Close Menu
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
  • Latest News
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Facebook X (Twitter)
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Facebook X (Twitter)
  • Home
  • ଆନ୍ତର୍ଜାତୀୟ
  • ଜାତୀୟ
  • ପଲିଟିକ୍ସ
  • ବାଣିଜ୍ୟ
  • ଖେଳ
  • ବଲିଉଡ୍
  • Tech
  • Auto
Odiapaper (ଓଡ଼ିଆ ନ୍ୟୁଜ୍) – Facts First. Always.
Home»ଆନ୍ତର୍ଜାତୀୟ

ସାଙ୍ଗ କି ଶତ୍ରୁ : ନାଟୋ ଦେଶଙ୍କ ‘କୁଣ୍ଡଳୀ’ ଖୋଲିଲା ଆମେରିକା, କିଏ ଭଲ କିଏ ଖରାପ ଜାରି ହେଲା ଲିଷ୍ଟ

ଆନ୍ତର୍ଜାତୀୟ
ସାଙ୍ଗ କି ଶତ୍ରୁ : ନାଟୋ ଦେଶଙ୍କ 'କୁଣ୍ଡଳୀ' ଖୋଲିଲା ଆମେରିକା, କିଏ ଭଲ କିଏ ଖରାପ ଜାରି ହେଲା ଲିଷ୍ଟ
Share
Facebook Twitter Email WhatsApp

ୱାଶିଂଟନ: ଇରାନ ସହ ଟେନସନ ଭିତରେ ଏବେ ‘ସୁପର ପାୱାର’ ଆମେରିକାର ମୁଣ୍ଡ ବିନ୍ଧୁଛି। କିଏ ସାଥୀରେ ଅଛି ଆଉ କିଏ ପଛରେ ଛୁରି ମାରୁଛି, ତାକୁ ନେଇ ଚାଲିଛି ଜୋରଦାର ତର୍ଜମା। ଦୁନିଆ ଯେତେବେଳେ ଯୁଦ୍ଧ ଆଶଙ୍କାରେ ଥରୁଛି, ଠିକ ସେତିକି ବେଳେ ହ୍ୱାଇଟ ହାଉସରୁ ଆସିଥିବା ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଛି। ନିଜର ପୁରୁଣା ସାଙ୍ଗ ତଥା ନାଟୋ (NATO) ସହଯୋଗୀଙ୍କୁ ଏବେ ‘ଭଲ’ ଆଉ ‘ଖରାପ’ ଶ୍ରେଣୀରେ ଭାଗ କରିଛି ଆମେରିକା।

ଆମେରିକା ପ୍ରଶାସନ ପକ୍ଷରୁ ଏକ ସିକ୍ରେଟ ଆସେସମେଣ୍ଟ କରାଯାଇଛି। ଏହି ରିପୋର୍ଟରେ ନାଟୋ ସହଯୋଗୀ ଦେଶମାନଙ୍କ ପାଇଁ ଏକ ‘ରିପୋର୍ଟ କାର୍ଡ’ ପ୍ରସ୍ତୁତ ହୋଇଛି। ଯେଉଁ ଦେଶଗୁଡ଼ିକ ଆମେରିକାର ସବୁ କଥା ମାନୁଛନ୍ତି, ସେମାନଙ୍କୁ ‘Nice’ (ଭଲ) ଲିଷ୍ଟରେ ରଖାଯାଇଛି। କିନ୍ତୁ ଯେଉଁମାନେ ଇରାନ ମାମଲାରେ ଆମେରିକାକୁ ସପୋର୍ଟ କରିବାକୁ କୁଣ୍ଠାବୋଧ କରୁଛନ୍ତି, ସେମାନଙ୍କୁ ‘Naughty’ (ଅମାନିଆ) ବା ଖରାପ ତାଲିକାରେ ପୁରାଇଛି ପେଣ୍ଟାଗନ।

ଅସଲ କଥା ହେଉଛି, ଇରାନ ସହ ଯଦି ଯୁଦ୍ଧ ହୁଏ, ତେବେ କେଉଁ ଦେଶ ଆମେରିକାକୁ କେତେ ପରିମାଣରେ ସାହାଯ୍ୟ କରିବେ, ତାହାକୁ ନେଇ ଏହି ଲିଷ୍ଟ ତିଆରି ହୋଇଛି। କିଛି ଦେଶ ଖୋଲାଖୋଲି ଭାବେ ଆମେରିକାର ପ୍ଲାନରେ ସାମିଲ ହେବାକୁ ମନା କରିଦେଇଛନ୍ତି। ଏହି କାରଣରୁ ଆମେରିକା ଏବେ ସେମାନଙ୍କ ଉପରେ ଖପ୍ପା ଅଛି। କେଉଁ ଦେଶ କେତେ ମିଲିଟାରୀ ସପୋର୍ଟ ଦେବେ ଆଉ କିଏ କେବଳ ଦୂରରୁ ତମାଶା ଦେଖିବେ, ତା’ର ପୁରା ଚିଠା ଏବେ ହ୍ୱାଇଟ ହାଉସ ପାଖରେ ପହଞ୍ଚିଛି।

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ନାଟୋ ଦେଶଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ବିଶେଷ କରି ୟୁରୋପର କିଛି ପ୍ରଭାବଶାଳୀ ଦେଶ ଆମେରିକାର ଏଭଳି ଏକତରଫା ଆଟିଚ୍ୟୁଡକୁ ପସନ୍ଦ କରୁନାହାନ୍ତି। ଇରାନ ଉପରେ ଆଟାକ କରିବା ପାଇଁ ଆମେରିକା ଯେଉଁ ରୋଡମ୍ୟାପ୍ ତିଆରି କରିଛି, ସେଥିରେ ଅନେକ ସହଯୋଗୀ ଦେଶ ସନ୍ତୁଷ୍ଟ ନାହାନ୍ତି। ଫଳରେ ଆଗାମୀ ଦିନରେ ଏହି ‘ନଟି ଆଣ୍ଡ ନାଇସ’ ଲିଷ୍ଟକୁ ନେଇ ବିଶ୍ୱ ରାଜନୀତିରେ ଏକ ବଡ଼ ଝଡ଼ ଆସିବା ପରି ମନେ ହେଉଛି।

ଆମେରିକାର ଏହି ମୁଭ୍ ସ୍ପଷ୍ଟ କରିଦେଇଛି ଯେ, ଯିଏ ତାଙ୍କ ସହ ନାହିଁ, ସେ ତାଙ୍କର ଶତ୍ରୁ ସମାନ। ଏବେ ଦେଖିବାକୁ ବାକି ରହିଲା, ଏହି ‘ରେଟିଂ’ ପରେ ନାଟୋ ସହଯୋଗୀମାନେ ନିଜର ଷ୍ଟାଣ୍ଡ ବଦଳାଉଛନ୍ତି ନା ଆମେରିକା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି।

Related posts

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

ମ୍ପଙ୍କ ‘ଡୋନିଲ୍ୟାଣ୍ଡ’ : ଏବେ ଇଗୋରେ ଚାଲିବ ଦୁନିଆ, ବଦଳିବ ଗ୍ଲୋବାଲ ଗେମ୍!

ମ୍ପଙ୍କ ‘ଡୋନିଲ୍ୟାଣ୍ଡ’ : ଏବେ ଇଗୋରେ ଚାଲିବ ଦୁନିଆ, ବଦଳିବ ଗ୍ଲୋବାଲ ଗେମ୍!

ସରି ସରି ଆସୁଛି ଗୋଲାବାରୁଦ: ଆଉ ଏକ ଯୁଦ୍ଧ ପାଇଁ ଆମେରିକା ପାଖରେ ନାହିଁ ହତିଆର!

ସରି ସରି ଆସୁଛି ଗୋଲାବାରୁଦ: ଆଉ ଏକ ଯୁଦ୍ଧ ପାଇଁ ଆମେରିକା ପାଖରେ ନାହିଁ ହତିଆର!

Latest Posts
ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଆସାମ ଇଲେକ୍ସନ୍ : ନୂଆ ସିଟ୍‌ରେ ପୁରୁଣା ଖେଳାଳି, ୱାଜେଦଙ୍କ ଉପରେ କଂଗ୍ରେସର ବଡ଼ ବେଟ୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ଖୋଲା ଛାତ, ରକେଟ୍ ଭଳି ସ୍ପିଡ୍ : ରାସ୍ତାରେ ନିଆଁ ଲଗାଇବ ବିଏମଡବ୍ଲୁ ର ନୂଆ କାର୍

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ବେଙ୍ଗଲ୍ ଫେଜ୍-2 ଭୋଟିଂ : ଆରମ୍ଭରୁ ଆକ୍ସନ୍, ଇଭିଏମ୍ ଗଡ଼ବଡ଼ ସାଙ୍ଗକୁ ହିଂସା

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ 'ବେଲଆଉଟ୍' ?

ଅର୍ଥନୀତି ଉପରେ ମାଡ଼ : କାହିଁକି ଧନୀ ଇସ୍ରାଏଲକୁ ଦରକାର ପଡ଼ିଲା ଟ୍ରମ୍ପଙ୍କ ‘ବେଲଆଉଟ୍’ ?

Sticky Mobile Footer
Home Latest Trending Categories Podcast

Your go-to destination for the facts and trending news in Odia language. We are committed to delivering accurate, reliable, and real news covering various topics, including politics, business, technology, entertainment, sports, and more.

Popular Catagory

  • ଆନ୍ତର୍ଜାତୀୟ
  • ଖେଳ
  • ବଲିଉଡ୍
  • Tech
  • Auto

Company

  • About Us
  • Terms and Conditons
  • Privacy Policy
  • Contact Us

© 2025 Odiapaper. All rights reserved.

Type above and press Enter to search. Press Esc to cancel.