ୱାଶିଂଟନ: ପୁଣି ଥରେ ଥରୁଛି ଦୁନିଆ। ଇରାନ ଓ ଆମେରିକା ଭିତରେ ଯୁଦ୍ଧର ବାଦଲ ଘେରି ଗଲାଣି। ହ୍ୱାଇଟ ହାଉସରୁ ଆସୁଥିବା ଖବର ସମସ୍ତଙ୍କ ନିଦ ହଜାଇ ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ କଡ଼ା ଆକ୍ସନ ନେବାକୁ ପ୍ଲାନ କରୁଥିବା ବେଳେ ତାଙ୍କ ଆଗରେ ଏବେ ଛିଡ଼ା ହୋଇଛି ଏକ ବଡ଼ ଆଇନଗତ କାନ୍ଥ। ଯାହାକୁ କୁହାଯାଉଛି ‘୬୦-ଡେ କ୍ଲକ୍’।
ଆମେରିକାରେ ଥିବା ‘ୱାର ପାୱାର୍ସ ରେଜୋଲ୍ୟୁସନ’ ଅନୁସାରେ, ଟ୍ରମ୍ପ ଚାହିଁଲେ ବି ନିଜ ମନମାନିରେ ବହୁତ ଦିନ ଯାଏଁ ଯୁଦ୍ଧ ଚଲାଇ ପାରିବେ ନାହିଁ। ଯଦି ସେ କଂଗ୍ରେସରୁ ପରମିଶନ ନନିଅନ୍ତି, ତେବେ ମାତ୍ର ୬୦ ଦିନ ଭିତରେ ତାଙ୍କୁ ନିଜର ଆର୍ମି ଫେରାଇବାକୁ ପଡ଼ିବ। ଏହି ଟାଇମ ବୋମା ଏବେ ଟ୍ରମ୍ପଙ୍କ ଟେନସନ ବଢ଼ାଇ ଦେଇଛି।
କିନ୍ତୁ ଟ୍ରମ୍ପ ହେଉଛନ୍ତି ଜଣେ ଅଲଗା ଧରଣର ନେତା। ସେ ଏହି ଡେଡଲାଇନକୁ ଖାତିର କରିବେ କି ନାହିଁ, ତାକୁ ନେଇ ଏବେ ସସପେନ୍ସ ବଢ଼ିଛି। ଚର୍ଚ୍ଚା ହେଉଛି କି, ଟ୍ରମ୍ପ ହୁଏତ ଏହି ନିୟମକୁ ‘ଇଗନୋର’ କରିପାରନ୍ତି। ତାଙ୍କ ପାଖରେ କିଛି ସ୍ପେଶାଲ ପାୱାର ଅଛି, ଯେଉଁଥିରେ ସେ ଦର୍ଶାଇ ପାରିବେ କି ଦେଶର ସୁରକ୍ଷା ପାଇଁ ଏହି ଆଟାକ ଜରୁରୀ ଥିଲା। ଏମିତି ହେଲେ ସେ କଂଗ୍ରେସର ଅର୍ଡରକୁ ବାଇପାସ କରି ଲମ୍ବା ସମୟ ଯାଏଁ ଇରାନକୁ ଟାର୍ଗେଟ କରିପାରିବେ।
ଏହି ପୁରା ଘଟଣା ଏବେ ଆମେରିକା ପଲିଟିକ୍ସକୁ ଗରମ କରିଦେଇଛି। ଗୋଟେ ପଟେ ଯୁଦ୍ଧର ଭୟ ଓ ଅନ୍ୟପଟେ ନିୟମର ଜାଲ। ଟ୍ରମ୍ପ କେଉଁ ଷ୍ଟେପ ନେବେ, ତାହା ଦେଖିବା ବାକି ରହିଲା। ଯଦି ସେ ଏହି ୬୦ ଦିନର କ୍ଲକକୁ ଖାତିର ନକରନ୍ତି, ତେବେ ଆମେରିକା ଭିତରେ ଏକ ବଡ଼ ଧରଣର ସାମ୍ବିଧାନିକ ସଂକଟ ଦେଖାଦେବା ଫିକ୍ସ। ଏବେ ପୁରା ବିଶ୍ୱର ନଜର ଟ୍ରମ୍ପଙ୍କ ପରବର୍ତ୍ତୀ ମୁଭ୍ ଉପରେ।




