ନୂଆଦିଲ୍ଲୀ: ଗୋଟିଏ ପଟେ କୋରିଆନ୍ ମ୍ୟୁଜିକ୍ର ଜବରଦସ୍ତ ତାଳ, ଅନ୍ୟପଟେ କୋରିଆନ୍ ଡ୍ରାମାର କ୍ରେଜ୍। ଭାରତୀୟ ଯୁବପିଢ଼ି ଏବେ କେ-ପପ୍ (K-pop) ନିଶାରେ ପୂରା ଚୁର୍। ସୋସିଆଲ ମିଡିଆଠୁ ଆରମ୍ଭ କରି କଲେଜ କ୍ୟାମ୍ପସ ପର୍ଯ୍ୟନ୍ତ ସବୁଠି ଏବେ କୋରିଆନ୍ କଲ୍ଚର୍ର ଜଲୱା। ଏହି କ୍ରେଜ୍କୁ ଦେଖି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା 2028 ମସିହାରେ ଭାରତରେ ଏକ ମେଗା ‘ଇଣ୍ଡିଆ-କୋରିଆ ଫ୍ରେଣ୍ଡସିପ୍ ଫେଷ୍ଟିଭାଲ୍’ ଆୟୋଜନ କରାଯିବ।
ଦକ୍ଷିଣ କୋରିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶର ସମ୍ପର୍କକୁ ନେଇ ବେଶ୍ ଉତ୍ସାହିତ ଦେଖାଯାଇଥିଲେ। ସେ କହିଥିଲେ କି, ଭାରତର କୋଣ ଅନୁକୋଣରେ ଏବେ କୋରିଆନ୍ ମ୍ୟୁଜିକ୍, ମୁଭି ଏବଂ ସେମାନଙ୍କ ଖାଦ୍ୟ ଖୁବ୍ ପପୁଲାର ହେବାରେ ଲାଗିଛି। ଖାସ୍ କରି କେ-ପପ୍ର ଲୋକପ୍ରିୟତାକୁ ନେଇ ମୋଦୀ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏହାକୁ ଦୁଇ ଦେଶର ବନ୍ଧୁତାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି କହିଛନ୍ତି।
2028ରେ ହେବ ଧମାକା 2028 ମସିହା ହେଉଛି ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ କୂଟନୈତିକ ସମ୍ପର୍କର 55 ବର୍ଷ। ଏହି ଖାସ୍ ଅବସରକୁ ସ୍ମରଣୀୟ କରିବା ପାଇଁ ‘ଫ୍ରେଣ୍ଡସିପ୍ ଫେଷ୍ଟିଭାଲ୍’ର ପ୍ଲାନ୍ କରାଯାଇଛି। ଏହି ବର୍ଷକୁ ‘ଇଣ୍ଡିଆ-କୋରିଆ ଫ୍ରେଣ୍ଡସିପ୍ ୟର’ ଭାବେ ପାଳନ କରାଯିବ। ଏହି ଫେଷ୍ଟିଭାଲ୍ରେ କୋରିଆର ଆର୍ଟିଷ୍ଟମାନେ ଭାରତ ଆସିବେ ଏବଂ ଏକ ବଡ଼ ଧରଣର କଲ୍ଚରାଲ୍ ଶୋ’ ଦେଖିବାକୁ ମିଳିବ।
ୟଙ୍ଗ ଜେନେରେସନ୍କୁ ମୋଦୀଙ୍କ ଉପହାର ପ୍ରଧାନମନ୍ତ୍ରୀଙ୍କ କହିବା କଥା ହେଉଛି, କେବଳ ବ୍ୟବସାୟ କିମ୍ବା ରାଜନୀତି ନୁହେଁ, ବରଂ ଲୋକଙ୍କ ସହ ଲୋକଙ୍କର ଯୋଗାଯୋଗ (People-to-people connect) ସମ୍ପର୍କକୁ ଆହୁରି ମଜଭୁତ କରିବ। ଭାରତରେ ଯୁବପିଢ଼ି ଯେଉଁଭଳି ଭାବେ କୋରିଆନ୍ ଭାଷା ଶିଖୁଛନ୍ତି ଏବଂ ସେମାନଙ୍କ ଲାଇଫଷ୍ଟାଇଲ୍କୁ ଆପଣାଉଛନ୍ତି, ତାହା ଦୁଇ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ଦୂରତାକୁ କମାଇ ଦେଇଛି।
2028ର ଏହି ଇଭେଣ୍ଟରେ କେ-ପପ୍ ଷ୍ଟାରଙ୍କ ଠାରୁ ଆରମ୍ଭ କରି କୋରିଆନ୍ ଫୁଡ୍ ଷ୍ଟଲ୍ ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିବ। ଏହା ନିଶ୍ଚିତ ଭାବେ ଭାରତୀୟ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ହେବାକୁ ଯାଉଛି। ମୋଦୀଙ୍କ ଏହି ଘୋଷଣା ପରେ ଏବେଠୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। 2028ର ଏହି ମେଗା ଫେଷ୍ଟିଭାଲ୍କୁ ନେଇ ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।




