିଁ ହତିଆର!

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.