ମୁମ୍ବାଇ: ଶେୟାର ବଜାରରେ ଏବେ ହାଇ-ଭୋଲଟେଜ୍ ଡ୍ରାମା। ଇନଭେଷ୍ଟରଙ୍କ ନଜର ଏବେ ଟିଭି ସ୍କ୍ରିନ୍ ଆଉ ମୋବାଇଲ୍ ଆପ୍ ଉପରେ। କାରଣ ଆସନ୍ତା ସପ୍ତାହଟି ଷ୍ଟକ୍ ମାର୍କେଟ୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଦେଶର ବଡ଼ ବଡ଼ କର୍ପୋରେଟ୍ ଜାଏଣ୍ଟମାନେ ସେମାନଙ୍କର ଚତୁର୍ଥ କ୍ୱାର୍ଟର ବା Q4 ରେଜଲ୍ଟ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି।
ଚଳିତ ଆର୍ଥିକ ବର୍ଷର ଶେଷ ରିପୋର୍ଟ କାର୍ଡକୁ ନେଇ ଏବେ ଦଲାଲ୍ ଷ୍ଟ୍ରିଟ୍ରେ ଜବରଦସ୍ତ ଚର୍ଚ୍ଚା। ଆସନ୍ତା ସପ୍ତାହରେ କୋଲ୍ ଇଣ୍ଡିଆ (Coal India), ବଜାଜ ଫାଇନାନ୍ସ (Bajaj Finance) ଏବଂ ହିନ୍ଦୁସ୍ତାନ ୟୁନିଲିଭର (HUL) ଭଳି ବଡ଼ ବଡ଼ କମ୍ପାନୀ ନିଜର ହିସାବ କିତାବ ରଖିବେ। ଏହି ତାଲିକାରେ ଡି-ମାର୍ଟ (DMart), ଓ୍ୱାରୀ ଏନର୍ଜି (Waaree Energies) ଏବଂ ଜିଆରଏସଇ (GRSE) ଭଳି କମ୍ପାନୀ ମଧ୍ୟ ରହିଛନ୍ତି। କେଉଁ କମ୍ପାନୀ କେତେ ପ୍ରଫିଟ୍ କଲା ଆଉ କାହାର ବିଜନେସ୍ ଡାଉନ୍ ରହିଲା, ତା’ ଉପରେ ଏବେ ସମସ୍ତଙ୍କ ନଜର।
ମାର୍କେଟ୍ ଏକ୍ସପର୍ଟଙ୍କ କହିବା କଥା, ଏହି ରେଜଲ୍ଟ ସିଜନ୍ ନିବେଶକଙ୍କ ପାଇଁ ବଡ଼ ସୁଯୋଗ ଆଣିପାରେ। ଯଦି କମ୍ପାନୀଗୁଡ଼ିକର ପରଫରମାନ୍ସ ଆଶା ଅନୁଯାୟୀ ଭଲ ରୁହେ, ତେବେ ଶେୟାର ବଜାରରେ ଜବରଦସ୍ତ ତେଜି ଦେଖିବାକୁ ମିଳିବ। ବିଶେଷ କରି ଏନର୍ଜି ଏବଂ ଏଫଏମସିଜି (FMCG) ସେକ୍ଟରର ରେଜଲ୍ଟ ଉପରେ ବଡ଼ ବଡ଼ ଖେଳାଳିମାନେ ଆଖି ରଖିଛନ୍ତି।
ଏହି ‘ସୁପର ସପ୍ତାହ’ରେ କେବଳ ବ୍ଲୁ-ଚିପ୍ କମ୍ପାନୀ ନୁହନ୍ତି, ବରଂ ଅନେକ ମିଡ୍-କ୍ୟାପ୍ କମ୍ପାନୀ ମଧ୍ୟ ସେମାନଙ୍କର ଡାଟା ରିଲିଜ୍ କରିବେ। ତେଣୁ ଇନଭେଷ୍ଟରମାନେ ଏବେ ସାବଧାନର ସହ ନିଜର ପୋର୍ଟଫୋଲିଓ ଚେକ୍ କରୁଛନ୍ତି। ବଜାରର ଏହି ଗରମାଗରମ ମାହୋଲ ଭିତରେ କିଏ ମାଲାମାଲ୍ ହେବ ଆଉ କାହାକୁ ଝଟ୍କା ଲାଗିବ, ତାହା ଆସନ୍ତା କିଛି ଦିନ ଭିତରେ ସ୍ପଷ୍ଟ ହୋଇଯିବ। ତେଣୁ ଆଗାମୀ 7 ଦିନ ଶେୟାର ବଜାର ପାଇଁ ଅଗ୍ନି ପରୀକ୍ଷାଠାରୁ କମ୍ ନୁହେଁ।




