ଘଣ୍ଟାର କଣ୍ଟା ଯେତିକି ପାଖଉଛି, ଦେଶବାସୀଙ୍କ ଉତ୍କଣ୍ଠା ସେତିକି ବଢୁଛି । ପୁଣି କିଛି ବଡ଼ ଘୋଷଣା ହେବ କି? କିଛି ନୂଆ ନିୟମ ଆସିବ କି? ଏମିତି ଅନେକ ପ୍ରଶ୍ନ ଭିତରେ ସାରା ଦେଶ ଏବେ ଟିଭି ପରଦାକୁ ଚାହିଁ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି 8:30ରେ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ।
ଏହି ଖବର ସାମ୍ନାକୁ ଆସିବା ପରେ ସବୁଠି ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ପିଏମ ମୋଦୀ ଏମିତି ଅଚାନକ ଆସି କିଛି ବଡ଼ ନିଷ୍ପତ୍ତି ଶୁଣାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ତେଣୁ ଆଜି ରାତିରେ ସେ କ’ଣ କହିବେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଫିସ ହେଉ କି ବଜାର, ସବୁଠି ଖାଲି ଗୋଟିଏ ପ୍ରସଙ୍ଗ- ‘ମୋଦୀ କ’ଣ କହିବେ?’
ସୂଚନା ଅନୁସାରେ, ଆଜି ରାତି 8:30ରେ ପ୍ରଧାନମନ୍ତ୍ରୀ ନିଜର ବାର୍ତ୍ତା ରଖିବେ । ଏଥିପାଇଁ ଦେଶର ସବୁ ବଡ଼ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତ ହୋଇ ରହିଛନ୍ତି । ସରକାରଙ୍କ ପକ୍ଷରୁ ଏହି ସମ୍ବୋଧନ ନେଇ ସ୍ପଷ୍ଟ କରାଯିବା ପରେ ଲୋକଙ୍କ ଭିତରେ ଉତ୍ସାହ ବଢିବାରେ ଲାଗିଛି । ସାରା ଦେଶ ଏବେ ସେହି ଡେଡଲାଇନ୍କୁ ଅପେକ୍ଷା କରିଛି ।




