ୱାଶିଂଟନ: ଆମେରିକା ବଜାରରେ ଏବେ ଜୋରଦାର ହଲଚଲ। ଲମ୍ବା ସମୟର ଅପେକ୍ଷା ପରେ ଶେଷରେ ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଆସିଛି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଶ୍ରୁତି ପୂରଣ ହେବାର ସମୟ ଆସିଯାଇଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ‘ଟାରିଫ୍ ରିଫଣ୍ଡ’ ପ୍ରୋସେସ୍। ଯେଉଁ ଟଙ୍କାକୁ ନେଇ ବଡ଼ ବଡ଼ କମ୍ପାନୀମାନେ ଚିନ୍ତାରେ ଥିଲେ, ଏବେ ସେହି ଟଙ୍କା ସିଧା ବ୍ୟବସାୟୀଙ୍କ ପକେଟକୁ ଫେରିବ।
ଏହି ନିଷ୍ପତ୍ତି ଫଳରେ ବିଶେଷ କରି ଇମ୍ପୋର୍ଟର ଏବଂ ବିଦେଶରୁ ସାମଗ୍ରୀ ଆଣୁଥିବା କମ୍ପାନୀଗୁଡ଼ିକ ବେଶ୍ ଉପକୃତ ହେବେ। ପୂର୍ବରୁ ଲାଗିଥିବା କିଛି ନିର୍ଦ୍ଦିଷ୍ଟ ଟ୍ୟାକ୍ସ ବା ଟାରିଫ୍ ବାବଦକୁ ଦିଆଯାଇଥିବା କୋଟି କୋଟି ଟଙ୍କାକୁ ଏବେ ସରକାର ଫେରସ୍ତ କରିବେ। ଆଜିଠାରୁ ଏହି ରିଫଣ୍ଡ ପ୍ରକ୍ରିୟା ଅଫିସିଆଲି ଆରମ୍ଭ ହୋଇଛି।
କାହାକୁ ମିଳିବ ଏହି ଫାଇଦା? ସମସ୍ତ ବ୍ୟବସାୟୀ ନୁହେଁ, ବରଂ ଯେଉଁମାନେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଏଲିଜିବୁଲ୍ ଅଛନ୍ତି, ସେମାନଙ୍କୁ ହିଁ ଏହି ରିଫଣ୍ଡ ମିଳିବ। ବିଶେଷ କରି ଚାଇନା ଏବଂ ଅନ୍ୟାନ୍ୟ ଦେଶରୁ ସାମଗ୍ରୀ ଆଣୁଥିବା ଟ୍ରେଡର୍ସମାନେ ଏଥିରୁ ବଡ଼ ଫାଇଦା ପାଇବେ। ବ୍ୟବସାୟୀଙ୍କ ଆକାଉଣ୍ଟକୁ କେମିତି ଟଙ୍କା ଆସିବ, ସେ ନେଇ ସରକାର ଏକ କ୍ଲିୟର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।
କେମିତି କରିବେ କ୍ଲେମ୍? ରିଫଣ୍ଡ ପାଇବା ପାଇଁ ବ୍ୟବସାୟୀଙ୍କୁ ଏକ ସ୍ପେଶାଲ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ‘କ୍ଲେମ୍’ କରିବାକୁ ପଡ଼ିବ। ସେମାନଙ୍କୁ ନିଜର ସମସ୍ତ ଇମ୍ପୋର୍ଟ ଡକ୍ୟୁମେଣ୍ଟ ଏବଂ ପୂର୍ବରୁ ଦେଇଥିବା ଟ୍ୟାକ୍ସର ପ୍ରୁଫ୍ ଦେଖାଇବାକୁ ହେବ। ଏହି ସବୁ ତଥ୍ୟ ଯାଞ୍ଚ ହେବା ପରେ ରିଫଣ୍ଡ ଟଙ୍କା ପ୍ରୋସେସ୍ କରାଯିବ।
ଏହି ବଡ଼ ଘୋଷଣା ପରେ ଆମେରିକା ଇକୋନୋମିରେ ଏକ ପଜିଟିଭ୍ ସିଗନାଲ୍ ଦେଖିବାକୁ ମିଳିଛି। ବ୍ୟବସାୟୀମାନେ ଏହାକୁ ଟ୍ରମ୍ପଙ୍କ ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି କହୁଛନ୍ତି। ପୂରା ପ୍ରୋସେସ୍ ଯେପରି ସ୍ମୁଥ୍ ରହିବ, ସେଥିପାଇଁ କଷ୍ଟମ୍ସ ଡିପାର୍ଟମେଣ୍ଟକୁ ମଧ୍ୟ ଆଲର୍ଟ କରାଯାଇଛି।




