ନୂଆଦିଲ୍ଲୀ: ରୋଡ୍ ହେଉ କି ଅଫ୍-ରୋଡ୍, ସବୁଠି ଏବେ ଗୋଟିଏ ନାଁ— ମହିନ୍ଦ୍ରା। ଗୋଟେ ସମୟ ଥିଲା ଯେତେବେଳେ ବିଦେଶୀ କାର୍ କମ୍ପାନୀଙ୍କୁ ଦେଖି ଲୋକେ ଭରସା କରୁଥିଲେ, ହେଲେ ଏବେ ଦିନ ବଦଳିଛି। ଇଣ୍ଡିଆନ୍ ମାର୍କେଟ୍ରେ ଦେଶୀ କମ୍ପାନୀ ମହିନ୍ଦ୍ରା ଏମିତି ବ୍ୟାଟିଂ କରିଛି ଯେ, ବଡ଼ ବଡ଼ ବ୍ରାଣ୍ଡ୍ ଏବେ ପାଣି ପିଉଛନ୍ତି।
FY26 ର ରିପୋର୍ଟ ସାମ୍ନାକୁ ଆସିବା ପରେ ଅଟୋ ସେକ୍ଟରରେ ହଇଚଇ ସୃଷ୍ଟି ହୋଇଛି। ଟୟୋଟା (Toyota) ଏବଂ କିଆ (Kia) ଭଳି ଦୁଇଟି ଦାମୀ କମ୍ପାନୀର ମୋଟ୍ ସେଲ୍ସକୁ ମିଶାଇଲେ ବି ମହିନ୍ଦ୍ରା ଏକୁଟିଆ ତା’ଠାରୁ ଅଧିକ ଗାଡି ବିକ୍ରି କରିଛି। କମ୍ପାନୀର ଏହି ଦମଦାର୍ ପରଫରମାନ୍ସ ଦେଖି ମାର୍କେଟ୍ ଏକ୍ସପର୍ଟମାନେ ବି ତାଜୁବ୍ ହୋଇଯାଇଛନ୍ତି।
ଏହି ପୁରା ଖେଳର ଅସଲି ଖେଳାଳି ବା ହିରୋ ହେଉଛି ‘ସ୍କୋର୍ପିଓ’ (Scorpio)। ସ୍କୋର୍ପିଓ-N ହେଉ କି ସ୍କୋର୍ପିଓ କ୍ଲାସିକ୍, ଦୁଇଟି ଯାକ ମଡେଲ୍ ଏବେ ବେଷ୍ଟ ସେଲର ଲିଷ୍ଟରେ ଟପ୍ରେ ରହିଛନ୍ତି। ଗାଁଠୁ ସହର ସବୁଠି ସ୍କୋର୍ପିଓର କ୍ରେଜ୍ ଏମିତି ଯେ, ଶୋ’ରୁମ୍ରେ ଗାଡି ପହଞ୍ଚିବା ଆଗରୁ ହିଁ ବିକ୍ରି ହୋଇଯାଉଛି। ଲୋକେ ଏସୟୁଭି (SUV) କହିଲେ ଏବେ ପ୍ରଥମେ ମହିନ୍ଦ୍ରାକୁ ହିଁ ମନେ ପକାଉଛନ୍ତି।
କେବଳ ସ୍କୋର୍ପିଓ ନୁହେଁ, ବରଂ XUV 700 ଏବଂ ଥାର୍ (Thar) ମଧ୍ୟ କମ୍ପାନୀର ସେଲ୍ସକୁ ରକେଟ୍ ଭଳି ବଢ଼ାଇବାରେ ବଡ଼ ରୋଲ୍ ପ୍ଲେ କରିଛନ୍ତି। ଯେଉଁ ସମୟରେ ଅନ୍ୟ କମ୍ପାନୀମାନେ ନୂଆ କଷ୍ଟମରଙ୍କୁ ଟାଣିବା ପାଇଁ ଅଫର୍ ପରେ ଅଫର୍ ଦେଉଛନ୍ତି, ମହିନ୍ଦ୍ରା ପାଖରେ ଏବେ ବି ଲକ୍ଷ ଲକ୍ଷ ଗାଡିର ବୁକିଂ ପେଣ୍ଡିଂ ରହିଛି। ରିପୋର୍ଟ ଅନୁସାରେ, କମ୍ପାନୀ ଗତ ବର୍ଷ ତୁଳନାରେ ଏଥର ବଡ଼ ଜମ୍ପ୍ ମାରିଛି।
ସିଧା କଥା ହେଉଛି, ଫିଚର୍ସ ଆଉ ଦମଦାର୍ ଲୁକ୍ ଯୋଗୁଁ ଇଣ୍ଡିଆନ୍ କଷ୍ଟମରଙ୍କ ମନ ଜିତିବାରେ ମହିନ୍ଦ୍ରା ସଫଳ ହୋଇଛି। ଆଗାମୀ ଦିନରେ ଏହି ଦେଶୀ କମ୍ପାନୀ ଅଟୋ ମାର୍କେଟ୍ରେ କେତେ ଧୂମ ମଚାଉଛି, ତାହା ଦେଖିବାକୁ ବାକି ରହିଲା।




