
ୱାଶିଂଟନ: ସାରା ଦୁନିଆରେ ଏବେ ତେଲ ଦରକୁ ନେଇ ହାହାକାର। ଷ୍ଟ୍ରେଟ ଅଫ ହର୍ମୁଜରେ ଟେନସନ ଯୋଗୁଁ ଏନର୍ଜି ସପ୍ଲାଏ ବନ୍ଦ ହୋଇଯିବା ଭୟରେ ସବୁ ଦେଶ ଥରୁଛନ୍ତି। ଠିକ୍ ଏହି ସମୟରେ ଆମେରିକା ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସିପିଂ ୱେଭର (Shipping Waiver) ଅବଧିକୁ ଆଉ 90 ଦିନ ବଢ଼ାଇ ଦେଇଛନ୍ତି ଟ୍ରମ୍ପ।
ଏହି ନିଷ୍ପତ୍ତି ପରେ ଗ୍ଲୋବାଲ ଏନର୍ଜି ମାର୍କେଟରେ ଟିକେ ଆଶ୍ୱସ୍ତି ଦେଖିବାକୁ ମିଳିଛି। ହର୍ମୁଜ ପ୍ରଣାଳୀରେ ଚାଲିଥିବା ଅସ୍ଥିରତା ଭିତରେ ତେଲ ଆମଦାନୀ ଓ ରପ୍ତାନି ଯେମିତି ପ୍ରଭାବିତ ନହେବ, ସେଥିପାଇଁ ଟ୍ରମ୍ପ ଏହି 90 ଦିନିଆ ‘ରିଲିଫ’ ପ୍ୟାକେଜ ଦେଇଛନ୍ତି।
ସିଧା କଥାରେ କହିଲେ, ଆଗାମୀ 3 ମାସ ଯାଏଁ ଏନର୍ଜି ସିପିଂ ଉପରେ କୌଣସି ବଡ଼ ରୋକ ଲାଗିବ ନାହିଁ। ଫଳରେ ମାର୍କେଟରେ ତେଲ ସପ୍ଲାଏ ସ୍ବାଭାବିକ ରହିବ। ହର୍ମୁଜକୁ ନେଇ ଯେଉଁ ‘ଜିଟର’ ବା ଛନକା ପଶିଥିଲା, ତାହା କିଛି ମାତ୍ରାରେ କମିବ ବୋଲି ଏକ୍ସପର୍ଟମାନେ ଆଶା କରୁଛନ୍ତି।
ଏହି ଘୋଷଣା ପରେ ଏନର୍ଜି ସେକ୍ଟରରେ କାମ କରୁଥିବା ବଡ଼ ବଡ଼ କମ୍ପାନୀଗୁଡ଼ିକ ଏବେ ଟିକେ ଶାନ୍ତିରେ ନିଶ୍ବାସ ମାରିଛନ୍ତି। ତେବେ 90 ଦିନ ପରେ ପରିସ୍ଥିତି କଣ ହେବ, ସେ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆମେରିକାର ଏହି ମାଷ୍ଟରଷ୍ଟ୍ରୋକ ବିଶ୍ୱ ଅର୍ଥନୀତିକୁ କେତେ ସାହାରା ଦେଉଛି, ତାହା ଉପରେ ସମସ୍ତଙ୍କ ନଜର।



