Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଖେଳ

ପଡ଼ିଆ ମଝିରେ କୁରୁକ୍ଷେତ୍ର: ଆମିରଙ୍କୁ ବ୍ୟାଟ୍ ଦେଖାଇଲେ ଇଫ୍ତିଖାର, ହାତାହାତିରୁ ଅଳ୍ପକେ ବର୍ତ୍ତିଲେ ଦୁଇ ଷ୍ଟାର୍‌

ଖେଳ
ପଡ଼ିଆ ମଝିରେ କୁରୁକ୍ଷେତ୍ର: ଆମିରଙ୍କୁ ବ୍ୟାଟ୍ ଦେଖାଇଲେ ଇଫ୍ତିଖାର, ହାତାହାତିରୁ ଅଳ୍ପକେ ବର୍ତ୍ତିଲେ ଦୁଇ ଷ୍ଟାର୍‌
Share
Facebook Twitter Email WhatsApp

କରାଚୀ: ଖେଳ ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହେବା କିଛି ନୂଆ କଥା ନୁହେଁ। କିନ୍ତୁ ଯେତେବେଳେ ଦୁଇଜଣ ଅଭିଜ୍ଞ ପ୍ଲେୟାର ପରସ୍ପରକୁ ମାରିବାକୁ ବ୍ୟାଟ୍ ଟେକନ୍ତି, ସେତେବେଳେ ଷ୍ଟାଡିୟମ୍‌ରେ ବସିଥିବା ଫ୍ୟାନ୍ସମାନେ ବି ତାଜୁବ୍ ହୋଇଯାଆନ୍ତି। ପାକିସ୍ତାନ ସୁପର ଲିଗ୍ (PSL) ମଇଦାନରେ ଠିକ୍ ଏମିତି ଏକ ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଛି। ବୋଲର ମହମ୍ମଦ ଆମିର ଏବଂ ବ୍ୟାଟ୍ସମ୍ୟାନ୍ ଇଫ୍ତିଖାର ଅହମ୍ମଦଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି।

ଘଟଣାଟି ଘଟିଛି କ୍ୱେଟା ଗ୍ଲାଡିଏଟର୍ସ ଏବଂ ପେଶାୱାର ଜାଲମି ମଧ୍ୟରେ ଚାଲିଥିବା ଏକ ହାଇଭୋଲଟେଜ୍ ମ୍ୟାଚ୍‌ରେ। ମଇଦାନରେ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ହଠାତ୍ ପରିବେଶ ଗରମ ହୋଇଯାଇଥିଲା। ମହମ୍ମଦ ଆମିର ବୋଲିଂ କରୁଥିବା ବେଳେ ଇଫ୍ତିଖାର ବ୍ୟାଟିଂ କରୁଥିଲେ। ଗୋଟିଏ ବଲ୍ ପରେ ଆମିର କିଛି ଅଶାଳୀନ କମେଣ୍ଟ ମାରିଥିଲେ। ବସ୍, ଏତିକିରେ ପାରା ଚଢ଼ିଯାଇଥିଲା ଇଫ୍ତିଖାରଙ୍କର। ସେ ରାଗରେ ନିଆଁ ହୋଇ ସିଧା ଆମିରଙ୍କ ଆଡ଼କୁ ବ୍ୟାଟ୍ ଟେକି ମାଡ଼ି ଆସିଥିଲେ।

ଦୁଇ ପ୍ଲେୟାରଙ୍କ ମଧ୍ୟରେ ଦୂରତା କମିବାରେ ଲାଗିଥିଲା ଏବଂ ଲାଗୁଥିଲା ଯେମିତି କ୍ରିକେଟ୍ ପଡ଼ିଆ ଏବେ କୁସ୍ତି ଆଖଡ଼ାରେ ପରିଣତ ହେବ। ଇଫ୍ତିଖାର ପୂରା ଆଗ୍ରେସିଭ୍ ମୁଡ୍‌ରେ ଥିଲେ। ପରିସ୍ଥିତି ବିଗୁଡ଼ୁଥିବା ଦେଖି ଅନ୍ୟ ପ୍ଲେୟାର ଏବଂ ଅମ୍ପାୟାର ତୁରନ୍ତ ଦୌଡ଼ି ଆସିଥିଲେ। ସେମାନେ ମଝିରେ ପଶି ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ।

ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ କଥା ଅଧିକ ବଢ଼ି ନଥିଲେ ବି ଦୁହିଁଙ୍କ ମୁହଁରେ ରାଗ ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ କ୍ରିକେଟ୍ ପ୍ରେମୀମାନେ ନିଜର ପ୍ରତିକ୍ରିୟା ରଖୁଛନ୍ତି। କ୍ରିକେଟ୍ ଭଳି ଏକ ଜେଣ୍ଟଲମ୍ୟାନ୍ ଗେମ୍‌ରେ ଏମିତି ଆଚରଣ ଶୋଭା ପାଏ ନାହିଁ ବୋଲି ସବୁଆଡ଼େ ଚର୍ଚ୍ଚା ଚାଲିଛି। ପିଏସଏଲ୍‌ କମିଟି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଥିବା ବେଳେ ଆଗକୁ ପ୍ଲେୟାରଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

Related posts

ଚେପକରେ ହାଇ-ଭୋଲ୍ଟେଜ୍ ଫାଇଟ୍ : ପ୍ଲେ-ଅଫ୍ ରେସ୍‌ରୁ କାଟିବ କାହାର ପତ୍ର?

ଚେପକରେ ହାଇ-ଭୋଲ୍ଟେଜ୍ ଫାଇଟ୍ : ପ୍ଲେ-ଅଫ୍ ରେସ୍‌ରୁ କାଟିବ କାହାର ପତ୍ର?

ଭୈୟା’ ନୁହେଁ ‘ବ୍ରଦର’: ରିଙ୍କୁଙ୍କ ପରିବାର ସହ ନରିନଙ୍କ ମସ୍ତି; ଭାଇରାଲ ହେଲା ମଜାଦାର ଭିଡିଓ କଲ୍‌

ଭୈୟା’ ନୁହେଁ ‘ବ୍ରଦର’: ରିଙ୍କୁଙ୍କ ପରିବାର ସହ ନରିନଙ୍କ ମସ୍ତି; ଭାଇରାଲ ହେଲା ମଜାଦାର ଭିଡିଓ କଲ୍‌

ରିଙ୍କୁଙ୍କ ରନବର୍ଷା : ଲକ୍ଷ୍ନୌ ବିପକ୍ଷରେ କମାଲ୍ କଲେ କେକେଆର୍‌ର 'ବାହୁବଳୀ'

ରିଙ୍କୁଙ୍କ ରନବର୍ଷା : ଲକ୍ଷ୍ନୌ ବିପକ୍ଷରେ କମାଲ୍ କଲେ କେକେଆର୍‌ର ‘ବାହୁବଳୀ’

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.