ନୂଆଦିଲ୍ଲୀ: ସୁନା ଦୋକାନକୁ ଯିବା ପୂର୍ବରୁ ଏହି ଖବର ଉପରେ ନଜର ପକାନ୍ତୁ। ଗତ କିଛି ଦିନ ହେବ ସୁନା ଦାମକୁ ନେଇ ଯେଉଁ ହାହାକାର ପଡ଼ିଥିଲା, ସେଥିରେ ଏବେ ସାମାନ୍ୟ ବ୍ରେକ୍ ଲାଗିଛି। ଇରାନ-ଇସ୍ରାଏଲ ଯୁଦ୍ଧ ଟେନସନ ଭିତରେ ଆଜି ସୁନା ମାର୍କେଟ୍ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାରା ଦୁନିଆର ନଜର ଏବେ ସୁନା ଦର ଉପରେ ଥିବା ବେଳେ ଆଜି ଏପ୍ରିଲ 24 ତାରିଖରେ ଦାମରେ ହ୍ରାସ ଦେଖିବାକୁ ମିଳିଛି।
ଖସିଲା ଏମସିଏକ୍ସ ରେଟ୍ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଆଜି ସକାଳୁ ସକାଳୁ ସୁନା ଦର ତଳକୁ ଖସିଛି। ଜୁନ୍ ଗୋଲ୍ଡ ଫ୍ୟୁଚର ରେଟ୍ରେ ପ୍ରାୟ 0.23% ହ୍ରାସ ରେକର୍ଡ କରାଯାଇଛି। କେବଳ ସେତିକି ନୁହେଁ, ରୁପା ବଜାର ମଧ୍ୟ ଆଜି ଫିକା ପଡ଼ିଛି। ମେ ମାସର ସିଲଭର ଫ୍ୟୁଚର ଦାମରେ ପ୍ରାୟ 0.40% କମିଥିବା ଦେଖାଯାଇଛି। ଯେଉଁ ଗ୍ରାହକମାନେ ସୁନା କିଣିବା ପାଇଁ ପ୍ଲାନ କରୁଥିଲେ, ସେମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ ବୋଲି ମାର୍କେଟ୍ ଏକ୍ସପର୍ଟମାନେ କହୁଛନ୍ତି।
କାହିଁକି କମିଲା ଦାମ? ଏହି ଦର କମିବା ପଛରେ ରହିଛି ବିଶ୍ୱ ରାଜନୀତିର ଏକ ବଡ଼ କାରଣ। ଆମେରିକା ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧର ଅନିଶ୍ଚିତତା ଯୋଗୁଁ ଇନଭେଷ୍ଟରମାନେ ଏବେ ସତର୍କ ହୋଇଯାଇଛନ୍ତି। ସେପଟେ ଆମେରିକା ଫେଡେରାଲ ରିଜର୍ଭର କିଛି କଡ଼ା ଆଭିମୁଖ୍ୟ ଯୋଗୁଁ ମଧ୍ୟ ମାର୍କେଟ୍ ଉପରେ ଚାପ ପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି, ବଡ଼ ବଡ଼ ଟ୍ରେଡରମାନେ ଏବେ ‘ପ୍ରଫିଟ୍ ବୁକିଂ’ କରିବାରେ ବ୍ୟସ୍ତ ଅଛନ୍ତି, ଯାହା ଫଳରେ ସୁନା ଦରରେ ଏହି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଲଗାତାର ଭାବେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ଏହି ସାମାନ୍ୟ ହ୍ରାସ ସାଧାରଣ ଲୋକଙ୍କୁ ଟିକେ ଆଶ୍ୱସ୍ତି ଦେଇଛି। ତେବେ ଗ୍ଲୋବାଲ ମାର୍କେଟ୍ରେ ଯେଉଁଭଳି ପରିସ୍ଥିତି ଲାଗି ରହିଛି, ଆଗକୁ ଦାମ କେଉଁ ଆଡ଼କୁ ଯିବ ତାହା କହିବା ମୁସ୍କିଲ। ତଥାପି ଆଜିର ମାର୍କେଟ୍ ଟ୍ରେଣ୍ଡ ଦେଖିଲେ ମନେ ହେଉଛି ଯେ ସୁନା କିଣିବା ପାଇଁ ଏହା ଏକ ପୁଷ୍ ଟାଇମ୍ ହୋଇପାରେ।




