ଇସଲାମାବାଦ: ସାରା ଦୁନିଆର ନଜର ଏବେ ପାକିସ୍ତାନ ଉପରେ। ଗୋଟିଏ ପଟେ ଜିଦ୍ଖୋର ଇରାନ ଓ ଅନ୍ୟପଟେ ଶକ୍ତିଶାଳୀ ଆମେରିକା। ଦୁଇ ଦେଶ ଭିତରେ ଚାଲିଥିବା ବର୍ଷ ବର୍ଷର ତିକ୍ତତା କ’ଣ ସତରେ ଶେଷ ହେବ? ଏମିତି ଏକ ବଡ଼ ପ୍ରଶ୍ନ ଓ ଆଶା ଭିତରେ ପୁଣିଥରେ ଆଲୋଚନା ଟେବୁଲକୁ ଫେରୁଛନ୍ତି ଦୁଇ ପାରମ୍ପରିକ ଶତ୍ରୁ।
ଶାନ୍ତି ଫେରାଇ ଆଣିବା ପାଇଁ ପାକିସ୍ତାନ ମାଟିରେ ବସିବ ‘ସେକେଣ୍ଡ ରାଉଣ୍ଡ’ ପିସ୍ ଟକ୍। ଦୀର୍ଘ ଦିନର ଗୁଳିଗୋଳା ପରେ ଏବେ ଯେଉଁ ‘ସିଜ୍ଫାୟାର’ ଚାଲିଛି, ତାକୁ ସ୍ଥାୟୀ ରୂପ ଦେବା ପାଇଁ ଏହି ମିଟିଂ ବହୁତ ଗୁରୁତ୍ୱପୂର୍ଣ୍ଣ। ରିପୋର୍ଟ ଅନୁସାରେ, ସୀମାରେ ଏବେ ସ୍ଥିତି ଖୁବ୍ ‘ଡେଲିକେଟ୍’ ଅଛି। ଯେକୌଣସି ମୁହୂର୍ତ୍ତରେ ସ୍ଥିତି ବିଗିଡ଼ି ଯାଇପାରେ। ସେଥିପାଇଁ ଡେରି ନକରି ଦୁଇ ଦେଶର ବଡ଼ ଅଫିସରମାନେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
ପାକିସ୍ତାନର ରାଜଧାନୀରେ ଏହି ହାଇ-ପ୍ରୋଫାଇଲ୍ ବୈଠକ ହେବ। ଏହା ପୂର୍ବରୁ ‘ଫାଷ୍ଟ ରାଉଣ୍ଡ’ ଆଲୋଚନା ସକାରାତ୍ମକ ରହିଥିଲା। ସେଥିପାଇଁ ଏହି ଦ୍ୱିତୀୟ ପର୍ଯ୍ୟାୟ ମିଟିଂକୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି। ଯଦି ସବୁକିଛି ଠିକ୍ ରହେ, ତେବେ ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ଯୁଦ୍ଧର କଳା ବାଦଲ ହଟିବ।
କିନ୍ତୁ ପ୍ରଶ୍ନ ଉଠୁଛି, ଆମେରିକା ଓ ଇରାନ କ’ଣ ପରସ୍ପରର ସର୍ତ୍ତ ମାନିବେ? ନା ପୁଣିଥରେ କଥା ବିଗିଡ଼ିଯିବ? ତାହା ଏବେ ଦେଖିବାକୁ ବାକି ରହିଲା। ସାରା ୱର୍ଲଡ ଏହି ପିସ୍ ଟକ୍ର ରେଜଲ୍ଟକୁ ଅପେକ୍ଷା କରିଛି।




